ଆସିଲା ନୂଆ ନିୟମ ! କଲେଜ କୁ ଟାଇଟ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଯାଇ ପାରିବେ ନାହିଁ ଛାତ୍ର ଛାତ୍ରୀ….

ଦୀର୍ଘଦିନ ପରେ ପିଲାମାନେ ବିଦ୍ୟାଳୟରେ ପାଠ ପଡ଼ିବାକୁ ସୁଯୋଗ ପାଇଛନ୍ତି। ଯାହାକୁ ନେଇ ସରକାର ଙ୍କ ଗ୍ରୀନ ସିଗ୍ନାଲ ଦିଆ ଯାଇଛି।ତେବେ ପିଲା ମାନେ ବହୁତ୍ ଦିନ ପରେ ବିଦ୍ୟାଳୟ ଯିବାକୁ ଥିବାରୁ ଏଥିପ୍ରତି ସେମାନଙ୍କ ଆଗ୍ରହ ବଢାଇବା ପାଇଁ ଏବଂ ସେମାନଙ୍କ ସୁରକ୍ଷା କୁ ଦୃଷ୍ଟି ଦେଇ ସରକାର ଅନେକ ସୁରକ୍ଷିତ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ବିଭିନ୍ନ ରାଜ୍ୟର ସରକାର୍ ମାନେ ଏଥିପାଇଁ ଅନେକ ଆକର୍ଷଣୀୟ ଉପାୟ ସ୍ୱରୂପ ପିଲା ମାନଙ୍କ ମନରେ ସ୍କୁଲ୍ ଯିବା ପାଇଁ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି।

ଏହି ସମୟରେ ଭାରତରେ ବିଭିନ୍ନ ସ୍କୁଲ କଲେଜ୍ ର ଶିକ୍ଷା କୁ ନେଇ ଅନେକ ବ୍ୟବସ୍ଥା କରା ଯାଇଥିବା ବେଳେ ପାକିସ୍ତାନ ରେ ମଧ୍ୟ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ପାକିସ୍ତାନ ର ହାଜାରା ବିଶ୍ଵ ବିଦ୍ୟାଳୟର କର୍ତ୍ତୁପକ୍ଷ ନୂଆ ତବୁଲଖି ଆଇନ୍ ଜାରି କରିଛନ୍ତି। ପ୍ରସ୍ଥୁ ନଖିଆ ପ୍ରଦେଶରେ ଥିବା ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂଆ ଡ୍ରେସ୍ କୋର୍ଡ ଜାରି କରା ଯାଇଛି। ଏହାସହ ଛାତ୍ର ଛାତ୍ରୀ ମାନଙ୍କୁ ଟାଇଟ୍ ଜିନ୍ସ ଏବଂ ଟି ଶାର୍ଟ୍ ପିନ୍ଧିବାକୁ ବାରଣ କରା ଯାଇଛି। ସେହିପରି ଛାତ୍ର ଛାତ୍ରୀ ମାନେ ବିଶ୍ଵ ବିଦ୍ୟାଳୟ କୁ ପାଠ ପଢିବାକୁ ଆସିବା ସମୟରେ ସେମାନଙ୍କୁ ମେକ୍ ଅପ୍ ନେବା କିମ୍ବା କୌଣସି ଅଳଙ୍କାର ପିନ୍ଧିବାକୁ ବାରଣ ମଧ୍ୟ କରା ଯାଇଛି।

ସେଠାକାର ବିଶ୍ଵ ବିଦ୍ୟାଳୟ ରେ ଏଭଳି ପ୍ରକାରର ବିବାଦୀୟ ଡ୍ରେସ୍ କୋର୍ଡ କୁ ନେଇ ପ୍ରତିବାଦ କରା ଯାଇଥିବା ଦେଖିବାକୁ ମିଳିଛି। ଛାତ୍ର ମାନଙ୍କୁ ଶର୍ଟ୍ସ, ବେକରେ ଚେନ ଏବଂ ଶ୍ଳିପର ପିନ୍ଧି ବିଶ୍ଵ ବିଦ୍ୟାଳୟ ପରିସରକୁ ନ ଆସିବା ପାଇଁ କୁହା ଯାଇଛି। କେବଳ ଏତିକି ନୁହେଁ ଛାତ୍ର ମାନଙ୍କୁ ଲମ୍ବା ଚୁଟି ରଖିବାକୁ ମନା କରାଯାଇଛି। ଏହାସହ ଯେଉଁ ଛାତ୍ର ଛାତ୍ରୀ ମାନେ ବିନା ପରିଚୟ ପତ୍ରରେ ଆସିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ବିଶ୍ଵ ବିଦ୍ୟାଳୟ ପରିସର ଭିତରକୁ ବିନା ପରିଚୟ ପତ୍ରରେ ପ୍ରବେଶ ସଂପୂର୍ଣ୍ଣ ବାରଣ କରା ଯାଇଛି।

ତେଣୁ ପରିଚୟ ପତ୍ର ଦେଖେଇଲେ ଯାଇ ଜଣେ ପରିସର ଭିତରକୁ ପ୍ରବେଶ କରି ପାରିବ। ଆଉ ପାକିସ୍ତାନ ର ଏହି ବିଶ୍ଵ ବିଦ୍ୟାଳୟ ତରଫରୁ ଏହିଭଳି ସବୁ କୋର୍ଡ ଲାଗୁ କରା ଯିବା ଫଳରେ ଛାତ୍ର ଛାତ୍ରୀ ମାନେ ଏହାକୁ ଦୃଢ଼ ବିରୋଧ ମଧ୍ୟ କରିଛନ୍ତି। ଏହାଛଡା କର୍ମଚାରୀ ମାନଙ୍କୁ ପରିଷ୍କାର ପୋଷାକ ପିନ୍ଧିବାକୁ କୁହା ଯାଇଛି। ଏହାସହ ଶିକ୍ଷା ଦାନ କରୁଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କ ପାଇଁ ମଧ୍ୟ କିଛି ନିୟମ ଅଣା ଯାଇଛି ସେମାନଙ୍କ ପୋଷାକ ବା ଡ୍ରେସ୍ କୋର୍ଡ଼ କୁ ନେଇ।

ତେବେ ଅଧ୍ୟାପକ ମାନେ ଶିକ୍ଷା ଦାନ ସମୟରେ କଳା କୋର୍ଟ ପିନ୍ଧିବେ ବୋଲି କୁହା ଯାଇଛି ଓ ବିଶ୍ଵ ବିଦ୍ୟାଳୟ ତରଫରୁ ଅନୁମତି ମଧ୍ୟ ଦିଆ ଯାଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment