ଜୟ ଶିବଶମ୍ଭୁ ! ଜାଣନ୍ତୁ ଗୋରଖନାଥ ମହାଦେବ ଙ୍କ ଅଲୌକିକ ମହିମା। ଏପରି ମହିମା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….ମନରେ ଭକ୍ତି ଥିଲେ ” ଓ଼ମଂ ” ଲେଖନ୍ତୁ….

0

ଭଗବାନ ଶିବଙ୍କୁ ଆମେମାନେ ଶଙ୍କର, ନୀଳକଣ୍ଠ ଇତ୍ୟାଦି ଅନେକ ନାମରେ ଜାଣିଥାଉ ଯାହାଙ୍କୁ ଆମେ ସଂସାରର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ। ଭଗବାନ ଶିବ ହେଉଛନ୍ତି ଅବିନାଶୀ ଯାହାର ଆଦି ନାହିଁ କି ଆନ୍ତ ନାହିଁ। ସେଥିପାଇଁ ତାଙ୍କୁ ଅମର, ଅକ୍ଷୟ ବୋଲି କୁହାଯାଏ। ଭଗବାନ ଶିବଙ୍କର ପ୍ରିୟ ବାର ହେଉଛି ସୋମବାର। ଯଦି ତୁମେ ଦେବଙ୍କ ଦେବ ମହାଦେବ ଶିବଙ୍କୁ ଭକ୍ତି ଏବଂ ବିଶ୍ୱାସର ସହିତ ପୂଜା କର ତେବେ ଶରୀର, ମନ ଏବଂ ଅର୍ଥ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ।

ଭଗବାନ ଶିବ ହେଉଛନ୍ତି ଅତ୍ୟନ୍ତ ଦୟାଳୁ ସେ ଭକ୍ତଙ୍କ ଦୁଃଖ ଶୁଣନ୍ତି ଏବଂ ସବୁ ବିପଦରୁ ରକ୍ଷା କରିଥାନ୍ତି।ଭଗବାନ ଶିବଙ୍କର ମହିମା ଏବଂ କୃପା ଅନେକ ରହିଛି। ଆପଣ ମାନଙ୍କୁ ଏମିତି ଏକ ସ୍ଥାନର ନାମ କହିବୁ ସେଠାରେ ଭଗବାନ ଶିବଙ୍କର ଅଲୌକିକ ଘଟଣା ବହୁ ଆବହମାନ କାଳରୁ ଘଟିଆସୁଛି। ଯାହା ଜାଣିଲେ ଆପଣ ମାନଙ୍କ ମନ ଭକ୍ତିରେ ଭରି ଉଠିବ।

ତେବେ ସ୍ଥାନଟି ହେଉଛି ଆମ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଗୋରଖନାଥ ମନ୍ଦିର। ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ପୂଜା କରିବା ପାଇଁ ଆସିଥାନ୍ତି। ତ୍ରେତୟା ଯୁଗରେ ଗୋରୋନାଥ ମହାଦେବ ଙ୍କ ମହିମା ଦେଖିବାକୁ ମିଳିଥିଲା, ସେଠାକାର ମନ୍ଦିର ପୂଜକ କହନ୍ତି। ତ୍ରେତୟା ଯୁଗରେ ମାତା ସୀତାଙ୍କୁ ଯେତେବେଳେ ରାବଣ ହରଣ କରିଥିଲେ, ରାମଚନ୍ଦ୍ର ଜଙ୍ଗଲ ମଧ୍ୟରେ ଭ୍ରମଣ କରୁଥିଲେ।

ସୀତାଙ୍କୁ ପାଇବା ପାଇଁ ଉଦେଶ୍ୟରେ ଶ୍ରୀରାମଚନ୍ଦ୍ର ଗୋରଖନାଥ ମହାଦେବଙ୍କ ପୂଜା କରିଥିଲେ। ଶ୍ରୀରାମଚନ୍ଦ୍ରଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଗୋରଖନାଥ ନିଜେ ଆବିର୍ଭୁତ ହୋଇଥିଲେ। ଗୋରଖନାଥ ମହାଦେବ ଆଶୀର୍ବାଦ କରିଥିଲେ ଶ୍ରୀରାମଚନ୍ଦ୍ରଙ୍କୁ ରାବଣଙ୍କୁ ପରାସ୍ତ କରି ସୀତାଙ୍କୁ ନେଇଆସିଥିଲେ।

ଏହିପରି ଗୋରଖନାଥ ମହାଦେବଙ୍କ ନିକଟରେ ଆନେକ ପ୍ରକାର ଅଲୌକିକ ଘଟଣା ଦେଖିବାକୁ ମିଳିଥାଏ। ଗୋରଖନାଥ ମନ୍ଦିର ନିକଟରେ ଏକ ବଟ ବୃକ୍ଷ ଦେଖିବାକୁ ମିଳିଥାଏ। ଲୋକେ ସେହି ବୃକ୍ଷରେ ଅନେକ ମନସ୍କାମନା କରିଥାନ୍ତି ଏବଂ ଲୋକଙ୍କଠୁ ଶୁଣିବାକୁ ମିଳେ ଯେ ସେମାନଙ୍କର ମନସ୍କାମନା ପୂରଣ ହୋଇଥାଏ।

ଆହୁରି ମଧ୍ୟ ଅଲୌକିକ ଦେଖିବାକୁ ମିଳେ ଯେ, ଯେଉଁ ବ୍ୟକ୍ତିକୁ ନାଗ ସାପ, ଗୋଖର କିମ୍ବା ଅନ୍ୟ କୌଣସି ବିଷଧର ସାପ ଦଂଶନ କରେ, ସେହି ସର୍ପ ଦଂଶନ ବ୍ୟକ୍ତିକୁ ଗୋରଖନାଥ ମହାଦେବଙ୍କ ନିକଟକୁ ନେଇ ଆସି ବିଭୁତି ଏବଂ ବେଲ ପତ୍ର ଜଳ ପାନ କଲେ ଅନେକ ଭଲ ହୋଇଯାଆନ୍ତି ବୋଲି କୁହାଯାଏ।

ସେହିପରି ଯେଉଁ ମହିଳା ମାନଙ୍କର ସନ୍ତାନ ନଥାଏ, ସେମାନେଗୋରଖନାଥ ମହାଦେବଙ୍କ ନିକଟରେ ପ୍ରାଥନା କଲେ ସନ୍ତାନ ଲାଭର ସୌଭାଗ୍ୟ ଆର୍ଜନ କରିଥାନ୍ତି। ସେଠାରେ ଅନେକ ଲୋକଙ୍କ ଜାନ୍ମଜାତ ରୋଗ ଵିଭୂତି ସେବନ କରି ଭଲ ହୋଇଯିବା କଥା ଶୁଣିବାକୁ ମିଳିଛି। ସେହିପରି ଅନେକ ଅଲୌକିକ ଘଟଣା ବିଷୟରେ ଶୁଣିବାକୁ ମିଳେ ଏବଂ ଅନେକ ଭକ୍ତ ମଧ୍ୟ ସେହି ଅଲୌକିକ ଘଟଣା ଦେଖିବାକୁ ପ୍ରତିଦିନ ହଜାର ହଜାର ଭକ୍ତ ଯାଇଥାନ୍ତି।

ଆପଣମାନେ ମଧ୍ୟ ଗୋରଖନାଥ ମହାଦେବଙ୍କୁ ପ୍ରାଥନା କରନ୍ତୁ ନିଶ୍ଚୟ ମନସ୍କାମନା ପୂର୍ଣ ହେବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।