ଦେଖନ୍ତୁ Live ଭିଡିଓ – ସୋସିଆଲ ମିଡ଼ିଆ ରେ ଭାଇରାଲ ହେଲା ଗୁଡି ସହ ଉଡିଗଲା ୩ବର୍ଷର ପିଲା ଆଉ ତା’ପରେ…

0

ପ୍ରତ୍ୟେକ ସମୟ ରେ ଆମ ଚାରି ପାଖରେ ଘଟୁଛି କିଛି ଘଟଣା ଓ ଦୁର୍ଘଟଣା। ହେଇ ଦେଖୁ ନାହାନ୍ତି ଟିକିଏ ଦାୟିତ୍ଵ ହୀନତା ଯୋଗୁଁ କିପରି ଏକ ବଡ଼ ଦୁର୍ଘଟଣା ଘଟି ଗଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରି ଦେଇଛି । ଟାଇ ୱାନ କାଇଟ ଫେଷ୍ଟିଭାଲ ରେ ଘଟିଲା ଏମିତି ଏକ ଘଟଣା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୁଡ଼ି ଉଡା ଉତ୍ସବ ରେ ବହୁତ୍ ବଡ଼ ବଡ଼ ଗୁଡ଼ି ସବୁ ଭାଗ ନେଇ ଥାଆନ୍ତି।

ଏମିତି ଏକ ଗୁଡ଼ି ସହିତ ଏକ ତିନି ବର୍ଷର ଶିଶୁ ଆକାଶ କୁ ଉଡ଼ି ଗଲା । କହିଲେ ହୁଏତ ବିଶ୍ୱାସ ହୋଇ ନପାରେ କିନ୍ତୁ ଏହି ଦୃଶ୍ୟ ମିଛ ନୁହେଁ ନା ।ପିଲା ଟିକୁ ଗୁଡ଼ି ସହିତ ଉଡୁ ଥିବାର ଦେଖି ସେଠାରେ ଥିବା ଲୋକ ମାନେ ଭୟବିତ ହୋଇ ଯାଇ ଥିଲେ ।

୧୦୦ ଫୁଟ୍ ଉଚ୍ଚତା କୁ ଉଡ଼ି ଯିବା ପରେ ପିଲା ଟି ଗୁଡ଼ି ସହିତ ଆସି ତଳେ ପଡ଼ିଲା। ତେବେ ଠିକ୍ ତଳେ ପଡ଼ିବା ପୂର୍ବରୁ ଲୋକ ମାନେ ପିଲା ଟିକୁ ଧରି ପକାଇଲେ । ତେବେ ଭିଡିଓ ଟି ଦେଖିଲେ ଆପଣ ଜାଣି ପାରିବେ ଯେ ଗୁଡ଼ି ର ଲାଞ୍ଜ ପିଲା ଟିର ଗୋଡ଼ ରେ ଗୁଡ଼ାଇ ହେଇ ଯାଇଥିଲା । ଆଉ ସେଥିପାଇଁ ଏହି ତିନି ବର୍ଷର ଝିଅ ଗୁଡ଼ି ସହିତ ଉପରକୁ ଉଠି ଯାଇଥିଲା ।

ତେବେ ଘଟଣା ଟି ଏତେ ଅଚାନକ ଘଟିଲା ଯେ କେହି କିଛି ଭାବି ପାରିଲେ ନାହିଁ । ସମସ୍ତେ ଶୂନ୍ୟ ଆକାଶ ରେ ପିଲା ଟିକୁ ଉଡ଼ି ଥିବାର ଦେଖିଥିଲେ ଆଉ ଚିତ୍କାର କରୁଥିଲେ । କିନ୍ତୁ ପିଲା ଟିକୁ ବଞ୍ଚାଇବାର କିଛି ଉପାୟ ନଥିଲା । ତେବେ ନାରଙ୍ଗୀ ରଙ୍ଗର ଏହି ଗୁଡ଼ି ଟି ଆକାଶ ରେ ସାପ ପରି ଉଡ଼ି ଥାଏ । ତେବେ ଆକାଶ ରେ ଗୁଡ଼ି ଟି ଯେତେ ଜୋର୍ ଉଡ଼ି ଥାଏ ପିଲା ଟି ମଧ୍ୟ ସେହି ଗୁଡ଼ି ରେ ସେତିକି ଜୋର୍ ଝୁଲି ଥାଏ । କେତେବେଳେ ପାଖ ଗଛରେ ବାଡେଇ ହୋଇ ଯିବ ତାହା ମଧ୍ୟ ସମସ୍ତଙ୍କ ର ଆଶଙ୍କା ଥିଲା ।

ତେବେ ଗୁଡ଼ି ସହିତ ପିଲା ଟି ଆକାଶ ରେ ଉଡ଼ି ଥିବା ବେଳେ ଲୋକ ମାନେ କେବଳ ଚିତ୍କାର କରୁଥିଲେ ଆଉ ଭଗବାନ କୁ ଡାକୁଥିଲେ । ତେବେ ଗୁଡ଼ି ଲାଞ୍ଜ ସହିତ ପିଲା ଟି ଆକାଶ ରେ ଉଡ଼ି ଥିବା ବେଳେ ପିଲା ଟି ମଧ୍ୟ ଖୁବ୍ ଅସହାୟ ମନେ ହେଉଥିଲା । ତେବେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଗୁଡ଼ି ଟି ଆକାଶ ରେ ଉଡ଼ିଥିଲା ଆଉ ଯେତେବେଳେ ଗୁଡ଼ି ଟି ତଳକୁ ଖସିଲା ଗୁଡ଼ି ସହିତ ପିଲା ଟି ମଧ୍ୟ ତଳକୁ ଖସି ଆସିଲା ।

ତେବେ ପିଲା ଟି ସୁରକ୍ଷିତ ଭାବେ ତଳକୁ ଖସିବା ପରେ ଯେମିତି ସମସ୍ତଙ୍କ ପିଣ୍ଡ ରେ ପ୍ରାଣ ପଶିଲା ପରି ଅନୁଭୂତ ହେଲା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।