ବାଃ ବାଃ ରେ ଝିଅ ! ଏହି ଛୋଟ ଝିଅଟି ମାତ୍ର ୨୨ ଦିନରେ ୫୭ ପୃଷ୍ଠାରେ ସମ୍ପୂର୍ଣ୍ଣ ରାମାୟଣ ଲେଖିଲେ, କୁନି ଝିଅଟି ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

0

ପ୍ରତ୍ୟେକ ଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ଆମ ସାମ୍ନାକୁ ଆସୁଥିବାର ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଛୋଟ ପିଲାଙ୍କର ଘଟଣା ସାମ୍ନାକୁ ଆସିଥାଏ। ଯାହାକି ସେମାନେ ଏମିତି କିଛି କରି ଦେଖେଇ ଥାନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଆଜି ଆମେ ଏହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛି ଯାହା ଶୁଣିଲେ ଆପଣ ସେହି ଛୋଟ ଝିଅଟି ବିଷୟରେ ଗର୍ବ କରିବେ ନିଶ୍ଚିତ।

ସାନ ସିନା କାମ କିନ୍ତୁ ବଡ, ସତରେ କିଛି କରିଦେଖାଇବାର ଇଚ୍ଛା ବୟସକୁ ବି ପଛରେ ପକାଇଦିଏ। ନିଜର ବୁଦ୍ଧି ଏବଂ ଆତ୍ମ ବିଶ୍ବାସ ପାଇଁ ଏକ କୁନି ଝିଅଟି ଏମିତି କିଛି କରିଦେକାଇଛନ୍ତି ତାହାକୁ ବର୍ଣ୍ଣନା କରିବା ଅସମ୍ଭବ।

ଏମିତି ଏକ କୁନି ଝିଅ ବିଷୟରେ ଆଜିଅମେ ଜଣେଇବାକୁ ଯାଉଛୁ। ବନ୍ଧୁଗଣ ରାମାୟଣ ଏମିତି ଏକ କାହାଣୀ ତାହା ଆମ ସମସ୍ତଙ୍କୁ ପସନ୍ଦ ଏହି କାହାଣୀ ଆମ ଭାରତୀୟଙ୍କ ପାଇଁ ଅତି ନିଜର। ଏହି କାହାଣୀ କୁ ଲେଖି ବର୍ତ୍ତମାନ ଏକ କୁନି ଝିଅ ଇଣ୍ଡିଆ ବୁକ ଅପ ରେକର୍ଡ ରେ ନିଜର ନାମ ଲେଖିଛନ୍ତି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାତ୍ର ୨୨ଦିନରେ ୮ବର୍ଷର କୁନି ଝିଅ ୫୭ ପୃଷ୍ଠାରେ ସମଗ୍ର ରାମାୟଣ ଲେଖି ଶୁଶ୍ରୀଇସିତା ଆଚାରୀ ନିଜର କୃତିତ୍ୱ ଜାହିର କରିଛନ୍ତି। ରାମାୟଣ ଲେଖିକାରେ ସେ ସର୍ବ କନିଷ୍ଠ ଲେଖିକା ଭାବରେ ସେ ପରିଚିତ ହୋଇଛନ୍ତି।

ବ୍ରହ୍ମପୁର ଡିଫେନସ କଲନୀ ନିବାସୀ ଶ୍ରୀଯୁକ୍ତ ରୁଦ୍ର ପ୍ରସାଦ ଆଚାରୀ ଏବଂ ଶ୍ରୀମତୀ ପଦ୍ମିନୀ ଆଚାରୀଙ୍କ ନାତୁଣୀ ତଥା ଶ୍ରୀଯୁକ୍ତ ସଞ୍ଜିତ ଆଚାରୀ ଓ ରଶ୍ମିତା ଆଚାରୀଙ୍କ ଝିଅ ଶୁଶ୍ରୀଇସିତା ବିସ୍ମୟ କନିଷ୍ଠ ଲେଖିକା ଭାବେ ସେ କୃତିତ୍ୱ ଆଣିଛନ୍ତି। ବର୍ତ୍ତମାନ ଏହି କନିଷ୍ଠ ତଥା ବିସ୍ମୟ ଲେଖିକା ଚେନ୍ନାଇରେ ତାଙ୍କ ବାପା ମାଆଙ୍କ ପାଖରେ ରହି ସ୍ଥାନୀୟ ଏନ ଏସ ଏନ ମେମୋରିଆଲ ସ୍କୁଲରେ ଷ୍ଟାଣ୍ଡାର୍ଡ ୩ ରେ ପାଠ ପଢୁଛନ୍ତି।

ଏହି କୁନି ତଥା ଏହି ବିସ୍ମୟ ଲେଖିକାର ପ୍ରତିକ୍ରିୟା ଅନୁସାରେ, ସେ କହିଥିଲେ, ଯେ ପିଲାଟି ଦିନରୁ ରାମାୟଣ ପ୍ରତି ତାର ବହୁତ ଆଗ୍ରହ ବୋଲି ସେ କହିଛନ୍ତି। ସେ ତା ଜେଜେଙ୍କୁ ରାମାୟଣ ବିଷୟରେ ପଚାରି ବୁଝିଥାଏ। ଲକଡାଉନ ସମୟରେ ଯେତେବେଳେ ରାମାୟଣ ଟେଲିକାଷ୍ଟ ହେଲା ସେତେବେଳେ ସେ ରାମାୟଣ ଦେଖୁଥିଲା।

ତାପରେ ସେ ରାମାୟଣ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସେ ପ୍ରତ୍ୟେକ ଦିନ ୨ରୁ ୩ ପୃଷ୍ଠା ରାମାୟଣ ଲେଖୁଥିଲେ ଏବଂ ସେ କିଛି ଦିନ ପରେ ତାଙ୍କ ପିତାମାତାଙ୍କୁ ଦେଖେଇ ଥିଲେ। ବାପା ମାଆ ରାମାୟଣ ପଢି ବହୁତ ଖୁସି ହୋଇ ଯାଇଥିଲେ। ତାଙ୍କର ଏହି ସଫଳତା ପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି।

ଅତି କମ ବୟସରେ ଶୁଶ୍ରୀ ରାମାୟଣ ଲେଖିବା ଘଟଣା ସମଗ୍ର ଆଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ଜାଗାରୁ ସେହି କୁନି ଝିଅଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁ ଥିବାବେଳେ ତାଙ୍କ ବାପା ମାଆଙ୍କୁ ଝିଅର ଏହି କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଉଛନ୍ତି। ସତରେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଶୁଶ୍ରୀ ନିଜର ପ୍ରତିଭା ବଳରେ ସାରାଦେଶରେ ଏତେ କମ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।