ଜରୁରୀ ଖବର ! ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସ୍ୱାମୀ ଶୋଏବଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଦ୍ରୁତ ଗତିରେ ଯାଉଥିବା ବେଳେ ଟ୍ରକ୍କୁ ପିଟିଲା କାର୍, ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ….
ଭାରତର ଟେନିସ ଷ୍ଟାର ସାନିଆ ମିର୍ଜା ପାକିସ୍ତାନ ର କ୍ରିକେଟ୍ ଖେଳାଳୀ ସୋଏବ ଙ୍କୁ ବିବାହ କରିବା କଥା ଆପଣ ସମସ୍ତେ ଜାଣନ୍ତି।ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ଟି ଏହା ଯେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସାନିଆ ଙ୍କ ସ୍ବାମୀ। ଯାହା ଜଣା ପଡିଛି କାର୍ ରେସ୍ କରୁଥିବା ସମୟରେ ଏହି ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି ଶୋଏବ। ତେବେ ଏହି ଘଟଣା ପାକିସ୍ତାନ ରେ ଘଟିଛି ବୋଲି ଯାହା ଜଣା ପଡ଼ିଛି।
ତେବେ ରବିବାର ସନ୍ଧ୍ୟାରେ ଲାହୋରରେ ସୋଏବଙ୍କ ସ୍ପୋର୍ଟସ୍ କାର୍ ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଟି ଛିଡ଼ା ହୋଇଥିବା ସମୟରେ ସୋଏବଙ୍କ କାର ଟି ଏହାକୁ ପିଟିଥିଲା।
ତେବେ ଏପରି ଦୁର୍ଘଟଣା ରେ ଯଦିଓ ତାଙ୍କର କୌଣସି ଅଧିକ କ୍ଷୟ କ୍ଷତି ଏବଂ ସେ ଗୁରୁତର ଆହାତ ହୋଇ ନାହାଁନ୍ତି କିନ୍ତୁ ଏହା ଏକ ଭୟାନକ ଦୁର୍ଘଟଣା ଥିଲା। ଯେଉଁଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାନିଆ ଙ୍କ ସ୍ବାମୀ।ଆଉ ଏହି ଦୁର୍ଘଟଣା ପରେ ସୁରକ୍ଷିତ ଥିବା ନେଇ ନିଜେ ଶୋଏବ ଟ୍ୱିଟ୍ କରି ଅନ୍ୟ ମାନଙ୍କୁ ସୂଚନା ମଧ୍ୟ ଦେଇଛନ୍ତି।ତେବେ ଯାହା ସୂଚନା ରହିଛି ଏହି ଦୁର୍ଘଟଣା ରେ ତାଙ୍କ କାର୍ କିନ୍ତୁ କ୍ଷତିଗ୍ରସ୍ତ ହୋଇଛି ଏବଂ ତାଙ୍କ କାର୍ର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।
କିଛି ଅଂଶ ଭାଙ୍ଗି ଯାଇ ଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ସଂପୂର୍ଣ୍ଣ ଖବର ପାକିସ୍ତାନ ର ଏକ ମିଡ଼ିଆ ରେ ରିପୋର୍ଟ୍ ପ୍ରକାଶ ପାଇଛି। ଆଉ ଏହି ରିପୋର୍ଟ୍ ଅନୁସାରେ ଘଟିଥିବା ଏହି ଦୁର୍ଘଟଣାରେ ତାଙ୍କର ବିଶେଷ କ୍ଷତି ହୋଇ ନଥିବା କୁହା ଯାଇଛି।ଯେଉଁଥିରେ ଦୁର୍ଘଟଣା ଜନିତ ଅନ୍ୟ କିଛି କାରଣ ମଧ୍ୟ ଉଲ୍ଲେଖ ରହିଛି।ଏଥିରେ କୁହା ଯାଇଛି ଯେ ରାସ୍ତାରେ ରେସ୍ ବେଳେ ଏହି ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତି ସାନିଆ ଙ୍କ ସ୍ବାମୀ।
#BREAKING #Pakistan cricketer @realshoaibmalik car met an accident outside #National High Performance Centre, #Lahore after leaving #PSLDRAFT venue. But Alhambulillah #ShoaibMalik is safe@MirzaSania @DennisCricket_ pic.twitter.com/prCCwFuZC0
— Ghulam Abbas Shah (@ghulamabbasshah) January 10, 2021
ତେବେ ରିପୋର୍ଟ୍ ରେ ଉଲ୍ଲେଖ ଅନୁସାରେ ପ୍ଲେୟାର ଡ୍ରାଫ୍ଟ ଇଭେଣ୍ଟ୍ ରେ ଯୋଗ ଦେଇଥିଲେ ଏହି ପାକିସ୍ତାନ ଖେଳାଳୀ ଜଣଙ୍କ।ଏହାପରେ ସେଠାରୁ ଏହି ଇଭେଣ୍ଟ ସାରିବା ପରେ ପାକିସ୍ତାନର ଖେଳାଳୀ ୱାହାବ ରିଆଜ୍ ଓ ଶୋଏବ ନିଜ ନିଜ କାର୍ ଧରି ଘରକୁ ଫେରୁଥିଲେ ଏବଂ ଏହି ସମୟରେ ରାସ୍ତାରେ ସେମାନେ କାର୍ ରେସ୍ କରୁଥିଲେ।
ଆଉ ଠିକ୍ ଏହି ସମୟରେ ହଠାତ୍ କାର ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା।ତେବେ ସୂଚନା ଅନୁସାରେ ଏହି ଘଟଣାଟି ଲାହୋର ନିକଟସ୍ଥ ନ୍ୟାଶନାଲ ହାଇ ପରଫରମାନ୍ସ ସେଣ୍ଟର ନିକଟରେ ଏହି ଦୁର୍ଘଟଣା ଟି ଘଟିଥିଲା।ତେବେ ଏଥିରେ ଶୋଏବ ଠିକ୍ ଥିବା ଖବର ସମସ୍ତଙ୍କୁ ଆଶ୍ବସ୍ତ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।