ମାଳିକା ଭବିଷ୍ୟବାଣୀ ! ଧୂଳିସାତ ହେବ ପାକିସ୍ଥାନ ଭାରତ ପ୍ରଥମେ ପକାଇବ ପରମାଣୁ ବୋମା…

0

ଆଜିକାଲି ମାଳିକା ସମସ୍ତେ ପଢୁଛନ୍ତି, ଶୁଣୁ ଛନ୍ତି, ବୁଝୁ ଛନ୍ତି କିନ୍ତୁ ଅର୍ଥକୁ ଅନର୍ଥ କରି ବୁଝୁ ଛନ୍ତି। ଏହାର ପ୍ରକୃତ ଅର୍ଥକୁ ହୃଦୟଙ୍ଗମ କରି ପାରୁ ନାହାନ୍ତି। କିନ୍ତୁ ମାଳିକା ରେ ଯାହା ବର୍ଣ୍ଣିତ ରହିଛି ତାହା ସମସ୍ତେ ହୃଦୟଙ୍ଗମ କରି ପାରୁ ନାହାନ୍ତି ଠିକ୍ ଭାବରେ। ଧରନ୍ତୁ ଏବେ ଭାରତ ଏବଂ ପାକିସ୍ତାନ ମୁହାଁ ମୁହିଁ ହେବାରେ ଲାଗିଛନ୍ତି। ଚୀନ୍ ମଧ୍ୟ ଭାରତ ପଛରେ ପଡ଼ିଛି ଏବଂ ଆକ୍ରମଣ କରିବାକୁ ଲାଗି ପଡିଛି।

ତେବେ ଆପଣ ମାନେ ଏହିସବୁ ଯେଉଁ ଘଟଣା ଦେଖୁଛନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ଏସବୁ ଯୁଗ ଯୁଗରୁ ବର୍ଣ୍ଣନା କରା ଯାଇଛି ଏବଂ ଯାହା ଘଟିବା କଥା ସେହି ଅନୁସାରେ ସବୁ ଘଟିବାରେ ଲାଗିଛି।

କିନ୍ତୁ ଆମେ ଏତିକି ଜାଣିଛୁ ଯେ ଜମ୍ବୁ ଦୀପ ଭାରତ ବର୍ଷ ପୃଥିବୀ ବକ୍ଷରେ ଏକ ମହାନ୍ ଏବଂ ଶ୍ରେଷ୍ଠ ଦେଶ। ଯାହାର ସ୍ୱତନ୍ତ୍ରତା ଭିନ୍ନ ରହିଛି। ଆମେ ଯେତିକି ଅଷ୍ଟାଦଶ ପୁରାଣ ଆଦି, ମହାପୁରୁଷ ମାନଙ୍କର କଥା ଗାଥା ରୁ ଜାଣିଛୁ ଓ ଅନୁଧ୍ୟାନ କରି ପାଇଛୁ ଯେ ଭାରତ ହେଉଛି ସମଗ୍ର ବିଶ୍ଵରେ ଏକ ଦେବ ଭୂମି। କାରଣ ଅନେକ ଦେବା ଦେବୀଙ୍କ ଜନ୍ମ ପୀଠ ହେଉଛି ପବିତ୍ର ଭାରତ ବର୍ଷ। ଯାହା ଶାସ୍ତ୍ର ରେ ପ୍ରମାଣ ମଧ୍ୟ ରହିଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି।

ମନ୍ଦିର ମାଳିନୀ ବୋଲି ଏହାକୁ ମଧ୍ୟ କୁହାଯାଏ।ତେବେ ମହାପୁରୁଷ ମାନେ ଭାରତ କୁ ନେଇ ଅନେକ କଥା ବର୍ଣ୍ଣନା କରିଛନ୍ତି ଏବଂ ଏହା ଉପରକୁ ଥିବା ବିପଦ କୁ ମଧ୍ୟ ବର୍ଣ୍ଣନା କରିଛନ୍ତି।ତେବେ ମହାପୁରୁଷ ଙ୍କ କହିବା କଥା ଯେ ଅନେକ ଛୋଟ ଛୋଟ ଦେଶ ମାନେ ପରସ୍ପର ସହ ଲଢ଼େଇ କରିବେ, ପରସ୍ପର ସହ ମତଭେଦ କାରଣରୁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ।

ଏହାସହ ଆଗାମୀ ଭବିଷ୍ୟତ ରେ ବଡ଼ ବଡ଼ ଦେଶ ମଧ୍ୟରେ ଅର୍ଥାତ୍ ୧୩ ଟି ବଡ଼ ଦେଶ ମଧ୍ୟରେ କଳି ଲାଗିବ। ଚୀନ୍ ଯେମିତି ତାର ବିଜ୍ଞାନ ର ପ୍ରୟୋଗ କୁ ନେଇ ବଡପଣ ଦେଖାଉଛି ସେହିପରି ଭାରତ ମଧ୍ୟ ଚୀନ୍ କୁ ତାର ପ୍ରମାଣ ଦେଇ ସାରିଲାଣି ଯେ ସେ କେତେ ମାତ୍ରାରେ ସକ୍ଷମ ଅନ୍ୟ ଦେଶକୁ ପରାଜିତ କରିବା ପାଇଁ।

ତେବେ ମାଳିକା କହୁଛି କେବଳ ପାକିସ୍ତାନ ହେଉ କିମ୍ବା ଚୀନ୍ ହେଉ, ଭାରତ ଭଳି ଏକ ଆଧ୍ୟାତ୍ମିକ ଦେଶ, ଦେବଭୂମି କୁ କେହି କିଛି କରି ପାରିବେ ନାହିଁ। କେବଳ ସେମାନେ ଫଁ ଫଁ ହେବେ।ଆଉ ଯଦି କିଛି କରିବାକୁ ଚେଷ୍ଟା କରିବେ ତେବେ ଅସୁବିଧାର ସମ୍ମୁଖୀନ ନିଶ୍ଚିତ ହେବେ।ଆଉ ଯଦି ଯୁଦ୍ଧ ହୁଏ, ଏଥିରେ ଭାରତର କ୍ଷତି ତ କିଛି ପରିମାଣରେ ନିଶ୍ଚିତ ହେବ କିନ୍ତୁ ଭାରତ ଯୁଦ୍ଧରେ ପରାଜୟ ବରଣ କରିବ ନାହିଁ। କାରଣ ଭାରତ ସପକ୍ଷରେ ସପକ୍ଷବାଦୀ ଲୋକେ ବହୁତ୍ ବାହାରିବେ।

ଏହା ମଧ୍ୟ କୁହା ଯାଇଛି ଯେ ଯେଉଁଦିନ ଭାରତ ଓ ରୁଷିଆର ସମ୍ପର୍କ ଟିକେ ବୃଦ୍ଧି ପାଇବ, ସେତେବେଳେ ଭାରତକୁ ପୃଥିବୀ ପୃଷ୍ଠରେ କେହି ହରାଇ ପାରିବେ ନାହିଁ ବୋଲି ମାଳିକା ର ଦୃଢକ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।