ହେ ଭଗବାନ ! ଜୀବନ ନେଇଗଲା ଗୁଗଲ ମ୍ୟାପ । ଯଦି ଗୁଗଲ ମ୍ୟାପ ବ୍ୟବହାର କରୁଛନ୍ତି ଏବେ ହିଁ ହୁଅନ୍ତୁ ସତର୍କ…

0

ଆଜି କାଲି ର ସ୍ମାର୍ଟ୍ ଯୁଗରେ ସ୍ମାର୍ଟ୍ ଫୋନ୍ ର ବ୍ୟବହାର ସମସ୍ତେ କରୁଛନ୍ତି। ଆଜି କାଲି ସ୍ମାର୍ଟ୍ ଫୋନ୍ ରେ ସବୁକିଛି ଉପଲବ୍ଧ । କିନ୍ତୁ ବେଳେ ବେଳେ ସ୍ମାର୍ଟ୍ ଫୋନ୍ ର ବ୍ୟବହାର ଆମ ପାଇଁ ଠିକ୍ ହୋଇ ନଥାଏ। ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ସ୍ମାର୍ଟ୍ ଫୋନ୍ ରେ ଗୁଗଲ ମ୍ୟାପ ର ଏକ ଆପ୍ଲିକେସନ୍ ଥାଏ ଯେଉଁ ମ୍ୟାପ ମାଧ୍ୟମ ରେ ଆପଣ ଯଦି କୌଣସି ସ୍ଥାନ ର ରାସ୍ତା ର ଠିକଣା ଜାଣି ନଥିବେ ଏହି ମ୍ୟାପ ର ସହାୟତା ରେ ରାସ୍ତା ଜାଣି ପାରିବେ।

ଲୋକ ମାନେ ଅଜଣା ରାସ୍ତା ବିଷୟ ରେ କେଉଁ ବ୍ୟକ୍ତି ଙ୍କୁ ପଚାରିବା ଅପେକ୍ଷା ଗୁଗଲ ମ୍ୟାପ ର ସହାୟତା ନେବା ପାଇଁ ଅଧିକ ଲାଭ ଦାୟକ ଓ ନିରାପଦ ବୋଲି ଭାବି ଥାଆନ୍ତି। ତେବେ ଗୁଗଲ ମ୍ୟାପ ସହାୟତା ରେ ଆପଣ ନିଜ ଲକ୍ଷ ସ୍ଥଳ ରେ ସହଜ ରେ ପହଞ୍ଚି ପାରନ୍ତି ।

ତେବେ ବେଳେ ବେଳେ ଏହି ଗୁଗଲ ମ୍ୟାପ ଆପଣ ଙ୍କୁ ସଠିକ୍ ସୂଚନା ଦେଇ ନଥାଏ ବେଳେ ବେଳେ ଏଥିରେ ଭୁଲ୍ ସୂଚନା ମିଳେ । ତେବେ ଏମିତି ଏକ ଘଟଣା ଆମ ସାମ୍ନା କୁ ଆସିଛି ଯେଉଁଠି ଜଣେ ୩୪ ବର୍ଷୀୟ ଯୁବକ ମ୍ୟାପ ଦେଖି ଗାଡି ଚଳାଉ ଚଳାଉ ଭୁଲ୍ ରେ ଏକ ଡ୍ୟମ ରେ ଗାଡି ପୁରାଇ ଦେଇଛନ୍ତି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା ;

ସୂଚନା ଅନୁସାରେ ଅକୋଲା ସହରରୁ ୩ଜଣ ଯୁବକ ସତୀଶ, ଗୁରୁ ଶେଖର ଓ ସମୀର ରାଜୁକର ସୋମବାର ରାତି ୧ଟା ୪୫ ମିନିଟ ରେ କଲସୁବାଇ ସ୍ଥାନ କୁ ଯାତ୍ରା କରୁଥିଲେ । ତେବେ ଗୁରୁ ଶେଖର ପୁନେ ର ଏକ ପ୍ରାଇଭେଟ୍ କମ୍ପାନୀ ରେ ଚାକିରି କରନ୍ତି ଓ ସେମାନେ ଗତ ଷୋମବାର ରାତିରେ କଲସୁବାଇ ଯିବା ପାଇଁ ବାହାରିଥିଲେ ।

ତେବେ ରାତି ରେ ସେମାନଙ୍କୁ ରାସ୍ତା ଠିକ୍ ଭାବରେ ଜଣା ପଡୁ ନଥିବା ଯୋଗୁଁ ସେମାନେ ସଠିକ୍ ରାସ୍ତା ପାଇଁ ମୋବାଇଲ ର ଗୁଗଲ ମ୍ୟାପ ର ସହାୟତା ନେଇଥିଲେ । କାରଣ ଯେଉଁ ରାସ୍ତା ଦେଇ ସେମାନେ ଯାତ୍ରା କରୁଥିଲେ ସେହି ରାସ୍ତା କୁ ପ୍ରାୟତଃ ସାଧାରଣ ଲୋକ ଙ୍କ ଯିବା ଆସିବା କମ୍ ଥାଏ ।

ତେଣୁ ସେମାନେ ଗୁଗଲ ମ୍ୟାପ ର ସହାୟତା ରେ ଯାତ୍ରା କରୁଥିଲେ କିନ୍ତୁ ଏହି ଗୁଗୁଲ ମ୍ୟାପ୍ ଦେଖି ସତୀଶ କାରକୁ ଏକ ଡ୍ୟାମରେ ପୁରାଇ ଦେଇଥିଲେ । ତେବେ ଏହି ଦୁର୍ଘଟଣା ରେ ସତିଶ ପହଁରା ଜାଣି ନଥିବା ରୁ ବୁଡି ଯାଇ ସେ ନିଜର ପ୍ରାଣ ହରାଇ ଥିଲେ । ତେବେ ଶେଖର ଓ ଗୁରୁ ଏହି ଦୁର୍ଘଟଣା ରେ ବର୍ତ୍ତି ଯାଇଥବା ର ଜଣା ପଡିଛି ସେମାନେ ପହଁରି ପହଁରି କୂଳକୁ ପହଞ୍ଚି ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।