ହେ ପ୍ରଭୁ ! ପୁରୀରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା, ଦୀପକୁ ଗୋଇଠା ମାରିଲା ପୋଲିସ, ଏଭଳି ପୋଲିସ କୁ କ’ଣ ଦଣ୍ଡ ମିଳିବା ଦରକାର କମେଣ୍ଟରେ ଜଣାନ୍ତୁ…

0

ପୋଲିସ୍ ମାନଙ୍କୁ ସାଧାରଣ ଜନତା ମାନଙ୍କ ରକ୍ଷକ ବୋଲି କୁହାଯାଏ। ଏମିତି ମଧ୍ୟ କୁହାଯାଏ ଯେ ପୋଲିସ୍ ଅଫିସର୍ ମାନେ ଥିବା ଯୋଗୁଁ ଆମେ ମାନେ ଦିନ ରାତି ଶାନ୍ତି ରେ ବିତାଇ ପାରୁଛୁ । କାରଣ ସେମାନେ ଦିନରାତି ଆମକୁ ସୁରକ୍ଷା ପ୍ରଦାନ କରୁଛନ୍ତି। କିନ୍ତୁ ଥରେ ଭାବନ୍ତୁ ଯଦି ସେହି ପୋଲିସ୍ ସାଧାରଣ ଲୋକ କିମ୍ବା ଗରିବ ଲୋକ ମାନଙ୍କ ପାଇଁ ରକ୍ଷକ ବଦଳରେ ରାକ୍ଷସ ପାଲଟି ଯିବ ତେବେ ସାଧାରଣ ଜନତା ମାନେ କଣ କରିବେ ।

ବର୍ତ୍ତମାନ ଶ୍ରୀକ୍ଷେତ୍ର ପୁରୀ ରୁ ଏମିତି ଏକ ଲଜ୍ୟଜନକ୍ ଭିଡିଓ ସାମ୍ନା କୁ ଆସିଛି , ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭିଡିଓ ରେ ;

ଯେମିତି ଆପଣ ମାନେ ଜାଣିଥିବେ କରନା ସଂକ୍ରମଣ କୁ ଆଖିରେ ରଖି ସବୁଠି ଲକ୍ ଡାଉନ୍ ଜାରି ହୋଇଥିଲା । ବର୍ତ୍ତମାନ ଏହି କରନା ର ଟୀକା ଆସିବାର ସୂଚନା ଯୋଗୁଁ ବର୍ତମାନ ସରକାର ଏହି ଲକ୍ ଡାଉନ୍ ହଟାଇବା ପାଇଁ ନିଷ୍ପତ୍ତି ନେଇଛି। ତେବେ କିଛି କିଛି ଜରୁରୀ କାଳୀନ ଅଫିସ ଦୋକାନ ବଜାର ମାନଙ୍କୁ ଖୋଲିବା ପାଇଁ ପୂର୍ବରୁ ଅନୁମତି ମିଳି ଥିଲା କିନ୍ତୁ କିଛି ସ୍ଥାନ ରେ ଯେମିତି କି ସିନେମା ହଲ , ମନ୍ଦିର , ସ୍ୱୀମୀଙ୍ଗ ପୁଲ ଆଦି ରେ ଏହି ଲକ୍ ଡାଉନ୍ କୁ କୋହଳ କରା ଯାଇ ନଥିଲା । ତେବେ ବର୍ତ୍ତମାନ ଏହି ସ୍ଥାନ ମାନଙ୍କ ରେ ଲକ୍ ଡାଉନ୍ କୋହଳ କରାଯାଇଛି ।

ତେବେ ବର୍ତ୍ତମାନ ମନ୍ଦିର ମାନଙ୍କୁ ଖିଲୋବାର ଅନୁମତି ମିଳିଛି। ତେବେ ବର୍ତ୍ତମାନ ପୁରୀ ର ଶ୍ରୀକ୍ଷେତ୍ର ମଧ୍ୟ ଖୋଲି ଯାଇଛି। ତେବେ ପ୍ରାୟ ସବୁ ମନ୍ଦିର ସାମ୍ନା ରେ କିଛି ଲୋକ ମାନଙ୍କୁ ଦେଖିବା ପାଇଁ ମିଳିଥାଏ ଯେଉଁ ମାନେ ମନ୍ଦିର ସାମ୍ନା ରେ ବସି ଦୀପ ଧୂପ ଫୁଲ ଭୋଗ ଆଦି ବିକ୍ରି କରୁ ଥାନ୍ତି। ସେମାନେ ନିଜ ଗୁଜୁରାଣ ମେଣ୍ଟାଇବା ପାଇ ଏମିତି କରି ଥାଆନ୍ତି।

ତେବେ ସେମିତି ସିଂହଦ୍ଵାର ପାଖରେ ମଧ୍ୟ ଜଣେ ସ୍ତ୍ରୀ ଲୋକ ଦୀପ ବିକ୍ରି କରୁଥିବାର ଭିଡିଓ ଟିରେ ନଜର ଆସିଛି। ଆଉ ସେହି ସ୍ତ୍ରୀ ଲୋକ ଟି ସେଠାରେ ଥିବା ପୋଲିସ ବାବୁ ଙ୍କୁ ଆସି କିଛି ମଧ୍ୟ କହୁ ଥିବାର ଦେଖିବାକୁ ମିଳିଛି ।

କିନ୍ତୁ ଆମ ପୋଲିସ୍ ବାବୁ ସିଧା ସଳଖ ଭାବେ ଯାଇ ସବୁ ଦୀପ କୁ ଗୋଇଠା ମାରି ଫୋପାଡି ଦେଈ ଥିବାର ଦୃଶ୍ୟ ଟି ଦେଖିବାକୁ ମିଳିଛି। ତେବେ କାରଣ ଯାହା ବି ହେଉ ନା କାହିଁକି କିନ୍ତୁ ପୋଲିସ୍ ବାବୁ ଙ୍କ ର ଏମିତି କରିବା କଣ ଠିକ୍ ଅଟେ କି ? ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ପଛରେ ଥିବା କାରଣ ଏଯାଏ ଜଣା ପଡି ନାହିଁ । ଲୋକ ମାନେ ଏହି ଭିଡିଓ କୁ ଦେଖି ପବିତ୍ର ଦ୍ଵୀପ କୁ ଅସମ୍ମାନ କରୁଥିବାରୁ ବହୁତ୍ ନିନ୍ଦା ମଧ୍ୟ ସେହି ପୋଲିସ୍ କୁ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।