ଦେଖନ୍ତୁ ଭାଇରାଲ ଭିଡ଼ିଓ – ପଦାରେ ପଡିଲା କ୍ରିକେଟର ଙ୍କ ବେଇମାନୀ, କ୍ୟାମେରା ରେ ରେକର୍ଡ ହେଲା ଭିଡ଼ିଓ….

0

ଭାରତ କୁ ହରାଇବା ପାଇଁ ପଡ଼ିଆରେ ବେଇମାନୀ କଲେ ସ୍ମିଥ।କିନ୍ତୁ କ୍ୟାମେରା ରେ କଏଦୀ ହୋଇ ଗଲା ଏହି ଚିଟିଂ ଭିଡ଼ିଓ ଏବଂ ଧରା ପଡ଼ିଲେ ସ୍ମିଥ।ଭାରତୀୟ ଟିମ ର ପେଷ୍ ବୋଲର ମହମ୍ମଦ ସିରାଜ ଙ୍କ ଉପରେ ଜାତିଆଣ ଘଟଣା ଶାନ୍ତ ପଡ଼ି ନଥିବା ବେଳେ ସିଡ୍ନୀ ଟେଷ୍ଟ ରେ ଅଷ୍ଟ୍ରେଲିଆ ଖେଳାଳୀ ଆଉ ଏକ ହୀନ କାମ କରି ଟିମ ଇଣ୍ଡିଆ କୁ ଚିଟିଂ କରି ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରି ଥିଲେ।ଯାହାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେସ୍ ଭାଇରାଲ ହେଉଛି।

ବଲ ଟେମ୍ପରିଂ ମାମଲାରେ ଷ୍ଟିଭ ସ୍ମିଥ ସମଗ୍ର କ୍ରୀଡ଼ା ଜଗତରେ ବହୁତ ଅପମାନିତ ହୋଇ ଥିଲେ।୧ ବର୍ଷର ପ୍ରତି ବନ୍ଧକ ଯୋଗୁଁ ସେ କ୍ରିକେଟରୁ ଦୁରେଇ ରହି ଥିଲେ।ପ୍ରତିବନ୍ଧକ ହଟିବା ପରେ ସେ ପୁଣି ଥରେ କ୍ରିକେଟ ପଡ଼ିଆ କୁ ଓଲ୍ହାଇ ଥିଲେ।

ଲାଗୁଛି ଏବେ ସେ ଧୀରେ ଧୀରେ ସବୁ କିଛି ଭୁଲିବାରେ ଲାଗିଲେଣି।ପୁଣି ଥରେ ସ୍ମିଥ ଏପରି କିଛି କରିଛନ୍ତି ଯାହା ଫଳରେ ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଯିଏ ଥରେ ବେଇମାନୀ କରେ ସେ ବାରମ୍ବାର ବେଇମାନୀ କରି ଚାଲେ।ପ୍ରଶଂସକ ମାନେ ଷ୍ଟିଭ ସ୍ମିଥ ଙ୍କ ପାଇଁ ଏହି କଥା ବ୍ୟବହାର କରୁଛନ୍ତି।

ସୋସିଆଲ ମିଡ଼ିଆ ରେ କ୍ରିକେଟ ପ୍ରଶଂସକ ମାନେ ଅତ୍ୟଧିକ କ୍ରୋଧିତ।ଆଉ ଏବେ ଟ୍ୱିଟର ରେ ଷ୍ଟିଭ ସ୍ମିଥ ଙ୍କ ନାମ ହେଉଛି ଚିଟର।ତେବେ ପଞ୍ଚମ ତଥା ଅନ୍ତିମ ଦିବସ ରେ ଭାରତୀୟ ଦଳର ବ୍ୟାଟ୍ସମେନ ରିଷଭ ପନ୍ତ ଓ ଚେତେଶ୍ୱର ପୁଜାରା କଙ୍ଗାରୁ ଦଳର ବୋଲିଂ କୁ ଜବରଦସ୍ତ ଧୁଲେଇ କରି ଥିଲେ।ପନ୍ତ ଦିନିକିଆ କ୍ରିକେଟ ଭଳି ବେଟିଂ କରୁ ଥିଲେ।ପନ୍ତ ଙ୍କର ଏଭଳି ଆକ୍ରମଣାନ୍ତକ ବ୍ୟାଟିଂ କରୁ ଥିବାର ଦେଖି ସହି ପାରି ନଥିଲେ ସ୍ମିଥ।ଆଉ ପନ୍ତଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ ସ୍ମିଥ ହୀନ ପ୍ରୟାସ କରିଛନ୍ତି।ଯାହା କ୍ୟାମେରା ରେ କଏଦ ହୋଇଛି।

ପଞ୍ଚମ ଦିନର ଡ୍ରିଂକ୍ସ ସମୟରେ ସ୍ମିଥ କ୍ରିଜ ଉପରକୁ ଚାଲି ଆସି ଥିଲେ ଏବଂ ବ୍ୟାଟ୍ସମେନ ମ୍ୟାପ ନେଉ ଥିବା ସ୍ଥାନକୁ ନିଜ ଜୋତାରେ ଲିଭେଇବା ପାଇଁ ଚେଷ୍ଟା କରି ଥିଲେ।ଆଉ ଷ୍ଟିଭ ସ୍ମିଥ ଙ୍କର ଏହି କାର୍ଯ୍ୟ ଷ୍ଟମ୍ପ ରେ ଲାଗି ଥିବା କ୍ୟାମେରା ରେ କଏଦ ହୋଇ ଥିଲା।କିନ୍ତୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଏହା ଉପରେ ପରଦା ପକାଇବା ପାଇଁ ଚେଷ୍ଟା କରି ଥିଲା।ଏବଂ ଏହି ସମୟରେ ଟିଭି ରେ ପୁରୁଣା ଫୁଟେଜ ଦେଖାଇ ଥିଲା ଅଷ୍ଟ୍ରେଲିଆ ଗଣମାଧ୍ୟମ।

 

ତେବେ ସ୍ମିଥ ଏଭଳି କରୁ ଥିବାର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ତେବେ ଭିଡ଼ିଓ ରେ ଖେଳାଳିଙ୍କ ମୁହଁ ଦେଖା ଯାଉ ନାହିଁ,ମାତ୍ର ଯେଉଁ ଖେଳାଳି ଜୋତାରେ କ୍ରିଜରେ ଥିବା ମାର୍କ କୁ ଲିଭେଇବା କୁ ଚେଷ୍ଟା କରୁଛନ୍ତି ତାଙ୍କ ଜର୍ଷିରେ ନମ୍ବର ୪୯ ଲେଖା ଥିବାର ସ୍ପଷ୍ଟ ଭାବରେ ଦେଖା ଯାଉଛି,ଯାହା ହେଉଛି ସ୍ମିଥ ଙ୍କର ଜର୍ଶୀ ନମ୍ବର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।