ଦେଖନ୍ତୁ ଭିଡ଼ିଓ ! ପିକନିକ କରିବାକୁ ଯାଇ ଫଟୋ ଉଠାଇବା ସମୟରେ ନଦୀରେ ଭାସିଗଲେ ଯୁବତୀ, ମୃତ୍ୟୁ ବେଳର ଭିଡ଼ିଓ ହେଉଛି ଭାଇରାଲ…

0

ଏବେର ଆଧୁନିକ ସମାଜର ବ୍ୟକ୍ତି ବିଶେଷ ଡିଜିଟାଲ ପ୍ଲାଟଫର୍ମ କୁ ଅଧିକ ମାତ୍ରାରେ ଆପଣେଇ ଥିବାର ଦେଖିବାକୁ ମିଳୁଛି।ଏହା ସହ ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆ କୁ ବ୍ୟବହାର କରି ଅନେକ ଏହାକୁ ମନୋରଞ୍ଜନ ଭାବରେ ଗ୍ରହଣ କରୁଥିବା ବେଳେ ଆଉ କିଛି ଅସାଧୁ ଏବଂ ମନ୍ଦ ପ୍ରବୃତ୍ତି ର ଲୋକମାନେ ଅନ୍ୟ ମାନଙ୍କର ଅନେକ କ୍ଷତି କରିବା ଭଳି ଘଟଣା ଘଟାଇ ଥାଆନ୍ତି।

ଦେଶ ଯେତିକି ଡିଜିଟାଲ ହେବାକୁ ଯାଉଛି ସେହିପରି କିଛି ମାତ୍ରାରେ ଏହାର ଭଲ ଏବଂ ଖରାପ୍ ଉଭୟ ପ୍ରଭାବ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି। ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ଯେ ଆଜିର ଲୋକେ ଫଟୋ ଉଠାଇ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଅନେକ ସଉକ ରଖିଥାନ୍ତି ବିଭିନ୍ନ ଆକର୍ଷଣୀୟ ସ୍ଥାନ ମାନଙ୍କରେ।

ବେଳେବେଳେ ସେମାନେ ବିପଦପୂର୍ଣ୍ଣ ସ୍ଥାନକୁ ବି ଏଥିପାଇଁ ଛାଡନ୍ତି ନାହିଁ। ଫଟୋ ଉଠାଇବାର ନିଶାରେ ସେମାନେ ସବୁ ସ୍ଥାନକୁ ମାଡ଼ି ଯାଆନ୍ତି।ତାହା ଗନ୍ତବ୍ୟ ସ୍ଥଳ ହେଉକି ଅସୁରକ୍ଷିତ ବିପଦ ପୂର୍ଣ୍ଣ ସ୍ଥାନ ହୋଇ ଥାଉ।ଆଉ ଏଥିପାଇଁ ଅନେକ ସମୟରେ ସେମାନେ ସେମାନଙ୍କର ଏହି ଦୁଃସାହାସିକ କାର୍ଯ୍ୟ ପାଇଁ ବିପଦ ରେ ପଡନ୍ତି ଓ ଜୀବନ ମଧ୍ୟ ଚାଲି ଯାଇଥାଏ ସେମାନଙ୍କର।ଆଉ ଦୁଃଖର ବିଷୟ ଏହିକି ଯେ ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ସଚେତନ ହେଉ ନାହାନ୍ତି କିଛି ଲୋକେ।

ଯେଉଁ କାରଣରୁ ଅକାରଣରେ ସେମାନଙ୍କର ଜୀବନ ଯାଉଛି। ସେହିପରି ନିକଟରେ ଏକ ଘଟଣା ଘଟିଛି ଏଠାରେ ସେଲଫି ନେଉ ଥିବା ବେଳେ ଜଣେ ଯୁବତୀ ପାଣିର ସ୍ରୋତରେ ଭାସି ଯାଇଛନ୍ତି ଏବଂ ମୃତ୍ୟୁ ବରଣ କରିଛନ୍ତି। ଇବ ନଦୀରେ ଭାସି ଯାଇ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବର ତାଙ୍କ ଭିଡିଓ ଏବେ ଦେଖିବାକୁ ମିଳିଛି। ଯେଉଁଥିରେ ସେ ହସ ଖୁସିର ସହ ସମୟ କାଟୁ ଥିବାର ଦେଖିବାକୁ ମିଳୁଛି।ଏହି ଭିଡିଓ ରେ ଥିବା ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର ର କୁମ୍ଭାରପଡ଼ା ର ନିରୁପମା ପ୍ରଜାପତି।

ସେ ନିକଟରେ ତାଙ୍କ ସାଙ୍ଗ ମାନଙ୍କ ସହ ସେଠାକୁ ପିକନିକ୍ କରିବାକୁ ଯାଇଥିଲେ।ଆଉ ଏହି ସମୟରେ ସେ ଫଟୋ ଉଠାଇବା ସମୟରେ ତାଙ୍କ ପାଖରେ ଥିବା ଜଣେ ଯୁବକ ସେଠାରେ ଗୋଡ଼ ରଖୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା।ଆଉ ଏତିକି ବେଳେ ସେଠାରେ ଛିଡ଼ା ହୋଇଥିବା ଯୁବତୀ ଜଣଙ୍କ ପାଣିରେ ଭାସି ଯାଇଥିଲେ। କିଛି ସମୟର ଖୋଜା ଖୋଜି ପରେ ସେଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ପଥର ଫାଙ୍କ ନିକଟରେ ଯୁବତୀ ଜଣଙ୍କ ମୃତ ଦେହ ସେଠାରୁ ଉଦ୍ଧାର କରା ଯାଇଥିଲା।

ଏହି ଘଟଣା ଘଟିବା ପରେ ସେଠାରେ ଉପସ୍ଥିତ ସମସ୍ତ ସାଙ୍ଗ ସାଥି ବ୍ୟକ୍ତି ବିଶେଷ ଭୟଭୀତ ହୋଇ ଯାଇଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।