ଦେଖନ୍ତୁ LIVE ଭିଡିଓ – କଲେଜ ସମ୍ମୁଖରେ ଛାତ୍ରୀଙ୍କୁ ଗୁଳିକରି ହତ୍ୟା ତା’ପରେ କ’ଣ ହେଲା ନିଜେ ଦେଖିଲେ ବିଶ୍ୱାସ କରିବେନି…

0

ପୁଣି ହରିୟାଣା ର ଫରିଦାବାଦ ରୁ ଆସିଲା କ୍ରାଇମ୍ ର ଏକ ଭୟାନକ ଦୃଶ୍ୟ। ଯାହାକୁ ଦେଖିଲେ ସାଧାରଣରେ କୋକୁଆ ଭୟ ସୃଷ୍ଟି ହେବା ସ୍ବାଭାବିକ।ତେବେ ଆଜିର ମଣିଷ ଧିରେଧିରେ ନୃଶଂସ ପାଲଟିବାରେ ଲାଗିଛି।ସଭ୍ୟତା ଓ ମାନବିକତା ଭୁଲି ଅସଭ୍ୟତା ର ବିଷ୍ଠୁରତା ର ସବୁ ସୀମା ଟପି ଯାଉଛି ମଣିଷ। ସାମାନ୍ୟ କଥା କୁ ନେଇ ବେଳେବେଳେ ଲୋକେ ଏମିତି ପ୍ରକାରର କାଣ୍ଡ ଲିଭାଉଛନ୍ତି ଯେ ଆପଣ ତାହା ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ।

ଏହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ବାସ୍ତବରେ ମଣିଷ କେଉଁ ସ୍ତରକୁ ଯାଉଛି।ତେବେ ଏହି ଭଳି ଏକ ଘଟଣା ନିକଟରେ ହରିୟାଣା ର ଫରିଦାବାଦ ର ବଲ୍ଲଭଭଡ ରେ ଘଟିଛି।ଏଠାରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ଯାହା ସମସ୍ତଙ୍କୁ ଭୟଭୀତ କରି ଦେଇଛି। ଗୁଳି ମାଡର ଲାଇଭ ଭିଡିଓ ଏଠାରେ ଦେଖିବାକୁ ମିଳିଛି।

ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ଯୁବତୀଙ୍କୁ ଗୁଳିମାଡ କରିଛି ତାକୁ ଏକତରଫା ପ୍ରେମ କରୁଥିବା ଜଣେ ପାଗଳ ପ୍ରେମୀ। ଏମିତି ଗୁଳି କରିଛି ଯେ ସେଇଠି ହିଁ ନିମିଷକେ ଯୁବତୀଙ୍କ ପ୍ରାଣ ବାୟୁ ଉଡି ଯାଇଛି।ଆଉ ଏହି ଘଟଣା ଘଟିଛି ଯୁବତୀ ପଢ଼ୁଥିବା କଲେଜ ସାମ୍ନାରେ। ସୂଚନା ଅନୁସାରେ ଯୁକ୍ତ ୩ ବିକମ୍‌ ତୃତୀୟ ବର୍ଷର ପଢ଼ୁଥିବା ଜଣେ ଛାତ୍ରୀ ଯାହାଙ୍କ ନାମ ନିକିତା, ସେ ପରୀକ୍ଷା ଦେଇ କଲେଜ ବାହାରେ ନିଜ ସାଙ୍ଗ ସହିତ ଯାଉଥିବା ବେଳେ ସେଠାରେ ତୋଫିକ ନାମକ ଜଣେ ଯୁବକ ନିଜ ସହଯୋଗୀ ସହିତ ପୂରା ବନ୍ଦୋବସ୍ତ କରି ସେଠାରେ ଜଗି ରହିଥିଲା।

କଲେଜରୁ ନିକିତା ବାହାରିବା ମାତ୍ରେ ତୋଫିକ୍ କାର ଭିତରକୁ ତାଙ୍କୁ ଟାଣି ଟାଣି ନେବାକୁ ଚେଷ୍ଟା କରିଥିଲା।ଆଉ ଏଥିରେ ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ସେହି ସମୟରେ ନିଜ ପାଖରେ ଥିବା ବନ୍ଧୁକରୁ ଜିରୋରୁ ଗୁଳି ମାରିଦେଲା ଏକତରଫ ପ୍ରେମ କରୁଥିବା ପାଗଳ ଯୁବକ ଜଣଙ୍କ।ତେବେ ଜଣା ପଡ଼ିଛି କି ଯୁବକଙ୍କ ପ୍ରେମ ଏବେର ନୁହେଁ।

ଅଭିଯୁକ୍ତ ଯୁବକ ନିକିତାଙ୍କ ସହିତ ଦ୍ୱାଦସ ଶ୍ରେଣୀ ପଯ୍ୟର୍ନ୍ତ ପଢ଼ୁଥିବା ବେଳେ ତାଙ୍କ ସହିତ ଜୋର ଜବରଦସ୍ତ ବନ୍ଧୁତା ସ୍ଥାପନା କରିବାକୁ ବାରମ୍ବାର ଚେଷ୍ଟା ମଧ୍ୟ କରି ଥିଲା। କିନ୍ତୁ ଏଥିରେ ମନା କରି ଦେଇଥିଲେ ନିକିତା।ଆଉ ତାପରେ ନିକିତା କୁ ଏହି କରୁଣ ନିଷ୍ଠୁର ପରିସ୍ଥିତି ର ସାମ୍ନା କରିବାକୁ ପଡିଲା।

କୁହାଯାଉଛି କି ୨୦୧୮ରେ ମଧ୍ୟ ଏହିଭଳି ଦୁଃସାହାସିକ କାର୍ଯ୍ୟ କରିଥିଲା ଏହି ଯୁବକ।ସେତେବେଳେ ଅପହରଣ କରିବାକୁ ଚାହିଁ ସେ ବିଫଳ ହୋଇଥିଲା,ଆଉ ସେତେବେଳେ ସ୍ଥାନୀୟ ଲୋକ ବୁଝାମଣା କରି ନେଇଥିଲେ। ଏହାପରେ ଯୁବତୀଙ୍କ ଭାଇ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ଯାହାପରେ ଅଭିଯୁକ୍ତ ଯୁବକ ଗିରଫ ମଧ୍ୟ ହୋଇଥିଲା। ଆଉ ଏବେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଏମିତି ଏକ ଅପରାଧ ଘଟାଇଛି ବୋଲି କୁହାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।