ଜରୁରୀ ଖବର – ସ୍କୁଲ୍ ଖୋଲିବା ଦୁଇ ଦିନ ରେ ୩୧ ଜଣ କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ, ସ୍କୁଲ ଖୋଲିବାକୁ ନେଇ ସରକାର ଙ୍କର ପ୍ରସ୍ତାବରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ତେବେ କରନା ଭାଇରସ ର ସଂକ୍ରମଣ ପାଇଁ ଓ ହୋଇଥିବା କଟକଣା ପାଇଁ ଦୀର୍ଘ ଦିନ ଧରି ସବୁ ସ୍କୁଲ୍ କଲେଜ୍ ବନ୍ଦ ରହିଥିଲା ମହାମାରୀ କୁ ଆଖି ଆଗରେ ରଖି ।ତେବେ ଏବେ ଯେତେବେଳେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ କୁ ଆସିଛି ପୁରା ସ୍ଥିତି କୁ ଆଖି ଆଗରେ ରଖି ନିଷ୍ପତି ନେଇ ଥିଲେ ସରକାର ଆଉ ଏବେ ଦୀର୍ଘ ୧୦ ମାସ ପରେ ସ୍କୁଲ୍ ଖୋଲିବା କୁ ନେଇ ନିଷ୍ପତି ନିଆ ଯାଇଥିଲା ।

ତେବେ କଟକଣା ଭିତରେ ସ୍କୁଲ ସ୍ବଭାବିକ ଭାବରେ ପୁଣି ଥରେ ଆରମ୍ଭ ହୋଇ ଥିଲା କିନ୍ତୁ ସ୍କୁଲ୍ ଖୋଲିବା ର ମାତ୍ର ଦୁଇ ଦିନ ରେ ଗଜପତି ଜିଲ୍ଲା ରେ ୩୧ ଜଣ କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ ଥିରେ ୨୮ ଜଣ ଶିକ୍ଷକ ଙ୍କ ସହିତ ୨ ଜଣ ଛାତ୍ର ଛାତ୍ରୀ କରନା ସଂକ୍ରମଣ ରେ ଚିହ୍ନଟ ହୋଇଛନ୍ତି ।

ତେବେ ଗଜପତି ଜିଲ୍ଲା ର ମୋହନା ଅଞ୍ଚଳ ରୁ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କ ରୁ ୧୪ ଜଣ ଏହି କରୋନା ସଂକ୍ରମଣ ରେ ଆକ୍ରାନ୍ତ ହୋଇ ଥିବାର ଜଣା ପଡ଼ିଛି । ତେବେ ଏହି ସମ୍ପର୍କ ରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ପ୍ରକାଶ ଚନ୍ଦ୍ର ପାତ୍ର ଗଣ ମାଧ୍ୟମକୁ ସୂଚନା‌ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ କିଛି ଦିନ ଧରି ଗଜପତି ଜିଲ୍ଲା ରେ ବହୁତ୍ କମ୍ କରନା ସଂକ୍ରମଣ ଚିହ୍ନଟ ହୋଇ ଥିଲେ ଯାହାର ସଂଖ୍ୟା ନଗଣ୍ୟ ଥିଲା।

କିନ୍ତୁ ସ୍କୁଲ୍ ଖୋଲିବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ୩୧ ଜଣ ସଂକ୍ରମଣ ର ଶିକାର ହୋଇ ଥିବାରୁ ଜିଲ୍ଲା ବାସୀ ବର୍ତ୍ତମାନ ଚିନ୍ତା ରେ ଅଛନ୍ତି । ସବୁଠୁ ବଡ଼ ଚିନ୍ତା ର କଥା ଯେ ଗତ ୮ ତାରିଖ ଦିନ ଠାରୁ ସ୍କୁଲ ଖୋଲା ଯିବା ପରେ ୨୮ ଜଣ ଶିକ୍ଷକ ଙ୍କ ସମେତ ୨ ଛାତ୍ରଛାତ୍ରୀ ଙ୍କ ମଧ୍ୟ କରନା ପଜିଟିଭ ର ଶିକାର ହୋଇଛନ୍ତି । ଯେଉଁଥିପାଇଁ ଅଭିଭାବକ ଓ ଶିକ୍ଷକ ଉଭୟ ଚିନ୍ତା ରେ ଅଛନ୍ତି।

ତେବେ ଦୀର୍ଘ ଦଶ ମାସ ପରେ ସ୍କୁଲ୍ ଖୋଲିବା ପରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଏହା ଏକ ଖୁସି ର ଖବର ଥିଲେ ମଧ୍ୟ ସଂକ୍ରମଣ ପାଇଁ ସମସ୍ତେ ବର୍ତ୍ତମାନ ଚିନ୍ତା ରେ ଅଛନ୍ତି। ତେବେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ ରୁ ମିଳିଥିବା ତଥ୍ୟ ଅନୁସାରେ ଗଜପତି ଜିଲ୍ଲା ରେ ମୋଟ ୩ ହଜାର ୯୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ହଜାର ୯୪୩ ଜଣ ସୁସ୍ଥ ହୋଇଥିଲେ ଓ ଏହି ସଂକ୍ରମଣ ରେ ତିନି ଜଣ ମୃତ୍ୟୁ ବରଣ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।