ରାସ୍ତା ପାର୍ଶ୍ବରେ ପରିବା ବିକ୍ରି କରିବା ସହିତ ପାଠପଢ଼ୁଥିବା ବାଳକକୁ ଦେଖି IAS ଅଫିସର କହିଲେ ଏଭଳି କଥା, ଦୟାକରି ଏହି ଗରିବ ପୁଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…

0

ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଆମେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ,ଯାହାକୁ ଦେଖିଲେ ଆମ ମନ ଭିତରେ ଥିବା ଆତ୍ମବିଶ୍ବାସ ଆହୁରି ବଢ଼ି ଯାଇ ଥାଏ।କୁହାଯାଏ ଯେ ଇଛା ଥିଲେ ଉପାୟ ଆପେ ଆପେ ଆସେ । କୌଣସି କାର୍ଯ୍ୟ ପାଇଁ ଯଦି ଆପଣ ଦୃଢ଼ ଇଛା ରଖିଛନ୍ତି ତେବେ ସେହି କାର୍ଯ୍ୟ କୁ କରିବା ପାଇଁ ଆପଣ ଙ୍କୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଏମିତି ଏକ ଏହାର ଅନେକ ଉଦାହରଣ ଆମକୁ ଅନେକ ସମୟ ରେ ଦେଖିବାକୁ ମିଳିଥାଏ।

କଥାରେ ଅଛି ମନରେ ଅଦମ୍ୟ ସାହସ ଓ ଇଛା ଶକ୍ତି ଥିଲେ ମଣିଷ କିଛି ବି କରି ପାରିବ।ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କୌଣସି ବୟସ କିମ୍ବା ଅନ୍ୟ କିଛି ବାଧକ ସାଜି ନଥାଏ।ଏମିତି କରି ଏବେ ଚର୍ଚ୍ଚା ରେ ଅଛନ୍ତି ଜଣେ ସପ୍ତମ ଶ୍ରେଣୀ ର ଛାତ୍ର।ସୋସିଆଲ ମିଡ଼ିଆ ରେ ଏହି ଛାତ୍ର ଙ୍କର ଏକ ଫଟୋ ବେସ୍ ଭାଇରାଲ ହେଉଛି, ଯାହାକୁ ଦେଖି ଏବେ ତାଙ୍କ ପାଖକୁ ପ୍ରଶଂସା ର ସୁଅ ଛୁଟୁଛି।

ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ି ଯିବ।କାରଣ ଫଟୋ ରେ ସେମିତି କିଛି ଦୃଶ୍ୟ ଅଛି ଯାହା ଆମକୁ ଚମତ୍କାର ପରି ଲାଗିବ।ଏହି ଫଟୋ ରେ ଜଣେ ଛୋଟ ପିଲା ପାଠ ପଢୁ ଥିବାର ଦେଖିବା ପାଇଁ ମିଳିଛି।ଆପଣ ଭାବୁ ଥିବେ କି କାର ପାଠ ତ ସମସ୍ତେ ପଢ଼ନ୍ତି, ତେଣୁ ଏଥିରେ ବଡ଼ କଥା କଣ।କିନ୍ତୁ ଆମେ ଯେଉଁ ପିଲା ବିଷୟରେ କହୁଛୁ ସେ ସ୍କୁଲରେ ନୁହେଁ ବରଂ ରାସ୍ତା କଡ଼ରେ ପଢ଼ୁଛି।ରାସ୍ତା କଡ଼ରେ ପିଲାଟି ପରିବା ବିକ୍ରି କରୁଛି ଓ ସାଥିରେ ପାଠ ମଧ୍ୟ ପଢ଼ୁଛି।

;

ଯେତେବେଳେ ପରିବା ନେବାକୁ କେହି ଆସୁ ନାହାଁନ୍ତି ସେତେବେଳେ ସେ ନିଜ ପାଠ ପଢ଼ିବାରେ ବ୍ୟସ୍ତ ରହୁଛନ୍ତି।ତେବେ ଏପରି ଏକ ନିଆରା ଦୃଶ୍ୟକୁ ଆଇଏଏସ ଅଧିକାରୀ ଅବନିଶ ଶରଣ ଗତ ରବିବାର ଦିନ ନିଜ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି।ତେବେ ସେହି ପିଲାଟିର ନାମ ପୁଷ୍ପେନ୍ଦ୍ର ସାହୁ ବୋଲି ଜଣା ପଡ଼ିଛି।ସେ ୭ମ ଶ୍ରେଣୀରେ ପାଠପଢ଼େ ବୋଲି ଜଣାପଡ଼ିଛି।ତେବେ ଆଇଏଏସ ଅଧିକାରୀ ଅବନିଶ ଶରଣ ଫୋଟୋ ଟିକୁ ସେୟାର କରି ଲେଖିଛନ୍ତି କି “ନିଆଁ ଯେଉଁଠି ବି ଥାଉ ନା କାହିଁକି ବାସ ଜଳିବା ଦରକାର।”

ତେବେ ଏହି ଫଟୋ ଟି ଟ୍ୱିଟର ରେ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ୨୮ ହଜାର ରୁ ଉର୍ଦ୍ଧ୍ବ ଲୋକ ଲାଇକ କରିଛନ୍ତି ଏବଂ ଏହାକୁ ୩ ହଜାର ରୁ ଉର୍ଦ୍ଧ୍ବ ଥର ରି-ଟ୍ୱିଟ କରା ଯାଇଛି।ବାଳକର ପଢ଼ା ପ୍ରତି ଏଭଳି ଭଲ ପାଇବା ଦେଖି ଲୋକ ମାନେ ତାକୁ ଖୁବ ପ୍ରଶଂସା କରିଛନ୍ତି।କିଛି ୟୁଜର କମେଣ୍ଟ ରେ ଲେଖିଛନ୍ତି କି ତୁଳସୀ ଦୁଇ ପତ୍ରରୁ ବାସେ।

ତେଣୁ ଏହି ପିଲାଟି ମଧ୍ୟ ଖୁବ ବଡ଼ ମଣିଷ ହେବ ଏବଂ ଜଣେ ବହୁତ ବଡ଼ ଅଫିସର ହେବ।ସତରେ ଏହି ପିଲାଟିର କାହାଣୀ ସମସ୍ତଙ୍କ ପାଇଁ ଏକ ପ୍ରେରଣା ର ସ୍ରୋତ ପାଲଟିଛି।ସଫଳତା କୌଣସି ବୟସ, ଜାତି, ବର୍ଣ୍ଣ , ଧନୀ,ଗରିବ କିଛି ଦେଖି ନଥାଏ।ସଫଳତା କେବଳ ଆପଣଙ୍କ କଠିନ ପରିଶ୍ରମ ଏବଂ ଆପଣଙ୍କ ମନର ବିଶ୍ୱାସ କୁ ଦେଖି ଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।