ଜିଓ, ଭୋଡାଫୋନ, ଏୟାରଟେଲ, କେଉଁ କମ୍ପାନୀ ର ପ୍ରିପେଡ୍ ପ୍ଲାନ୍ ଭଲ ! ଆପଣଙ୍କର ମତାମତ କଣ କମେଣ୍ଟରେ ଜଣାନ୍ତୁ…

0

ଆଜି କାଲି ସମସ୍ତେ ସ୍ମାର୍ଟ୍ ଫୋନ୍ ବ୍ୟବହାର କରୁଛନ୍ତି । ସ୍ମାର୍ଟ୍ ଫୋନ୍ ଆମ ଜୀବନ ର ଆଜି କାଲି ଏକ ଗୁରୁତ୍ବପୂର୍ଣ୍ଣ ପାର୍ଟ୍ ହୋଇ ଯାଇଛି।ତେବେ ଭୋଡାଫୋନ , ଆଇଡ଼ିଆ ଏବଂ ଏୟାରଟେଲ ର ପ୍ରିପେଡ ପ୍ଲାନ ମଧ୍ୟରୁ କେଉଁ ଟେଲିକମ କମ୍ପାନୀ ର ସବୁଠୁ ଶସ୍ତା ଅଫର୍ ଜାଣିବା ।ସାଧରତଃ ଆମେ ଫୋନ୍ ରିଚାର୍ଯ କରିବା ସମୟ ରେ ସବୁଠୁ ଶସ୍ତା ପ୍ଲାନ୍ ଖୋଜି ଥାଆନ୍ତି ।

ସମସ୍ତେ ଚାହିଁ ଥାଆନ୍ତି ଏମିତି କିଛି ପ୍ଲାନ୍ ଟେଲିକମ କମ୍ପାନୀ ମାନେ କରନ୍ତୁ ଯାହାର ଦାମ୍ ବହୁତ୍ କମ୍ ଥିବ କିନ୍ତୁ ଫାଇଦା ବହୁତ୍ ଅଧିକ ଥିବ। ହେଲେ ଆଜିକାର ଏହି ମହଙ୍ଗା ଜମାନା ରେ ଏମିତି ପ୍ଲାନ୍ ମିଳିବ କୌଣସି କାଠିକର ପାଠ ନୁହେଁ କାହିଁକି ନା ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଟକର୍ ଚାଲିଛି । କିଏ ଶସ୍ତା ପ୍ଲାନ୍ ଲଞ୍ଚ କରେ ତ କିଏ ହାଇ ସ୍ପିଡ ଡାଟା ର ଲୋଭ ଦେଖାଇ ଗ୍ରାହକ ମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ତେବେ ଯଦି ଆମେ ଆଇଡିଆ , ଭୋଡ଼ାଫୋନ , ଏୟାରଟେଲ ଓ ଯିଓ ମଧ୍ୟରେ ଯଦି ଆମେ ତୁଳନା କରିବା ତେବେ ଏହି ସବୁ କମ୍ପାନୀ ର ପ୍ରିପେଡ ପ୍ଲାନ ଜିଓ ଠାରୁ ଅଧିକ ମହଙ୍ଗା ହୋଇଥାଏ । ଅର୍ଥାତ ଜିଓ ନିଜ ଗ୍ରାହକଙ୍କୁ ଶସ୍ତା ପ୍ଲାନ ଦେଇ ଅଧିକ ଆକର୍ଷିତ କରିଥାଏ ।କିନ୍ତୁ ଏହି କମ୍ପାନୀ ମାନଂକ ର ଏମିତି କିଛି ଅଫର୍ ଥାଏ ଯାହା ପାଖାପାଖି ସମାନ ହୋଇଥାଏ ତେବେ ଆସନ୍ତୁ ଜାଣିବା ସେହି ଅଫର୍ ମାନଙ୍କ ବିଷୟରେ ;

ତେବେ ଏହି ତିନୋଟି କମ୍ପାନୀ ମାନଙ୍କର ଏକ ପ୍ରକାର ପ୍ଲାନ୍ ହେଉଛି ୩୯୯ । ଏହି ପ୍ଲାନ୍ ଟି ସବୁ କମ୍ପାନୀ ମାନଙ୍କ ର ଥାଏ ଆଉ ଭାରତରେ ଏହି ତିନୋଟି ନେଟୱାର୍କ ପ୍ରାୟ ସମାନ ରହିଥାଏ ।ତେବେ କମ୍ପାନୀ ମାନେ ନିଜ ନିଜ ଭିତରେ ପ୍ରତିଯୋଗିତା ପାଇଁ ବିଭିନ୍ନ ଅଫର ଦେଇ ଗ୍ରାହକ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି ।

ତେବେ ଜିଓ ର ଏହି ୩୯୯ ଟଙ୍କାର ପ୍ରିପେଡ ପ୍ଲାନ ଟି ୫୬ ଦିନର ଭେଲିଡିଟି ସହ ଆସିଥାଏ । ଏଥିରେ ଗ୍ରାହକ ମାନଙ୍କୁ ଦିନକୁ ଦେଢ଼ ଜୀବୀ ଡାଟା ମିଳିବା ସହିତ ଯେକୌଣସି ନମ୍ବର କୁ ଫ୍ରି କଲିଂ ଏବଂ ୧୦୦ ଏସଏମଏସ ମାଗଣା ମିଳିଥାଏ ।

ତେବେ ଏୟାରଟେଲ ମଧ୍ୟ ତାହାର ଏହି ୩୯୯ ର ପ୍ଲାନରେ ଦେଢ଼ ଜୀବୀ ଡାଟା ଦେବା ସହିତ ଫ୍ରି କଲିଙ୍ଗ ଓ ଏସେମେଶ ର ସୁବିଧା ଥାଏ। ଏହା ସହିତ ଏୟାରଟେଲ ଏକ୍ସଟ୍ରିମ ପ୍ରିମୀୟମ, ଫ୍ରି ହେଲୋଟ୍ୟୁନସ ପରି ବିଭିନ୍ନ ପ୍ରକାରର ସୁବିଧା ରହିଥାଏ ଓ ଏହାର ଭ୍ୟାଲିଦିଟି ମଧ୍ୟ ୫୬ ଦିନ ।

ସେମିତି ଭୋଡାଫୋନ ୩୯୯ ର ପ୍ଲାନ ମଧ୍ୟ ୫୬ ଦିନ ପାଇଁ ଆସିଥାଏ ଆଉ ଅନ୍ୟ ଦୁଇ କମ୍ପାନୀ ପରି ଏହାର ଫ୍ରି କଲିଁଙ୍ଗ ଓ ଏସେମେଶ ସୁବିଧା ରହିଥାଏ । ଏହା ସହିତ ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ଭିଆଇ ମୁଭି ଏବଂ ଟିଭିର ଆକ୍ସେସ ମଧ୍ୟ ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।