ପୋଲିସ୍ ବାବୁଙ୍କ ଦରକାର ନାହିଁ ହେଲମେଟ, ବିନା ହେଲମେଟ ରେ ରାଜଧାନୀର ରାଜ ରାସ୍ତାରେ ଗାଡ଼ି ଚଳାଉଛନ୍ତି ପୋଲିସ୍ ଅଧିକାରୀ। ଏଥିରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଉଭୟ କେନ୍ଦ୍ର ଓ ରାଜ୍ୟର ଗାଇଡ ଲାଇନ୍ ଆସିବା ପରେ ଦିନକୁ ଦିନ ଦୃଢ଼ ହେବାରେ ଲାଗିଛି ଟ୍ରାଫିକ ନିୟମ ଓ କାର୍ଯ୍ୟାନୁଷ୍ଠାନ। ଏଥିପାଇଁ ପରିବହନ ମନ୍ତ୍ରୀ ଙ୍କ ଗାଇଡ ଲାଇନ୍ ପରେ ଟ୍ରାଫିକ ରେ ଧର ପଗଡ ବି ଜୋରଦାର ହୋଇଛି।ଟ୍ରାଫିକ ନିୟମ ଆସିବା ପରେ ଏବଂ ଏହାକୁ ଚାରିଆଡ଼େ କଡ଼ା କଡ଼ି କରା ଯିବା ପରେ ଲୋକେ ପୋଲିସ ମାନଙ୍କୁ ଏକ ପ୍ରକାରର ଭିନ୍ନ ନଜରରେ ଦେଖିବାକୁ ପାଉଛନ୍ତି।

ତାପରେ ପୁଣି କରନା ଭାଇରସ ପାଇଁ ସଂକ୍ରମଣ କାରଣରୁ ଲକ୍ ଡାଉନ୍ ସମୟରେ ପୋଲିସ ର ଲାଠି ଚାର୍ଜ କଥା ମନକୁ ଆସିଗଲେ ଡର ବି ଲାଗୁଛି। କାହିଁକି ନା ପୋଲିସ୍ ର ମାଡ଼ ଯିଏ ଖାଇଛି ସେ ଜାଣିଛି ତାର ମଜା।

ଏସବୁ କୁ ଦେଖି ସ୍ୱାଭାବିକ ଭାବରେ ପୋଲିସ୍ କୁ ନେଇ ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥିବ ନିଶ୍ଚିତ ଭାବରେ।ଏମିତି ରେ ବି ସାଧାରଣତଃ ପୋଲିସ ମାନଙ୍କ ସ୍ଵଭାବ କୁ ନେଇ ସାଧାରଣରେ ଏହା ଧାରଣା ଥାଏ କି ସେମାନେ ବହୁତ୍ କଠୋର ଏବଂ ରାଗି ମିଯାଜ ର ଲୋକ। ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ ସତ ହୋଇଥିଲେ ମଧ୍ୟ ଏହା ସବୁ କ୍ଷେତ୍ରରେ ଯଥାର୍ଥ ନୁହେଁ।

କିନ୍ତୁ ଆମେ ଏହା କହିବାର ମୂଳ ଉଦ୍ଦେଶ୍ୟ ସେଇଆ ନୁହେଁ ବରଂ ଅଲଗା କିଛି। ଆମେ କହୁଛୁ ଯେ ଯେଉଁ ନିୟମ ଭାଙ୍ଗିବା ଦ୍ବାରା ସାଧାରଣ ଜନତା କୁ ମୋଟା ଅଙ୍କର ଟଙ୍କା ଗଣିବା ପାଇଁ ପଡୁଛି, ସେହି ସମାନ ନିୟମ ଭାଙ୍ଗିଲେ କଣ ପୋଲିସ୍ ବାବୁଙ୍କୁ ଏଥିପାଇଁ ତାଗିଦ୍ କରିବାକୁ ଫାଇନ ଆଦାୟ କରିବାକୁ କେହି ନାହାନ୍ତି କି?

କାହିଁକି ନା କୁହାଯାଏ ଆଇନ୍ ସମସ୍ତଙ୍କ ପାଇଁ ସମାନ।ତେବେ ଆମେ କହୁଚୁ ଦୁଇଟି ଘଟଣା କଥା ଯେଉଁଥିରେ ଗାଡ଼ି ଚଳାଇବା ସମୟରେ ଜଣେ ପୋଲିସ୍ ବାବୁ ଏବଂ ଚାଳକ ଙ୍କ ପଛରେ ବସିଥିବା ଜଣେ ମହିଳା ପୋଲିସ୍ ଅଧିକାରୀ ଜଣଙ୍କ ହେଲମେଟ ପିନ୍ଧି ନଥିବା କଥା।ଆଉ ଏହି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର କଳ୍ପନା ଛକରୁ ରସୁଲଗଡ଼ ଯିବା ବାଟରେ।ଆଉ ଏହି ଘଟଣା ପ୍ରସାରିତ ହୋଇଚି ଓଟିଭି ର ଲୋକପ୍ରିୟ ସଚେତନ ଧର୍ମୀ କାର୍ଯ୍ୟକ୍ରମ ନ୍ୟୁଜ୍ ଫ୍ୟୂଜ୍ ରେ।

ତେବେ ଆପଣ ଏହି ଦୁଇଟି ଭିଡିଓ କୁ ଥରେ ଭଲ ଭାବରେ ଦେଖନ୍ତୁ,ଆଉ ଜାଣି ପାରିବେ ଯେ ଦୁଇଟି ଯାକ ଭିଡିଓ ରେ ଗାଡି ରେ ଯାଉଥିବା ପୋଲିସ୍ ଅଧିକାରୀ ମାନେ ହେଲମେଟ ନପିନ୍ଧି ରାଜଧାନୀର ରାଜରାସ୍ତାରେ ଦୃତ ଗତିରେ ଯାଉଥିବାର।ତେବେ ଏଠାରେ ପ୍ରଶ୍ନ ଉଠୁଛି ଡବଲ୍ ହେଲମେଟ ବାଧ୍ୟତାମୂଳକ ହୋଇଥିବା ବେଳେ କଣ ପୋଲିସ୍ ଅଧିକାରୀ ମାନଙ୍କ ପାଇଁ ଏହା କୋହଳ କରା ଯାଇଚି ନା ଅନ୍ୟକୁ ସଚେତନ କରୁଥିବା ପୋଲିସ୍ ନିଜର ସଚେତନତା କଥା ଭୁଲି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।