ଦେଖନ୍ତୁ ଭିଡ଼ିଓ ! ଓଡ଼ିଶାରେ ଚାଲିଛି ସୁନ୍ଦରୀ ମେଳା, ସୁନ୍ଦରୀ ଙ୍କ ଲୋଭରେ ପସିଗଲେ ଯୁବ ଇଞ୍ଜିନିଅର…

0

ବଢୁଛି ଡିଜିଟାଲ ଯୁଗରେ ଡିଜିଟାଲ କ୍ରାଇମ୍। ଯାହାକୁ ନେଇ ବିଚଳିତ ଅଧିକାଂଶ ଲୋକେ।ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଅନେକ ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଅନ୍ୟ ମାନଙ୍କର ଅନେକ କ୍ଷତି ଯଥା ଟଙ୍କା ଲୁଟ କରିବା, ଆକାଉଣ୍ଟ୍ ହେକ କରିବା ।

ଅନ୍ୟ ମାନଙ୍କ ପ୍ରାଇଭେଶି କୁ ହେକ୍ କରିବା ଭଳି ଅନେକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ସହିତ ବ୍ଲାକ ମେଲ୍ ଆଦି କରିବା ଭଳି ଘଟଣା ଘଟିବାରେ ଲାଗିଛି। ଯେଉଁଥିର ଶିକାର ହେଉଛନ୍ତି ଆଜିର ସାଧାରଣ ଜନତା।

ତେବେ କୁହାଯାଇ ପାରେ ଦେଶ ଯେତିକି ଡିଜିଟାଲ ହେବାକୁ ଯାଉଛି ସେହିପରି କିଛି ଡିଜିଟାଲ ଚୋର ମାନେ ସେମାନଙ୍କ ମନ୍ଦ ବୁଦ୍ଧି କୁ ଅଧିକ ମାତ୍ରାରେ ପ୍ରୟୋଗ କରି ଲୋକଙ୍କୁ ହଇରାଣ ହରକତ କରିବାରେ ଲାଗିଛନ୍ତି। ସାଇବର ଠକେଇ ର ଅଭିଯୋଗ ଏବେ ପ୍ରତିଦିନ ଦେଖିବାକୁ ମିଳୁଛି। ନାନା ପ୍ରକାର ଉପାୟ ଅବଲମ୍ବନ କରି ଅସାଧୁ, ଠକ ପ୍ରକୃତିର ଲୋକେ ଠକିବାକୁ ଯୋଜନା କରୁଛନ୍ତି ଆଉ ଅଧିକତର କ୍ଷେତ୍ରରେ ସଫଳ ମଧ୍ୟ ହେଉଛନ୍ତି।

ଆମ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି।ତେବେ ଏଥିପାଇଁ ଅନେକ ବୁଦ୍ଧି ଆପନାଉ ଅଛନ୍ତି ଏହି ଡିଜିଟାଲ ଥିଫ୍ ମାନେ। ଗୋଟିଏ ପଟେ ହ୍ୱାଟସଅପ୍ ରେ ଆସିଲା ସୁନ୍ଦରୀ ଯୁବତୀ ଜଣଙ୍କ ଫଟୋ,ଆଉ ଅନ୍ୟ ପଟେ ଆକାଉଣ୍ଟ୍ ରୁ ଖାଲି ହୋଇଗଲା ୭୦୦୦,୯୦୦୦ ପରେ ୧୨୦୦୦ ପୁଣି ୧୫୦୦୦ ଟଙ୍କା। ଏମିତି ଯଦି ମୋଟ ଦେଖୁଦେଖୁ ଆକାଉଣ୍ଟ୍ ରୁ ଚାଲିଗଲା ୯୦ ହଜାର ରୁ ଉର୍ଦ୍ଧ୍ୱ ଟଙ୍କା।

ଏକ୍ସକୋର୍ଟ ସର୍ଭିସ୍ ର ପ୍ରଲୋଭନ ଦେଖାଇ ମାତ୍ର ୨ ଦିନ ଭିତରେ ୮୪ ହଜାର ଟଙ୍କା ଠକେଇ କରି ହଡ଼ପ କରି ନେଇଛନ୍ତି ଏହି ଡିଜିଟାଲ ଥିଫ ବା ସାଇବର ଠକ।ଆଉ ଏହି ଠକେଇ ରେ ଶିକାର ବ୍ୟକ୍ତି ଭୁବନେଶ୍ୱର କମିଶନର ଙ୍କ ହେଲ୍ପ ଡେସ୍କ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ତାଙ୍କୁ ବିଭିନ୍ନ ସ୍ଥାନରୁ କଲ୍ ଆସୁଥିଲା।

କେତେବେଳେ ରାଜସ୍ଥାନ କୋଟାରୁ ତ ପୁଣି କେତେବେଳେ ପଶ୍ଚିମବଙ୍ଗ ର ଶିଲିଗୁଡି ରୁ ଏହି ଯୁକଙ୍କ ଙ୍କ ପାଖକୁ ଫୋନ୍ ଆସୁଥିଲା। ଏବଂ ସାରା ଦେଶରେ ଏହି ଚାକିରି ଦେଉଥିବା ସଂସ୍ଥାର ନେଟୱାର୍କ ଥିବା ସେମାନେ କହିଥିଲେ।ଆଉ ଏହାପରେ ଗୁଗଲ ପେ ରୁ ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଟଙ୍କା କଟି ଯାଇଥିଲା। ଆଉ ଏଥିରେ ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ର ଜଣେ ଯୁବ ଇଞ୍ଜିନିୟର।

ଏବେ କମିସନରେଟ ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ଏହିଭଳି ହେଉଥିବା ସାଇବର ଠକେଇ କୁ ରୋକିବାର ପ୍ରୟାସ ସ୍ୱରୂପ ଉଦ୍ୟମ ଜାରି ରଖିଛି।