ସାବଧାନ ! ୧୦ ଟଙ୍କା ରିଚାର୍ଜ କରି ଆକାଉଣ୍ଟ ରୁ ଉଡ଼ିଗଲା ୨୫ ହଜାର…ଏହି ଭଳି ରିଚାର୍ଜ କରୁଥିଲେ ନିଶ୍ଚୟ ଦେଖନ୍ତୁ

0

ବର୍ତ୍ତମାନ ଆଜିକାଲି ବିଭିନ୍ନ ପ୍ରକାରର ଅନଲାଇନ ଟେକ୍ନୋଲୋଜି ବାହାରିଲାଣି, ଯାହା ଫଳରେ କି ଏହା ମାଧ୍ୟମରେ ସବୁ କିଛି ଖୁବ ଶୀଘ୍ର ସମ୍ଭବ ହୋଇ ପାରୁଛି। ଏହି ଟେକ୍ନୋଲୋଜି ଦ୍ୱାରା କିଛି ଖୁବ କମ ସମୟ ଭିତରେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଉଛନ୍ତି। କିନ୍ତୁ ଏସବୁର ସୁଵିଧା ସ୍ୱତେ ମଧ୍ୟ ସମାଜରେ କିଛି ଅସମାଜିକ ଲୋକ ମାନେ ଅଛନ୍ତି ଯେଉଁମାନେ କି ଏହି ଟେକ୍ନୋଲୋଜିର ଫାଇଦା ଉଠାଇ ଏହାର ଦୁର୍ବ୍ୟବହାର କରି ଥାଆନ୍ତି ଓ ନିରୀହ ଲୋକ ମାନଙ୍କୁ ହଇରାଣ ହରକତ କରିବା ସହିତ ବହୁତ ଅସୁବିଧାରେ ପକାଇ ଥାଆନ୍ତି। ଯେମିତିକି ଅନେକ ପ୍ରକାରର ସାଇବର ଠକେଇ ହେଉଛି ବୋଲି ଆପଣ ମାନେ ଜାଣିଥିବେ। ତେବେ ନିକଟରେ ଏଭଳି ଏକ ଖବର ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ଯୁବକ ୧୦ ଟଙ୍କା ରିଚାର୍ଜ କରି ୨୫ ହଜାର ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା ବୋଲି ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଅନେକ ପ୍ରକାରର ସାଇବର ଠକେଇ ହେଉଛି। ଜଣେ ଯୁବକ ସାଇବର ଠକେଇ ବୁଦ୍ଧିରେ ପଡି ଏନି ଡେସ୍କପଟ ଆପକୁ ଡାଉନ ଲୋଡ଼ କରିଥିଲେ, ଯୁବକ ଜଣଙ୍କ ସାଇବର ଠକେଇ ନିକଟକୁ ନିଜ ଡେବିଟ କାର୍ଡରୁ ୧୦ ଟଙ୍କାର ରିଚାର୍ଜ କରିଥିଲେ। ରିଚାର୍ଜ କରିବାର ଦୁଇ, ତିନି ମିନିଟ ପରେ ଯୁବକଙ୍କ ନିକଟକୁ ଏକ ମେସେଜ ଆସିଲା। ସେ ମେସେଜ ଦ୍ୱାରା ଜାଣିବା ପାଇଁ ପାଇଥିଲେ ଯେ, ତାଙ୍କ ଆକାଉଣ୍ଟରୁ ୨୫ ହଜାର ଟଙ୍କାର ଡେବିଟ ହୋଇ ଯାଇଛି ଓ ସଙ୍ଗେ ସଙ୍ଗେ ପୁଣି ଥରେ ୨୦ ହଜାର ଟଙ୍କା ଡେବିଟ ହୋଇ ଯାଇଛି ବୋଲି ମେସେଜ ଆସିଥିଲା।

ଏହା ଜାଣିବା ପରେ ଯୁବକ ଜଣଙ୍କ ବହୁତ ବ୍ୟସ୍ତ ବିବ୍ରତ ହୋଇ ଚିନ୍ତାରେ ପଡ଼ି ଯାଇ ଥିଲେ। ଏହା ପରେ ଆକାଉଣ୍ଟ ଚେକ କରିବାରୁ ଜାଣିବା ପାଇଁ ପାଇଥିଲେ ଯେ ଏକା ଥରକେ ତାଙ୍କ ଆକାଉଣ୍ଟରୁ ୪୫ ହଜାର ଟଙ୍କାର ଡେବିଟ ହୋଇ ଯାଇଛି। ଯେଉଁ ସାଇବର ଠକେଇ ମାନେ ଟଙ୍କା ନେଇଥିଲେ ଯୁବକ ଜଣଙ୍କ ତାଙ୍କ ନିକଟକୁ ଫୋନ କରିଥିଲେ, ସେମାନେ କହିଥିଲେ ଯେ ଆକାଉଣ୍ଟରେ ଟଙ୍କା ଥିଲା କାଟି ନେଇଗଲୁ ବୋଲି କହିଥିଲେ। ଏହା ପରେ ଯୁବକ ଟଙ୍କା ଫେରାଇବା ପାଇଁ କହିଥିଲେ ସେ ତାଙ୍କ କଥା ନଶୁଣି ଫୋନ କାଟି ଦେଇଥିଲେ। ତେବେ ବନ୍ଧୁଗଣ ଯେଉଁମାନେ ଆପଣ ମାନଙ୍କୁ ଜାଣି ନନଥିବା ଆପ ଡାଉନ ଲୋଡ଼ କରିବା ପାଇଁ କହିବେ ଦୟାକରି କରନ୍ତୁ ନାହିଁ, ନ’ହେଲେ ଆପଣ ମାନେ ମଧ୍ୟ ଏଭଳି ପରିସ୍ଥିତିର ସମ୍ମୁଖିନ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।