ହେ ପ୍ରଭୁ ! ଦୁଇ ପୁଅ, ଜଣେ ବଡ ନେତା ଅନ୍ୟ ଜଣେ ସରକାରୀ ଅଫିସର, ମା’ ରାସ୍ତାରେ ପଡି ଦେହ ରେ ପୋକ ଲାଗି ମୃତ୍ୟୁ ସହ ଲଢେଇ କରୁଛନ୍ତି, ଏଭଳି ପୁଅ ପାଇଁ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ…

0

ଯେତେବେଳେ ଏକ ଶିଶୁ ଜନ୍ମ ହୁଏ, ଶିଶୁଟି ସେମାନଙ୍କ ପିତାମାତାଙ୍କ ମାଧ୍ୟମରେ ପ୍ରତିଷ୍ଠିତ ହୁଏ। ଗୋଟିଏ ଶିଶୁ ତା’ର ପିତାମାତାଙ୍କ ଆଖିରେ ଦୁନିଆକୁ ଦେଖେ, ଏବଂ ପିତାମାତା ହିଁ ସନ୍ତାନର ଜୀବନ ନିର୍ମାଣର ମୂଳଦୁଆ ହୋଇଥାଏ। ପିଲାଟି ଜନ୍ମ ହେଲେ ବାପା ମାଆ ବହୁ କଷ୍ଟରେ ପାଳି ପୋଷି ବଡ କରିଥାନ୍ତି।

ପିତା ମାତାଙ୍କ ଜୀବନରେ ଛୋଟଆ ଆଶା ଥାଏ ଯେ, ସେମାନଙ୍କର ବୟସ ହୋଇଗଲେ ସନ୍ତାନଟି ତାର ଯତ୍ନ ନେବ। ଭାରତୀୟ ସଂସ୍କୃତିରେ ଝିଅମାନଙ୍କର ବିବାହ ହୋଇ ଶାଶୁ ଘରକୁ ଚାଲିଯାଇଥାନ୍ତି ଏବଂ ପୁଅ ମାନଙ୍କ ପାଖରେ ପିତାମାତା ହି ରହିଥାନ୍ତି।

ସନ୍ତାନର କର୍ତ୍ତବ୍ୟ ଯେ ବାପା ମାଆ ବୃଦ୍ଧା ହୋଇଗଲେ ସେମାନଙ୍କର ଯତ୍ନ ନେବେ। ଆଜିକାଲିର ପିଲାମାନେ ବାପା ମାଆ ବୃଦ୍ଧା ହୋଇଗଲେ ସେମାନକୁ ପଚାରୁ ନାହାନ୍ତି ନିଜର କର୍ତ୍ତବ୍ୟକୁ ଭୁଲି ପିତାମାତାଙ୍କୁ ଅଣଦେଖା କରୁଛନ୍ତି। ବର୍ତ୍ତମାନ ଏପରି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଜଣେ ୮୦ ବର୍ଷର ମାଆ ରାସ୍ତା କଡରେ ପଡିରହିଛନ୍ତି ଏବଂ ଦେହରେ ତାଙ୍କର ଲାଗିଗଲାଣି ସଂପୂଣ୍ଣ ଘଟଣାଟି ବିଷୟରେ ଜାଣିଲେ ଆଖିରୁ ଲୁହ ଆସିଯିବ ନିଶ୍ଚିତ।

ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ପଞ୍ଜାବର ଭଟିଣ୍ଡା ଠାରେ। ସୂଚନା ଆନୁସାରେ ଜଣେ ବୃଦ୍ଧା ମାଆ ରାସ୍ତା କଡରେ ପଡ଼ିଥିଲେ ଏବଂ ତାଙ୍କ ଦେହରେ ଲାଗିଯାଇଥିଲା। ଏହିପରି ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଅନୁମାନ କରିଥିଲେ ଯେ ବୃଦ୍ଧା ମହିଳା ଜଣଙ୍କର କେହି ନାହାନ୍ତି ତେଣୁ ପୋଲିସ ଏବଂ ଏନଜିଓକୁ ମଧ୍ୟ ଖବର ଦେଇଥିଲେ। ଏହା ପରେ ବୃଦ୍ଧା ମହିଳା ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବୃଦ୍ଧା ମାଆଙ୍କ କହିବା ଅନୁସାରେ ତାଙ୍କର ଦୁଇଜଣ ପୁଅ ଅଛନ୍ତି, ଜଣେ ପୁଅ ବଡ ସରକାରୀ ଅଧିକାରୀ ଏବଂ ଆଉ ଜଣେ ବଡ ରାଜନେତା। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ମହିଳା ଜଣଙ୍କ ଅତ୍ୟନ୍ତ ପ୍ରତିଷ୍ଠିତ ପରିବାର। ତେବେ ମହିଳା ଜଣଙ୍କୁ ଘରୁ ବାହାର କରିଦେଇଥିଲେ ଏବଂ ବୃଦ୍ଧା ମହିଳା ଜଣଙ୍କର ବୟସ ପ୍ରାୟତଃ ୮୦ ବର୍ଷ ହୋଇଯିବ ବୋଲି ଯାହା ଅନୁମାନ କରାଯାଉଛି।

ମହିଳା ଜଣଙ୍କ ପରିବାର ଅତ୍ୟନ୍ତ ସ୍ୱଚ୍ଛଳ ଏବଂ ପ୍ରତିଷ୍ଠିତ ପରିବାର ହୋଇ ଏବଂ ଦୁଇ ପୁଅ ଥାଇ ମଧ୍ୟ ମହିଳାଙ୍କୁ ରାସ୍ତା କଡ଼ରେ ଏବଂ ପୋକ ଲାଗିଯାଇ ଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମହିଳାଙ୍କର ଘର ଲୋକଙ୍କୁ ଖବର ଦିଆଯାଇଥିଲା ଏବଂ ସେମାନଙ୍କର ପ୍ରତିକ୍ରିୟା ମିଳିନଥିଲା। ଯେଉଁ ବାପା ମାଆ ନିଜ ରକ୍ତକୁ ପାଣି କରି ଛୋଟରୁ ବଡ କରିଥିଲା ସେମାନଙ୍କୁ କେଉଁ ପ୍ରକାର ପୁରସ୍କାର ପ୍ରଦାନ କରୁଛନ୍ତି ତାହା ଆପଣ ମାନେ ଏହି ଘଟଣାରୁ ବେଶ ଭଲ ଭାବରେ ଆପଣମାନେ ଜାଣି ପାରୁଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।