ଦେଖନ୍ତୁ ଭିଡିଓ Live କରି ନିଜେ କହିଲେ ସବୁଦିନ ପାଇଁ କାହିଁକି ଓଡ଼ିଶା ଛାଡିଲେ ରାଣୀ ପଣ୍ଡା ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ….

0

ଆପଣମାନେ ଜାଣିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା। ଯିଏକି କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଯାତ୍ରା ପ୍ୟାଣ୍ଡେଲ ରେ ତାଙ୍କର ଜଲବା ହେଉ କିମ୍ବା ବେଣୁ ମଉସାଙ୍କ ନିର୍ବାଚନୀ ପ୍ରଚାର ହେଉ ଅଥବା ରିଲିଫ ପାଣ୍ଠି କୁ ଦାନ ହେଉ କିମ୍ବା ଯାତ୍ରା କଳାକାର ଙ୍କ ପାଇଁ ବିକ୍ଷୋଭ କଥା ହେଉ, ସବୁଆଡେ ସେ ଚର୍ଚ୍ଚାରେ ରହି ଥାଆନ୍ତି।ତେବେ ଦର୍ଶକ ମାନେ କେବଳ ତାଙ୍କୁ ରାନୀ ପଣ୍ଡା ନାମରେ ନୁହେଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନାମରେ ଜାଣନ୍ତି। କାରଣ ଅନେକ ଘଟଣା ସମ୍ପର୍କରେ ନିଜର ବିବାଦୀୟ ମନ୍ତବ୍ୟ ଦେଇ ସେ ସର୍ବଦା ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ପୁଣି ଭିଡିଓ ଜରିଆରେ ଏବେ ସାମ୍ନାକୁ ଆସିଲେ ଚର୍ଚ୍ଚିତ ଅଭିନେତ୍ରୀ ରାନୀ ପଣ୍ଡା।ତାଙ୍କର କଥା ବାର୍ତ୍ତା ଏବଂ ବୟାନ ବାଜି ଏବଂ କିଛି ପଦକ୍ଷେପ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଆପଣ ଅନେକ ରୂପରେ ରାନୀ ଙ୍କୁ ପୂର୍ବରୁ ଦେଖିଥିବେ ଭିନ୍ନ ଅନ୍ଦାଜ ରେ ଓ ଭିନ୍ନ ଢଙ୍ଗରେ। କିନ୍ତୁ ଆମେ ଆଜି ଆପଣଙ୍କୁ ରାଣୀ ଙ୍କର ଏମିତି ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଭିନ୍ନ ରୂପ ଅଟେ।ହୁଏତ ଆପଣ ଆଗରୁ କେବେ ତାହା ଦେଖି ନଥିବେ।ଆଉ ତାଙ୍କର ଏବେର ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରାରେ ଭାଇରଲ ହେବରେ ଲାଗିଛି।ଏହି ଭିଡିଓ ରେ ରାନୀ ବହୁତ ଦୁଃଖରେ ଥିବା ଜଣା ପଡୁଛି।

ସୂଚନା ଅନୁସାରେ ଏହି ବିବାଦୀୟ ଅଭିନେତ୍ରୀ ଜଣଙ୍କ ଓଡ଼ିଶା ଛାଡ଼ି ଚାଲି ଯାଉଛନ୍ତି ବୋଲି ଜଣା ପଡିଛି। ଯାହାକୁ ନେଇ ସେ ନିଜେ ମଧ୍ୟ ଏକ ଭିଡିଓ ଜରିଆରେ ସ୍ପଷ୍ଟ କରିଥିଲେ ଏବଂ ସେ ତାଙ୍କର ପ୍ରସନଲ ଫେସବୁକ ଆକାଉଣ୍ଟ ମାଧ୍ୟମରେ ନିଜର ପ୍ରଶଂସକ ଙ୍କୁ ଏ ବିଷୟରେ ଜଣାଇଥିଲେ।ଆଉ ଏହା ଜାଣିବା ପରେ ତାଙ୍କ ପ୍ରଶଂସକ ଙ୍କ ମହଲରେ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସେମାନେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି।

ତେବେ ଏହାର କାରଣ ସ୍ୱରୂପ ରାନୀ କହିଛନ୍ତି ଯେ, ବାଇ ବାଇ ଓଡ଼ିଶା।ମୁଁ ଆଉ ତୋତେ କେବେବି ହଇରାଣ କରିବି ନାହିଁ।କାରଣ ମୁଁ ସବୁଦିନ ପାଇଁ ଓଡ଼ିଶାରୁ ଦୂର କୁ ଚାଲି ଯାଉଛି,ଆଉ କେବେ ଏଠାକୁ ଫେରିବି ନାହିଁ। ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି।ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ। ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା।


ଏପରି ଲେଖି ଏକ ଦୁଃଖଭରା ବିଦାୟ ନେଇଛନ୍ତି ଏହି ଯଲିଉଡ କୁଇନ ଜଣଙ୍କ।ତେବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ତାଙ୍କର ଏହି ଭିଡ଼ିଓ ଟି ଦେଖିବା ପରେ ଲାଗୁଛି ଯେପରି ରାଣୀ ପଣ୍ଡା ବହୁତ ଦୁଃଖ ରେ ଅଛନ୍ତି ଏବଂ ଭାଙ୍ଗି ପଡ଼ିଛନ୍ତି। ହୁଏତ ଏହାର କାରଣ ଆଗକୁ ଜଣା ପଡ଼ିପାରେ।