୧୩୦୦ ଟଙ୍କାରେ କିଣିଥିଲେ ସୋଫା, ସୋଫାରେ ବସିବା ପରେ କିଛି ଜିନିଷ ଫୁଟିଗଲା ଭଳି ଲାଗିଲା, ଖୋଲିକି ଦେଖିବା ପରେ ଯାହା ବାହାରିଲା , ରାତାରାତି ହୋଇଗଲେ କୋଟିପତି….

0

ବର୍ତ୍ତମାନ ସମାଜରେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଏବଂ ସଫଳତା ପାଇବାକୁ ଚେଷ୍ଟା କରିଥାନ୍ତି। ତେବେ ଏଥିପାଇଁ ଅନେକ ବୃତ୍ତିକୁ ଆପଣେଇ ନେଇଥାନ୍ତି, କିନ୍ତୁ ଏଥିରେ ସମସ୍ତଙ୍କୁ ସଫଳତା ମିଳିନଥାଏ। ସମସ୍ତେ ଚାହାନ୍ତି ଯେ ସେମାନଙ୍କୁ ସହଜରେ ସଫଳତା ମିଳିଯାଉ, ଏହିପରି ଭାବି ଅନେକ ଵ୍ୟକ୍ତି କଳ୍ପନାରେ ବୁଡି ରହିଥାନ୍ତି। ବାସ୍ତବରେ ତାହା କେବେବି ସମ୍ଭବ ହୋଇନଥାଏ। ସେହି ବ୍ୟକ୍ତି ଆପଣ ହୁଅନ୍ତୁ କିମ୍ବା ଅନ୍ୟ କେହି ହୁଅନ୍ତୁ ଜୀବନରେ ବହୁ ଦୁଖଃ କଷ୍ଟ ପାଇଥାନ୍ତି।

ଗରିବ ହେଉ କିମ୍ବା ଧନୀ ହେଉ ସମସ୍ତେ ପଇସା ପଛରେ ପାଗଳ ଭଳିଆ ଦୌଡୁଛନ୍ତି। ସେମାନେ ପଇସା ପଛରେ ଏମିତି ପାଗଳ ହେଇଯାଇଛନ୍ତି ଯେ ନିଜର ସାମାଜିକ ମୂଲ୍ୟବୋଧ ଭୁଲି ଯାଉଛନ୍ତି ଏବଂ ନିଜର ମଣିଷ ପଣିଆ ହରାଉଛନ୍ତି।

ବର୍ତ୍ତମାନ ସମଜରେ ଏମିତି କିଛି ଲୋକ ଅଛନ୍ତି, ଟଙ୍କା ପଇସାକୁ ତୁଚ୍ଛ ଭାବନ୍ତି ଏବଂ ମାନବିକତା କୁ ସର୍ବଶ୍ରେଷ୍ଠ ବୋଲି ଭାବନ୍ତି। ସାମାଜିକ ମୂଲ୍ୟବୋଧ ସେମାନଙ୍କ ଜୀବନରେ ଜୀବନରେ ସର୍ବାଗ୍ରେରେ ରହିଥାଏ। ଅନ୍ୟର ଟଙ୍କାରେ କିମ୍ବା ବିନା କଷ୍ଟରେ ବଡ ଲୋକ ହେବାର ଇଚ୍ଛାନଥାଏ। ଏପରି ଏକ ମଣିଷ ପଣିଆର ପରିଚୟ ଦେଇଛନ୍ତି ଆମେରିକାର କିଛି ବ୍ୟକ୍ତି , ଘଟଣାଟି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ।

ଆମେରିକାର ତିନିଜଣ ଛାତ୍ର ଛାତ୍ରୀ ପାଲ୍ଟଜରେ ସ୍ଟେଟ ୟୂନିବର୍ସିଟୀରେ ପଢୁଥିଲେ। ସେହି ତିନି ଜଣଙ୍କର ନାମ ଥିଲା ରୀସେ ବେରଖୋବେ, କଲୀ ଗାସ୍ଟୀ ଏବଂ ଲାରା ରୁସ୍ସୋ। ସେମାନେ ନିଜ କଲେଜ ପାଖାପାଖି ଘର ଭଡା ନେଇ ରହିବାପାଇଁ ନିଷ୍ପତି ନେଇ ଥିଲେ। ସେମାନଙ୍କୁ ନିଜ କଲେଜ ପାଖାପାଖି ଘର ଭଡା ମିଳିଗଲା କିନ୍ତୁ ରୁମକୁ ନୂଆକରି ସଜେଇବା ପାଇଁ ସେମାନଙ୍କ ପାଖରେ ପଇସା ନଥିଲା।

ପୁରୁଣା ଜିନିଷକୁ ନେଇ ରୁମ ସଜେଇବାକୁ ନିଷ୍ପତ୍ତି ନେଲେ। ତାପରେ, ସେମାନେ ଏକ ସୋଫା ସେଟ କିଣିଥିଲେ ମାତ୍ର ୧୩୦୦ ଟଙ୍କାରେ , ଯେତେବେଳେ ସେମାନେ ସଫା ଉପରେ ବସିଲେ ତାଙ୍କୁ ଟିକେ ଅଲଗା ଲାଗିଲା ଏବଂ ସେମାନେ ସୋଫା ଖୋଲି ଯାହା ଦେଖିଲେ ତାହାକୁ ବିଶ୍ୱାସ କରିପାରିଲେ ନାହିଁ।

ସୋଫାଟିରେ ବସିବାରୁ ଅଲଗା କିଛି ଥିବାର ଅନୁଭବ କରିଥିଲେ ସେମାନେ ଏବଂ ସୋଫା ଖୋଲି ଦେଖିବାରୁ ସେଥିରେ ଥିଲା ୭୦ ହଜାର ଟଙ୍କା। ଏହିପରି ଭାବରେ ସେମାନେ ସମସ୍ତ ସୋଫା ସେଟ ଖୋଲିଥିଲେ ଏବଂ ସେମାନଙ୍କୁ ସର୍ବମଟ ୪୦ ଲକ୍ଷ ଟଙ୍କା ଏବଂ ଗୋଟିଏ ଲଫାପା ଥିଲା। ସେଥିରେ ପ୍ରକୃତରେ ଯିଏ ମାଲିକ ସେମାନଙ୍କ ତାଙ୍କ ବିଷୟରେ ଲେଖାହୋଇଥିଲା। ସେହି ତିନି ଜଣ ଛାତ୍ର ଟଙ୍କା ଫେରେଇବାକୁ ନିଷ୍ପତ୍ତି ନେଇଥିଲେ।

ଟଙ୍କା ଫେରେଇବା ଠିକଣାରେ ଗୋଟିଏ ବୁଢ଼ୀ ଲୋକ ବହାରିଆସି କହିଲା କି ଏହି ଟଙ୍କା ତାଙ୍କ ସ୍ୱାମୀଙ୍କର ଭୁଲରେ ତାଙ୍କ ପିଲାମାନେ ସୋଫାଟିକୁ ବିକ୍ରୀ କରିଦେଇଥିଲେ। ଏମିତି ମଣିଷ ପଣିଆ ଦେଖି ବୁଢ଼ୀ ଲୋକ ଜଣକ ସେମାନଙ୍କୁ ଏକ ଡ଼ଲାର ଟଙ୍କା ଖୁସିରେ ଦେଇଥିଲେ। ଏହିପରି ଭାବରେ ବର୍ତ୍ତମାନ ମଧ୍ୟ ସମାଜରେ ମାନବିକତା ବଂଛି ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।