ଖୁସି ଖବର – ଆଉ ଭୋକରେ ରହିବେନି କେହି ! ଅପରାଜିତା କଲେ ” ଅର୍ଣ୍ଣପୂର୍ଣ୍ଣା ” ଯୋଜନାର ଶୁଭାରମ୍ଭ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

0

ଭୁବନେଶ୍ୱର ମ୍ୟୁନିସିପାଲିଟି ତରଫରୁ ଲାଗୁ ହେଲା କଟକଣା।ଏବେ ଚର୍ଚ୍ଚା ହେଉଛି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ ଅନ୍ନପୂର୍ଣ୍ଣା ଯୋଜନା କୁ ନେଇ। କାରଣ ଏହି ଯୋଜନାକୁ କାଉଣ୍ଟର କରିବା ପାଇଁ କଟକଣା ଜାରି କରିଛି ବି ଏମ ସି, ଅର୍ଥାତ୍ ଭୁବନେଶ୍ୱର ମ୍ୟୁନିସିପାଲିଟି। ତେବେ ବି ଏମ୍ ସି ର କାଉଣ୍ଟର ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ କହିଛନ୍ତି ଯେ ଏହି ଯୋଜନା ସଂପୂର୍ଣ୍ଣ ମାଗଣା ନୁହଁ। ଏଥିପାଇଁ ସେ ଏକ ଟଙ୍କା ଲେଖାଏଁ ନେଉଛନ୍ତି ମାଗଣା ଖାଦ୍ୟ ପ୍ରତି। ଦେବେ ତାଙ୍କ ଦ୍ଵାରା ଘୋଷଣା କରା ଯାଇଥିବା ଅନ୍ନପୂର୍ଣ୍ଣା ଯୋଜନା କୁ ବିଏମସି ତରଫରୁ କାଉଣ୍ଟର କରାଯିବା ପରେ ସେ ଏ ବିଷୟରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ ଏହି ଅନ୍ନପୂର୍ଣ୍ଣା ଯୋଜନା ସଂପୂର୍ଣ୍ଣ ମାଗଣା ନୁହଁ। ଏଥିପାଇଁ ଲୋକଙ୍କୁ ୧ ଟଙ୍କା ଦେବାକୁ ପଡିବ ଫଳରେ ଏହି ଯୋଜନା ର ଲାଭ ମିଳିବ। ତେବେ ତାଙ୍କର ଏହି ଯୋଜନା ର ଉଦ୍ଦେଶ୍ୟ ଏହା ରହିଛି ଯେ ଆମ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ।ଆଉ ଏଥିପାଇଁ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଯୋଜନା ।ଏଥିପାଇଁ ପ୍ରଥମ ପଯ୍ୟାର୍ୟରେ ଭୁବନେଶ୍ୱରରେ ଥିବା ଭୋକିଲା ଲୋଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦିଆଯିବ।

ପ୍ରଥମେ ଭୁବନେଶ୍ୱର ରେ ଏହା କାର୍ଯ୍ୟକାରୀ ହେବ।ଆଉ ପରେ ପରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ କାଯ୍ୟର୍କାରୀ କରାଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ତେବେ ଆପଣକୁ କହି ରଖୁଛୁ ଯେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି ଗରିବ, ଦିନ ମଜୁରିଆ, ଖଟିଖିଆ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ।

ଏଥିପାଇଁ ବିଭିନ୍ନ ବେସରକାରୀ ସଂସ୍ଥାର ସହଯୋଗ ତାଙ୍କ ସହ ରହିଛି। ସ୍ଵେଚ୍ଛାକୃତ ଭାବରେ ସେମାନେ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।ତେବେ ସେମାନଙ୍କର ସହଯୋଗ ରେ ଏହି ଯୋଜନା ଆରମ୍ଭ ହୋଇଛି। ଯାହା ସୂଚନା ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ପ୍ରାୟ ୭୫୦ ଜଣ ବ୍ୟକ୍ତି ଅସହାୟ ଅବସ୍ଥାରେ ଅଛନ୍ତି।

ଯାହାର ପରିସଂଖ୍ୟାନ ଅପରାଜିତା ଷଡ଼ଙ୍ଗୀ ଦେଇଛନ୍ତି। ତେଣୁ ସେମାନଙ୍କୁ ଏହି ଖାଦ୍ୟ ଦିଆଯିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।ଆଉ ଏବେ ବିଏମ୍ ସି ର କଟକଣା ଲାଗୁ ହେବା ପରେ ସାଂସଦ ଙ୍କ କହିବା କଥା ଏହା କି ଏହି ଯୋଜନା କୌଣସି ନିୟମ ଉଲ୍ଲଙ୍ଘନ କରୁ ନାହିଁ। କାରଣ ସେ ସଂପୂର୍ଣ୍ଣ ମାଗଣାରେ ଖାଇବା ଦେଉ ନାହାନ୍ତି ବରଂ ଏଥିପାଇଁ ୧ ଟଙ୍କା ଲେଖାଏଁ ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।