ହନୁମାନ ମନ୍ଦିର ପାଇଁ ମୁସଲିମ ବ୍ୟକ୍ତି ଦାନ କଲେ ୧ କୋଟି ଟଙ୍କାର ଜମି, ମିଳୁଛି ଭୁରି ଭୁରି ପ୍ରଶଂସା । ଏହି ” ମୁସଲିମ ଭାଇ ” ଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

0

ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ ।

ତେବେ ହିନ୍ଦୁ ମୁସଲିମି ଧର୍ମକୁ ନେଇ ସବୁବେଳେ ବିବାଦ ଲାଗି ରହିଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ଏବଂ ସୋସିଆଲ ମିଡିଆର ଚର୍ଚ୍ଚାର ଶୀର୍ଷକ ପାଲଟି ଯାଇଛି ।

ତେବେ ଘଟଣା ଟି ଆସିଛି ବେଙ୍ଗାଲୁରୁ ସହର ରୁ । ବେଙ୍ଗାଲୁରୁ ସହର ର ବାହ୍ୟ ଅଞ୍ଚଳ ରେ ଏକ ହନୁମାନ ମନ୍ଦିର ରହିଛି। ଏହି ମନ୍ଦିର ରେ ସବୁବେଳେ ଅଗଣିତ ଭକ୍ତ ମାନଙ୍କ ର ଭିଡ ଦେଖିବାକୁ ମିଳିଥାଏ କିନ୍ତୁ ଏହି ମନ୍ଦିର ର ପରିସର ଭକ୍ତ ଙ୍କ ତୁଳନା ରେ କମ୍ ଥିଲା । ତେବେ ମନ୍ଦିର ର ଟ୍ରଷ୍ଟ ପକ୍ଷରୁ ମନ୍ଦିର ର ପରିସର କୁ ବିସ୍ତାର କରିବା ପାଇଁ ଓ ଭକ୍ତ ମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଯୋଜନା ଚାଲି ଥିବା ବେଳେ ଭକ୍ତଙ୍କ ତୁଲନାରେ ଓ ଆବଶ୍ୟକତା ପୂରଣ କରିବା ପାଇଁ ଏହି ମନ୍ଦୀରକୁ ବଡ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଜଣେ ମୁସଲମାନ ବ୍ୟବସାୟୀ ଜମି ଦାନ କରିବା ପାଇଁ ଆଗେଇ ଆସିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ବ୍ୟକ୍ତି ଜଣଙ୍କ ନାମ ଏମ୍ଏମଯି ବାଶା ସେ ନିଜ ଇଚ୍ଛା ରେ ନିଜ ଜମି ମନ୍ଦିର ନିର୍ମାଣ ପାଇଁ ଦାନ କରିବା ପାଇଁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ ଆସିବା ପରେ ଲୋକ ମାନେ ତାଙ୍କର ଏହି କାର୍ଯ୍ୟକୁ ବହୁତ ପ୍ରଶଂସା କରିଛନ୍ତି ।ତାଙ୍କର ଏକ 1634 ବର୍ଗ ଫୁଟ ର ଜମି ରହିଛି ଯାହାର ମୂଲ୍ୟ ପ୍ରାୟ 80 ଲକ୍ଷ ଟଙ୍କା ହେବ ।

ସେ ସ୍ୱଇଛାରେ ଏହି ଜମିକୁ ମନ୍ଦିରକୁ ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି। ମନ୍ଦିର ଟ୍ରଷ୍ଟ 1089 ବର୍ଗ ଫୁଟ ର ଜମି ମନ୍ଦିର ପାଇଁ ଆବଶ୍ୟକ ବୋଲି କହିଥିଲେ ମଧ୍ୟ ଏମ୍ଏମଯି ବାଶା ନିଜର 1634 ଫୁଟ୍ ଜମି ଦାନ କରିବାକୁ ଇଚ୍ଛୁକ ବୋଲି କହିଛନ୍ତି । ତେବେ ଅର୍ଥାଭାବ ରୁ ବିସ୍ତାର ହୋଇ ପାରୁନଥିବା ମନ୍ଦିର ଆଜି ଏମ୍ଏମଯି ବାଶା ଙ୍କ ପାଇଁ ବିସ୍ତାର ହେବାକୁ ଯାଉଛି।

ଜମିର ମୂଲ୍ୟ ଆକଳନ ଅନୁସାରେ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ଏମ୍ଏମଯି ବାଶାଙ୍କ ଦାନ ଯୋଗୁ ଟ୍ରଷ୍ଟ ତାଙ୍କୁ ଓ ତାଙ୍କ ପରିବାରବର୍ଗକୁ ଧନ୍ୟବାଦ ଜ୍ଞାପନ କରିଛି। ତେବେ ଏହି ପ୍ରସଙ୍ଗ ରେ ଏମ୍ଏମଯି ବାଶା କହିଛନ୍ତି ଯେ ହିନ୍ଦୁ ମୁସିଲିମ୍ ଦୀର୍ଘ ସମୟ ଧରି ଏକାଠି ରହିଥିଲେ ମଧ୍ୟ କେବଳ ବିବାଦ ଚର୍ଚ୍ଚା କୁ ଆସିଥାଏ। ଆମ ଦେଶର ପ୍ରଗତି ଓ ଆମ ମାନଙ୍କ ର ପ୍ରଗତି ପାଇଁ ଆମକୁ ଏକାଠି ହେବାକୁ ପଡିବ। ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।