କଳିଯୁଗରେ ରେ ଜନ୍ମ ନେଲେ ଗଜାନନ, ଗାଁ ରେ ଘଟୁଛି ଚମତ୍କାର, ଚାଲିଛି ପୂଜାର୍ଚ୍ଚନା ସୋସିଆଲ ମିଡିଆରେ ଏହି ପୁଅର ଫଟୋ ଭିଡ଼ିଓ କୁ ଲୋକେ ସେୟାର୍ କରୁଛନ୍ତି…

0

ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଭିନ୍ନ ଭିନ୍ନ ଚକିତ କରିବା ଭଳି ଖବର ସଂସ୍ପର୍ଶରେ ନିଶ୍ଚିତ ଆସୁଥିବେ। ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ। ଆସନ୍ତୁ ଜାଣିବା ସେହିଭଳି ଏକ ଘଟଣା ବିଷୟରେ ଯାହା ସାଧାରଣରେ ବିଶ୍ବାସ କରିବା ସମ୍ଭବ ନୁହଁ।

କିନ୍ତୁ ତାହା ବାସ୍ତବରେ ସତ ଏବଂ ଏହି ଘଟଣା ନିକଟ ଅତୀତ ରେ ଘଟିଛି ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି।ତେବେ ଏହି ଘଟଣା ହେଉଛି ୨୦୧୦ ମସିହାର।ଏହା ସତ ଯେ ସବୁ ବାପା ମା ସେମାନଙ୍କର ସନ୍ତାନ ଟିଏ ପାଇଁ ବହୁତ୍ ଇଚ୍ଛା କରିଥାନ୍ତି।ଆଉ ଯେତେବେଳେ ସେମାନଙ୍କର ଏକ ସନ୍ତାନ ଜନ୍ମ ନିଏ ସେତେବେଳେ ସେମାନେ ଖୁସିରେ ବିଭୋର ହୋଇ ଯାଆନ୍ତି। ସେହିଭଳି ଏହି ଘଟଣା ଜଳନ୍ଧରରେ ଘଟିଛି।ଏଠାରେ ଏକ ପରିବାର ରେ ଯେତେବେଳେ ଶିଶୁଟିଏ ଜନ୍ମ ନେଲା ତାକୁ ଦେଖି ସମସ୍ତେ ଅବାକ୍ ହୋଇଗଲେ।

କାରଣ ଏହି ଶିଶୁଟି ଦେଖିବାକୁ ସାମାନ୍ୟ ନଥିଲା।ତାର ଶରୀର ଠାରୁ ମୁଣ୍ଡ ବଡ଼ ଥିଲା ଏବଂ ଟଣା ଟଣା ବଡ଼ ଆଖି ମଧ୍ୟ ସମସ୍ତଙ୍କୁ ଆଚମ୍ବିତ କରୁଥିଲା।ହାତୀର ମୁହଁ ଭଳି ଦେଖା ଯାଉଥିବା ଚେହେରା ଥିଲା।ଏହାପରେ ଧୀରେ ଧୀରେ ଲୋକଙ୍କ ସଂଖ୍ୟା ବଢ଼ିଲା ଅବିକଳ ଗଣେଶଙ୍କ ଭଳି ଦେଖା ଯାଉଥିବା ଏହି ପିଲାଟିକୁ ଦେଖିବାକୁ।ପରେ ଲୋକ ପିଲାଟିକୁ ଦେଖି ମାନସିକ କରିବା ଆରମ୍ଭ କରିଦେଲେ।

ଧୀରେ ଧୀରେ ପିଲାକୁ ଗାଆଁ ଲୋକେ ପୂଜା କରିବାକୁ ଲାଗିଲେ। ତା ପାଖକୁ ସମସ୍ତେ ଆଶୀର୍ବାଦ ପାଇଁ ଆସିଲେ।ବର୍ତ୍ତମାନ ବାହାର ଗାଁରୁ ଲୋକ ଆସି ତାକୁ ମୁଣ୍ଡିଆ ମାରୁଛନ୍ତି ଓ ମନସ୍କାମନା ମଧ୍ୟ ରଖିଛନ୍ତି।ଏଥିରେ ବାପା ଖୁସି ହୋଇ ପୁଅର ନା ଗଜାନନ ରଖିଲେ।ତେବେ ଏହି ପିଲାଟି ପରିବାରରେ ଜନ୍ମ ନେବା ପରେ ପରିବାରର ସବୁ ଦୁଃଖ, ସମସ୍ୟା ଦୂର ହୋଇଗଲା ବୋଲି ତାଙ୍କ ବାପାଙ୍କ କହିବା କଥା।

ଯାହା କୁହାଯାଏ ବର୍ତ୍ତମାନ ଗଜାନନକୁ ୨୧୦ବର୍ଷ । ଆଗକୁ ସେ ପାଠ ପଢି ଆଧ୍ୟାତ୍ମିକ ଦିଗରେ ଅଧିକା ରିସର୍ଚ୍ଚ କରିବାକୁ ଚାହୁଁଛି।ଡାକ୍ତରଙ୍କ କହିବା ଅନୁସାରେ ଏହା ଏକ ପ୍ରକାରର ରୋଗ, ଯେଉଁଥିରେ ପିଲାଙ୍କ ମୁଣ୍ଡ ଶରୀରର ଠୁଁ ବଡ଼ ଥାଏ।କିନ୍ତୁ ପରିବାର ଲୋକ ଏହାକୁ ବରଦାନ ବୋଲି ମାନୁଛନ୍ତି ଏବଂ ବହୁତ୍ ଖୁସି ମଧ୍ୟ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।