ସୁପ୍ରିମ୍‌ କୋର୍ଟ ଐତିହାସିକ ରାୟ – କୃଷି ଆଇନ କାର୍ଯ୍ୟକାରିତା ସ୍ଥଗିତ ରଖ ନଚେତ୍‌ ଆମେ ତାହାକୁ ସ୍ଥଗିତ କରାଇବୁ, ଆପଣଙ୍କ ମତାମତ କମେଣ୍ଟ କରନ୍ତୁ….

0

ଆମ ଭାରତ ଏକ କୃଷିପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ ଚାଷ ଉପରେ ଆତ୍ମ ନିର୍ଭରଶୀଳ କରିଥାନ୍ତି। ଏହି କୃଷକମାନଙ୍କ ସହାୟତା ପାଇଁ ସରକାର ସବୁବେଳେ କୃଷି ଆଇନ ତିଆରି କରିଆସିଛନ୍ତି। ଯାହା ଏହି ବର୍ଷ ମଧ୍ୟ କରିଥିଲେ। ଏହି ଆଇନକୁ ସମସ୍ତେ ଗ୍ରହଣ କରିନଥିଲେ। ଯାହାଦ୍ୱାରା କୃଷକ ସଂଘ ଏବେ ତୀବ୍ର ବିରୋଧ କରୁଛନ୍ତି।ଏହି ଆଇନ ବିରୁଦ୍ଧରେ ଦିଲ୍ଲୀଠାରେ କୃଷି ଆଇନ ବିରୁଦ୍ଧରେ କୃଷକମାନେ ପ୍ରତିବାଦ କରୁଥିଲେ।

ଏହାକୁ ନେଇ ସୁପ୍ରିମକୋର୍ଟ ଆଜି ତିନୋଟି କୃଷିଆଇନ କାର୍ଯ୍ୟକାରୀ ବନ୍ଦ ପାଇଁ କେନ୍ଦ୍ର ସରକାରଙ୍କୁ ଜଣେଇଦେଇଛନ୍ତି। ଯଦି କେନ୍ଦ୍ର ସରକାର ସ୍ଥଗିତ ନ ରଖିବେ ତେବେ ସ୍ଥଗିତ ଆମେ ରଖିବୁ ବୋଲି ମତ ପୋଷଣ କରିଛନ୍ତି ସର୍ବୋଚ୍ଚ ଅଦାଲତ ଏବଂ କେନ୍ଦ୍ର ସରକାର ଯେଉଁଭଳି ଭାବରେ କୃଷକ ଆନ୍ଦୋଳନ ବିଷୟକୁ ପରିଚାଳନ କରୁଛନ୍ତି ତାହାକୁ ସୁପ୍ରିମକୋର୍ଟ ତୀବ୍ର ବିରୋଧ କରୁଛନ୍ତି। ଯାହା ଏବେ ସାରା ଦେଶରେ ଦେଖା ଦେଇଛି।

ଏହି କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମଧ୍ୟ ଲଢେଇ ଚାଲିଛି।ଏହି ସମୟରେ କୃଷକ ଆନ୍ଦୋଳନ ସମ୍ପର୍କରେ ଆଗତ ପିଟିସନଗୁଡିକର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ ଶୁଣାଣି କରୁଥିଲେ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ପ୍ରଧାନ ବିଚାରପତି କହିଛନ୍ତି, ଆପଣ ଏହି ଆଇନ ସବୁକୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ ?

ଏ କ୍ଷେତ୍ରରେ କେଉଁ ଆତ୍ମସମ୍ମାନର କଥା ରହିଛି?’’ ଏଥିସହ ସିଙ୍ଘୁ ସୀମାରେ ଧାରଣାରେ ବସିଥବା କୃଷକମାନଙ୍କ କଥା ଉଠାଇ ପ୍ରଧାନ ବିଚାରପତି କହିଥିଲେ, ‘‘ସେଠାରେ ପରିସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଲୋକମାନେ ଥଣ୍ଡାରେ ପଡ଼ିରହିଛନ୍ତି, ଆତ୍ମହତ୍ୟା କରୁଛନ୍ତି। କିଏ ତାଙ୍କ ମାନଙ୍କର ଖାଇବା ,ପିଇବା ଦାୟିତ୍ୱ ବୁଝିବ ଏବଂକୃଷକମାନେ କାହିଁକି ବୃଦ୍ଧ, ମହିଳା ଓ ଶିଶୁଙ୍କୁ ଧାରଣାସ୍ଥଳକୁ ଆଣୁଛନ୍ତି? ଯାହା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ସମୟରେ କେନ୍ଦ୍ର ସରକାର କୃଷକମାନଙ୍କ ସହ ଯେଉଁ ପ୍ରକାର ଆଲୋଚନା କରିଛନ୍ତି ତାହା ସୁପ୍ରିମକୋର୍ଟ ଗ୍ରହଣ କରୁନାହାନ୍ତି।ଆଉ ପ୍ରଧାନ ବିଚାରପତି କହିଛନ୍ତି ମହାମାରୀ ଭଳି ସମୟରେ କୃଷକମାନେ ମସେରୁ ଅଧିକ ଦିନହେଲାଣି ପ୍ରତିବାଦର ସ୍ୱର ଉଠେଇଛନ୍ତି।କି ବୁଝାମଣା ଚାଲିଛି ଆମେ ଜାଣୁନା ? ପୁଣି କହିଛନ୍ତି ବିଶେସଂଜ୍ଞ କମିଟି ଗଠନ କରିବାକୁ ଏବଂ ସରକାର ଏହି ଆଇନ କୁ ସ୍ଥଗିତ ରଖିବେ। ଯଦି ସରକାର ସ୍ଥଗିତ ନ ରଖିବେ ତେବେ ଆମେ ସ୍ଥଗିତାଦେଶ ଜାରି କରିବୁ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କିଛି ଅଘଟଣ ଘଟେ ସେଥିପାଇଁ ଆମ ଭିତରୁ ସମସ୍ତେ ଦାୟୀ ରହିବେ। ଏହାକୁ ନେଇ ସବୁ ସ୍ତରରେ ତୀଵ୍ରନିନ୍ଦା ଚାଲିଛି।ଏହି ଆଇନକୁ ସରକାର ସ୍ବୀକୃତି ଦେଉନାହାନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ରଖୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ଦେଶର କୃଷକ ସଂଗଠନଗୁଡ଼ିକର ଏକ ସଂଖ୍ୟାଗରିଷ୍ଠ ଅଂଶ ନୂତନ କୃଷି ଆଇନକୂ ସମର୍ଥନ କରୁଛନ୍ତି ଏବଂ ଏହି ଆଇନ ଚାଷୀଙ୍କ ଲାଗି ଆଦୌ କ୍ଷତିକାରକ ନୁହେଁ ବୋଲି ମତ ରଖିଛନ୍ତି।

କିନ୍ତୁ ଏହାକୁ ଗ୍ରହଣ ନ କରି କହିଛନ୍ତି, କେହି ତ ଏପରି କହିବାକୁ ଆସିନାହାନ୍ତି। ଯଦି ସେମାନେ କୃଷି ଆଇନକୁ ସମର୍ଥନ କରିବେ ତେବେ ଏଥିପାଇଁ ଗଠନ କମିଟିକୁ ଗ୍ରହଣ କରନ୍ତୁ। ଆଉ କହିଛନ୍ତି ଆଇନ ସ୍ଥଗିତ ପରେ ମଧ୍ୟ ପ୍ରତିବାଦ ଚାଲିପରେ। ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।