ଦେଖନ୍ତୁ ଭିଡ଼ିଓ ! ” ପରୀ ” ଘଟଣାକୁ ନେଇ ମୁହଁ ଖୋଲିଲେ ନିର୍ଭୟା ଙ୍କ ଓକିଲ ଯାହା କହିଲେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

0

ନୟାଗଡ଼ ଜିଲ୍ଲା ଯଦୁପୁର ର କୁନି ଝିଅ ପରୀ ମୃତ୍ୟୁ ମାମଲା ର ଏବେବି ସମାଧାନ ର ସୂତ୍ର ନ ବାହାରି ଏହା ରହସ୍ୟ ଘେରରେ ରହିଛି। ଏହି କେଶ୍ ରେ ହସ୍ତକ୍ଷେପ ନେଇ କିଛି ବଡ଼ ଲୋକଙ୍କ ନାମ ଅନେକ ଚର୍ଚ୍ଚା ହେବାରେ ଲାଗିଛି ଯାହାକୁ ନେଇ ରାଜନୈତିକ ଦଳ ମାନେ ସେମାନଙ୍କ ରାଜନୀତି କୁ ସରଗରମ କରୁଛନ୍ତି।ତେବେ ବିଭିନ୍ନ ପ୍ରକାର ଆଲୋଚନା ସମାଲୋଚନା ଭିତରେ ଏହି କଥା ଏବେ ବହୁତ ଚର୍ଚ୍ଚାରେ ରହିଛି ଯେ ନିର୍ଭୟା ଙ୍କ ଓକିଲ ଲଢ଼ିବେ କୁନି ଝିଅ ପରି କେଶ୍।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଓଡ଼ିଶାର ନୟାଗଡ଼ ଜିଲ୍ଲାର ପରୀ ନାମକ ସାତ ବର୍ଷର ନାବାଳିକା କୁ ହତ୍ୟା କରିଥିଲେ କିଛି ମଣିଷ ରୂପୀ ରାକ୍ଷସ।

ନିର୍ଦୟତା ର ସବୁ ସୀମାକୁ ପାର କରି ଯାଇଥିଲେ ଏହି ଅମଣିଷ ମାନେ।ପରେ ଏହି ସରଳ ନିଷ୍ପାପ୍ୟ ଶିଶୁ ସହ ଦୁଷ୍କର୍ମ ହୋଇଥିଲା ବୋଲି ମଧ୍ୟ ତଥ୍ୟ ସାମ୍ନାକୁ ଆସିଥିଲା।ଯାହା ସମସ୍ତଙ୍କୁ ଦୋହଲାଇ ଦେଇଥିଲା।ଆଉ ସେବେ ଠାରୁ ପରୀ କୁ ନ୍ୟାୟ ଦେବା ପାଇଁ ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ମଧ୍ୟ ଚାଞ୍ଚଲ୍ୟ ପଡିଥିଲା। କିନ୍ତୁ ଦୁଃଖର ବିଷୟ ଏହା ଯେ ଏବେ ପର୍ଯ୍ୟନ୍ତ ତାଙ୍କୁ ଉଚିତ ନ୍ୟାୟ ମିଳି ପାରିଲା ନାହିଁ।

ପରୀ ଏବଂ ତାର ପରିବାରକୁ ନ୍ୟାୟ ନମିଳିବା କାରଣରୁ ତାଙ୍କର ବାପା ମା ରାଜରାସ୍ତାକୁ ମଧ୍ୟ ଆସିଥିଲେ ଏବଂ ପରୀ ଙ୍କୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ବି ଦାବି କରିଥିଲେ। ତାହା ମଧ୍ୟ ବିଫଳ ହେଲା।ଏହାସହ କିଛି ଲୋକଙ୍କ ନାମ, ପରିବାର ଏବଂ ଗ୍ରାମବାସୀ ନେଇଥିଲେ ଏବଂ କହିଥିଲେ ଯେ ସେମାନେ ଏହି ହତ୍ୟା ସହିତ ସଂପୃକ୍ତ ଥାଇ ପାରନ୍ତି।

କିନ୍ତୁ ଦୁଃଖର ବିଷୟ ଏବେ ପର୍ଯ୍ୟନ୍ତ ସେ ଦିଗରେ କୌଣସି ତଦନ୍ତ ହୋଇ ପାରିଲା ନାହିଁ।ତେବେ ଏହାପରେ ଆପଣ ଶୁଣିଥିବେ ଏହି ଘଟଣା ବିଷୟରେ ପରୀ ମାଆ ବାପା ନିର୍ଭୟା ଙ୍କ ଓକିଲ ଙ୍କ ସହ କଥା ହୋଇଥିଲେ ଓ ସେ ଏହାର କେଶ୍ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା।ଏବେ ଏହି ନିର୍ଭୟା କେଶ୍ ର ଓକିଲ ସୀମା ନିଜେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରିଛନ୍ତି ଏବଂ ଏ ସମ୍ପର୍କରେ କହିଛନ୍ତି।

ସେ କୁନି ଝିଅ ପରୀ ର ହତ୍ୟା ଏକ ଅକ୍ଷମଣୀୟ ଅପରାଧ କହିବା ସହ ଏହାର ଦୋଷୀ ଏବେ ପର୍ଯ୍ୟନ୍ତ ସାମ୍ନାକୁ ନ ଆସିବା ଏକ ବିଡମ୍ବନା ବୋଲି କହିଛନ୍ତି। ତେବେ ଏହି ଘଟଣାରେ ପ୍ରକୃତ ଦୋଷୀଙ୍କୁ ଚିହ୍ନଟ ନକରି ଜଣେ ଅନ୍ୟ ବ୍ୟକ୍ତିଙ୍କୁ ଫାସାଇ ଦିଆ ଯାଇଛି ବୋଲି ସେ କହିଛନ୍ତି। ତେଣୁ ଏହାର ଉଚିତ ତଦନ୍ତ ସହ ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିବା ସହ ଅନ୍ୟ ରାଜ୍ୟ ମାନଙ୍କରେ ଘଟିଥିବା କିଛି ଅମାନବିକ କାଣ୍ଡ ଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।