୧୦ଟା୨୦ ଯାଏଁ ଖୋଲା ହୋଇନି ସ୍କୁଲଗେଟ୍..ବର୍ଷାରେ ତିନ୍ତିୁଛନ୍ତି ଛାତ୍ରଛାତ୍ରୀ… ଓଡ଼ିଶାର ଶିକ୍ଷା ଅବସ୍ଥା ଦେଖନ୍ତୁ Video

ସ୍କୁଲର ପିଲାଙ୍କ ପାଇଁ ପାଠ ପଢ଼ା ନିହାତି ଆବଶ୍ୟକ ସେମାନେ ପାଠ ପଢ଼ିକିଏ ଡାକ୍ତର ଓ ଇଂଜିନିୟରିଂ ହେବା ରେ ସ୍ବପ୍ନ ଦେଖିଥିବା ପିଲା ମାନଙ୍କ ଜୀବନ କୁ ନଷ୍ଟ କରିଦେଉଛନ୍ତି ଶିକ୍ଷକ ଓ ଶିକ୍ଷିତ୍ରୀମାନେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଠିକ୍ ସମୟରେ ବିଦ୍ୟାଳୟ ଖୋଲା ଯାଉନାହିଁ । ପିଲା ମାନେ ଠିକ ସମୟରେ ଆସୁଥିବା ବେଳେ ଶିକ୍ଷକ ମାନେ ଠିକ ସମୟରେ ବିଦ୍ୟାଳୟ କୁ ଆସୁନାହାନ୍ତି । ପିଲା ମାନେ ପିଅନ ଦିଦି ଙ୍କୁ ଡାକି ଡାକି ଗେଟ୍ ପଛ ପଟେ ଛିଡ଼ା ହୋଇ ପିଆନ୍ ଦିଦିଙ୍କୁ ଡାକିଥାନ୍ତି ।

ହେଲେ ସ୍କୁଲ ରେ କାହାରି ସମୟ ବୋଲି ନାହିଁ କେହି ଠିକ୍ ସମୟରେ ବିଦ୍ୟାଳୟ କୁ ଆସୁନାହାନ୍ତି । ୧୦:୩୦ରେ ବିଦ୍ୟାଳୟ ଖୋଲିଛନ୍ତି ପିଅନ୍ ଦିଦି ତାପରେ ଶିକ୍ଷକ କିମ୍ବା ଶିକ୍ଷିତ୍ରୀମାନେ କେହି ଆସିନାହାଁନ୍ତି । ଏମିତି ପାଠ ପଢା ଚାଲିଛି । ପିଲା ମାନେ ସ୍କୁଲ କୁ ଆସୁଛନ୍ତି ୧୦:୦୦ ଟାରେ କିନ୍ତୁ ଶିକ୍ଷକ ମାନେ ଆସୁନାହାନ୍ତି ।ଏହି ଘଟଣାଟି ଘଟିଛି ଶିଳ୍ପାଞ୍ଚଳ ବିଦ୍ୟାଳୟ ରେ ୧୦:୦୦ ଟା ଯାଏ କୌଣସି ଶିକ୍ଷକ ଆସିନାହାଁନ୍ତି । ପିଲା ମାନଙ୍କ ପ୍ରତି ଏହିଭଳି ଅନ୍ୟାୟ ଚାଲିଛି। ଆମ ରାଜ୍ୟରେ ସ୍କୁଲ ଶିକ୍ଷା ବିଭାଗ ଅଧୀନରେ ୬୬୫୯୪ ସଂଖ୍ୟକ ପ୍ରାଥମିକ ସ୍କୁଲ, ୮୦୭୬ ସଂଖ୍ୟକ ସରକାରୀ ଓ ସାହାଯ୍ୟପ୍ରାପ୍ତ ହାଇସ୍କୁଲ ରହିଛି, ଏହା ବ୍ୟତୀତ ୮୧୪ଟି ସ୍ୱୀକୃତ ହାଇସ୍କୁଲ ମଧ୍ୟ ଅଛି।

ଏହା ବ୍ୟତୀତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ବହୁ ସଂଖ୍ୟକ ଯଥାକ୍ରମେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ପରିଚାଳିତ ହେଉଛି। ଏତେ ସଂଖ୍ୟାର ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ଏତେ ଉଚ୍ଚ ପଦାଧିକାରୀ ମିଳିବେ କି ନାହିଁ ତାହା ହେଉଛି ପ୍ରଥମ ପ୍ରଶ୍ନ। ଦ୍ୱିତୀୟଟି ହେଉଛି ଯେଉଁ ପଦାଧିକାରୀମାନେ ଗୋଟିଏ ବା ଦୁଇଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବେ, ସେମାନଙ୍କ ଉପରେ ପ୍ରକୃତରେ ରାଜ୍ୟର ସମସ୍ତ ସ୍କୁଲର ବିକାଶ ନ୍ୟସ୍ତ। ଉଦାହରଣ ସ୍ୱରୂପ ମୁଖ୍ୟ ସଚିବ ବା ଅତିରିକ୍ତ ମୁଖ୍ୟ ସଚିବ ଯଦି ଗୋଟିଏ ଦୁଇଟି ସ୍କୁଲର ସର୍ବାଙ୍ଗୀଣ ବିକାଶ ପାଇଁ ଧ୍ୟାନ ଦେବେ, ଏହାର ଫଳାଫଳ  ପାଇପାରିବେ ।

ସ୍କୁଲର ଶିକ୍ଷାଦାନ ଓ ଅନ୍ୟାନ୍ୟ ବିଭାଗରେ, ଯାହାକୁ ସାମଗ୍ରିକ ବିକାଶ ବୋଲି କୁହାଯାଇ ପାରିବ, ସେଥିରେ ବେଶି କିଛି ପରିବର୍ତ୍ତନ ଆଣି ପାରିନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ସ୍କୁଲରେ ଯଥେଷ୍ଟ ସଂଖ୍ୟାରେ ଶିକ୍ଷକଙ୍କ ଅଭାବ, ନିଯୁକ୍ତ ହୋଇଥିବା ଶିକ୍ଷକମାନଙ୍କର ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ଅଧିକ ସମୟ ବିନିଯୋଗ ଏବଂ ଅନେକ କ୍ଷେତ୍ରରେ ପୁରାତନ ଛାତ୍ରସଂଘ ଓ ଅବସରପ୍ରାପ୍ତ ଶିକ୍ଷକମାନଙ୍କର ଶିକ୍ଷାଦାନରେ ସହଯୋଗ କରିବାର ଇଚ୍ଛା ଓ ଆଗ୍ରହ ଥିଲେ ମଧ୍ୟ ବର୍ତ୍ତମାନର ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଅସହଯୋଗ ମନୋଭାବ।

ଏଣୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନ ଙ୍କୁ ସ୍କୁଲ କୁ ଜଲଦି ଆସିବା ପାଇଁ ସରକାର କୁ ଅନୁରୋଧ କରାଯାଇଛି ଯେ ପିଲାମାନଙ୍କ ଭବିଷ୍ୟତ କୁ ନଷ୍ଟ କରନ୍ତୁ ନାହିଁ । ପିଲା ମାନଙ୍କ ଭବିଷ୍ୟତ କୁ ନଷ୍ଟ କରିନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment