ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଝିଅର ଅନ୍ତରଙ୍ଗ ଫଟୋ ସମସ୍ତଙ୍କ ମୋବାଇଲରୁ ସେୟାର ହେବାରେ ଲାଗିଲା ଏହି ଫୋଟୋ ଆଉ ତା’ପରେ

0

ପୁଣି ଦେଖିବାକୁ ମିଳିଲା କୁତ୍ସିତ ମାନସିକତା ର ଏକ ଜ୍ୱଳନ୍ତ ଉଦାହରଣ। ଆଜିର ସଭ୍ୟ ଶିକ୍ଷିତ ସମାଜରେ ଏଭଳି ଘଟଣା ବୟାନ କରୁଛି ଯେ ମଣିଷ କେତେ ତଳକୁ ଖସି ଯାଇ ପାରେ।ନାବାଳିକା ର ନଗ୍ନ ଫଟୋ ଭାଇରାଲ କରିବା ପରେ ଯାହା ହେଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ ଆଉ ଛି ଛି କହିବେ। ଯେଉଁଠି ସଭ୍ୟତା ଓ ମାନବିକତା ଭୁଲି ଅସଭ୍ୟତା ର ସବୁ ସୀମା ଟପି ଯାଉଛି ମଣିଷ।

ତେବେ ଆମେ ଯେଉଁ ଘଟଣା ବିଷୟରେ କହୁଚୁ ସେହି ଘଟଣାରେ ଜଣେ ନାବାଳିକା ଙ୍କର ନଗ୍ନ ଫଟୋ ଭାଇରାଲ୍ କରି ଗିରଫ ହୋଇଛନ୍ତି ଜଣେ ଅସାମାଜିକ ଯୁବକ।ଆଉ ସୂଚନା ଅନୁସାରେ ଏହି ଘଟଣା ଟି ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଂଚାୟତରେ। ମିଳିଥିବା ଖବର ଅନୁସାରେ ପୁରୁଷୋତ୍ତମପୁର ଗ୍ରାମର ବିକ୍ରମ କେଶରୀ ସ୍ୱାଇଁଙ୍କ ନାବାଳିକା ଝିଅର ନଗ୍ନ ଫଟୋ ଲଳିତଗିରି ଗ୍ରାମର ଦୀପକ କୁମାର ନାୟକ ଉଠାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ।

ଏପରିକି ନାବାଳିକାଙ୍କୁ ବିବାହ କରିବା ପାଇଁ ଧମକ ଦେବା ସହ ତାଙ୍କ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ମାଆ ଜଣଙ୍କ। ତେବେ ନାବାଳିକା ଙ୍କ ଫଟୋ ଭାଇରାଲ୍ ହେବାପରେ ସମୃକ୍ତା ନାବାଳିକା ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି।

ଆଉ ଏହି ଘଟଣାରେ ଅଭିଯୋଗ କ୍ରମେ ମାହାଙ୍ଗା ପୋଲିସ ସମ୍ପୃକ୍ତ ଅଭିଯୁକ୍ତ ଦୀପକକୁ ଗିରଫ କରି ଥାନାରେ ଅଟକ ରଖିଛି।ଏମିତି ଘଟଣା ଆମ ସମାଜରେ ଘଟି ଯାଉଛି ତାହା ଏତେ ଲଜ୍ୟାକର ଏବଂ ନିନ୍ଦନୀୟ ଅଟେ ଯେ ଆପଣ ତାହା ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ଏହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ ଯେ ବାସ୍ତବରେ ଆଜିର ମଣିଷ କେଉଁ ସ୍ତରକୁ ଯାଉଛି।ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଲଜ୍ୟା ଜନକ ସ୍ଥିତି ସୃଷ୍ଟି ହୋଇଛି।ଏହାକୁ ସମସ୍ତେ ନିନ୍ଦା କରିବା ସହ ଦୋଷୀ କୁ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦିଆଯାଉ ବୋଲି ସାଧାରଣରେ ଦାବି ମଧ୍ୟ କରିଛନ୍ତି।

ତେବେ ଏଠାରେ ଗୋଟିଏ କଥା କୁହା ଯାଇ ପାରେ ଯେ ବାସ୍ତବରେ ଏଭଳି ଘଟଣା ଘଟାଇ ଗୋଟିଏ ଝିଅର ମାନ ସମ୍ମାନ ସହ ଖେଳି କଣ ଯେ ଲାଭ ପାଉଛନ୍ତି ଏହିଭଳି ଅସାଧୁ ବ୍ୟକ୍ତି ବିଶେଷ ମାନେ ତାହା ସେମାନେ ଥରେ ସୁସ୍ଥ ମସ୍ତିଷ୍କରେ ଭାବିବା ଉଚିତ।ତେବେ ଏହି ଘଟଣା ପରେ ଗୋଟିଏ କଥା ମନକୁ ଆସୁଛି ଯେ ଏହିଭଳି ହୀନ କାଣ୍ଡ ଘଟାଇଥିବା ବା ଘଟାଉ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଉଚିତ୍ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦିଆଯିବା ଉଚିତ୍।ଫଳରେ ମଣିଷର ଏଭଳି ନଗ୍ନ ମାନସିକତା ରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଏ।