ମୁଖ୍ୟମନ୍ତ୍ରୀ ଙ୍କ ସବୁଠାରୁ ଧନୀ ମନ୍ତ୍ରୀ । ଆଶ୍ଚର୍ଯ୍ୟ କଲା ନବ ଦାସଙ୍କ ଗାଡ଼ି ତାଲିକା ! ୨୦୧୮ ରୁ ୨୦୨୦ ମଧ୍ୟରେ ପରିବାର ସଦସ୍ୟ କିଣିଛନ୍ତି ୮୦ଟି ଗାଡ଼ି…

0

ରାଜ୍ୟ ର ସବୁଠୁ ଧନୀ ମନ୍ତ୍ରୀ ଭାବେ ପରିଗଣିତ ଅଟନ୍ତି ଝାରସୁଗୁଡା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ବର୍ତ୍ତମାନ ସେ ରାଜ୍ୟ ର ସବୁଠୁ ଧନୀ ମନ୍ତ୍ରୀ ଭାବେ ପରିଗଣିତ ଅଟନ୍ତି । ତେବେ ନବ ଦାସ ଙ୍କ ସମ୍ପତି ବିଷୟ ରେ ଆଲୋଚନା କରିବା ପୂର୍ବରୁ ତାଙ୍କ ପରିବାର ସଦସ୍ୟ ମାନଙ୍କ ଗାଡି ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ତେବେ ନବ ଦାସ ଙ୍କ ପାଖରେ ବିଭିନ୍ନ ପ୍ରକାରର ଗାଡି ର କଲେକ୍ସନ ରହିଛି । ବିଶ୍ୱ ର ସବୁଠୁ ଦାମୀ ଗାଡି ମାନ ଆପଣ ନବ ଦାସ ଙ୍କ ଘରେ ଦେଖିବା ପାଇଁ ପାଇବେ। ତେବେ ବିଶ୍ୱ ର ସବୁଠୁ ଦାମୀ ଗାଡି ମର୍ସଡିଜ୍ ଏସ-କ୍ଲାସର ମେ-ବ୍ୟାକ୍ ଏସ-୫୬୦ ମଡେଲ ଯାହାର ଦାମ୍ ପାଖା ପାଖି ୨ କୋଟି ଟଙ୍କା ହେବ ସେହି ଗାଡି ମଧ୍ୟ ତାଙ୍କ ପାଖରେ ଅଛି । ନବ ଦର୍ଶାଇ ଅଛନ୍ତି ଯେ ସେହି କାର ର ଦାମ୍ ହେଉଛି ଏକ କୋଟି ୯୬ ଲକ୍ଷ ୭୮ ହଜାର ଟଙ୍କା ।

ତେବେ କେବଳ ଏତିକି ନୁହେଁ ନବ ଙ୍କ ସମ୍ପତି ତାଲିକା ର ଆଉ ଏକ ତଥ୍ୟ ବର୍ତ୍ତମାନ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି , ନବ ଗତ ତିନି ବର୍ଷ ମଧ୍ୟରେ ୮୦ ଟି ଟ୍ରକ, ହାଇୱା, ଜେସିବି ପରି ବ୍ୟବସାୟିକ ଗାଡି ମାନ କିଣିଥିବା ର ସେ ଦର୍ଶାଇ ଅଛନ୍ତି । ଆହୁରି ମଧ୍ୟ ସେ ଭାରତ ବେଞ୍ଜର ୩୦ଟି, ଟାଟା ମୋଟର୍ସର ୪୦ଟି ଏବଂ ମହିନ୍ଦ୍ରାର ୫ଟି ଗାଡି କିଣି ଥିବାର ସେ ଦର୍ଶାଇ ଅଛନ୍ତି ।

ତେବେ ମନ୍ତ୍ରୀ ନବ ଦାସ ତାଙ୍କର ଏହି ଗାଡି କିଣିବା ପ୍ରସଙ୍ଗ ରେ କହିଛନ୍ତି ଯେ ତାଙ୍କ ପରିବାର ସଦସ୍ୟ ମାନେ ବିଭିନ୍ନ ପ୍ରକାର ର ବ୍ୟବସାୟ କରନ୍ତି ଓ ଏହି ଗାଡି ମାନ ତାଙ୍କ ପରିବାର ସଦସ୍ୟ ମାନଙ୍କ ର ଅଟେ । ଆଉ ସେମାନେ ଆୟକର ମଧ୍ୟ ଠିକ୍ ଭାବରେ ସଠିକ୍ ସମୟ ରେ ଦାଖଲ କରି ଥାଆନ୍ତି । ତେବେ ମୁଖ୍ୟ ମନ୍ତ୍ରୀ କହିବା ଅନୁସାରେ ମନ୍ତ୍ରୀ ମାନେ ନିଜର ସମ୍ପତି ର ତାଲିକା ପ୍ରଦାନ କରିଥିଲେ ଯେଉଁଥିରୁ ଜଣା ପଡିଛି ଯେ ମନ୍ତ୍ରୀ ନବ ଦାସ ସବୁଠୁ ଧନୀ ମନ୍ତ୍ରୀ ଅଟନ୍ତି ।

ଏହା ସହିତ ସମ୍ପତ୍ତି ତାଲିକା ପ୍ରଦାନ କରିଥିବା ୨୦ ଜଣ ମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠାରୁ କମ ସମ୍ପତ୍ତିର ମାଲିକ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ବୋଲି ଜଣା ପଡ଼ିଛନ୍ତି। ସେ ସମୁଦାୟ ୩୩ ଲକ୍ଷ ଟଙ୍କାର ମାଲିକ ଅଟନ୍ତି ବୋଲି ସେ ଦର୍ଶାଇ ଅଛନ୍ତି । ଏହା ସହିତ ଏହି ତାଲିକା ରେ ଥିବା ପଂଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ମୋଟ ସମ୍ପତି ର ମୂଲ୍ୟ ପ୍ରାୟ ୧୦ କୋଟି ୩୫ ଲକ୍ଷ ଟଙ୍କା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୪ କୋଟି ୨୪ ଳକ୍ଷ ଟଙ୍କା ର ମାଲିକ ଦର୍ଶାଇ ଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ୭ କୋଟି ୩୧ ଲକ୍ଷ ଟଙ୍କାର ମାଲିକ ଅଟନ୍ତି ବୋଲି ସେ ଦର୍ଶାଇ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।