୧୦୮ ସେବାର କର୍ମଚାରୀ ଙ୍କୁ କଲ କରି ଯୁବକ ଯାହା କହିଲେ ତାହା କେବେ ଶୁଣି ନ ଥିବେ, ଆସନ୍ତୁ ଜାଣିବା ସେ ବିଷୟରେ

0

ବର୍ତ୍ତମାନ ସମୟରେ ଆଧୁନିକ ଯୁଗ ଆସିଛି,ବିଭିନ୍ନ ପ୍ରକାର ଟେକ୍ନୋଲୋଜି ର ବ୍ୟବହାର ଦ୍ୱାରା ଦେଶ ବହୁତ ଆଗକୁ ଗଲାଣି।ଆଜିକାଲି ଦୁନିଆରେ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳିଥାନ୍ତି। କିଛି ଲୋକ ଅଛନ୍ତି ଭିନ୍ନ ପ୍ରକୃତିର। ଏହି ଟେକ୍ନୋଲୋଜି ମାଧ୍ୟମରେ ମଣିଷ ପରିବର୍ତନ ହୋଇଯାଉଛି କିନ୍ତୁ ଏହା କିଛି ଖରାପ ନୁହେ। ଆପଣମାନେ ୧୦୮ ଆମ୍ବୁଲାନ୍ସ ବିଷୟରେ ଜାଣିଥିବେ। ଏହି ଆମ୍ବୁଲାନ୍ସ କୁ ଆମ ଓଡ଼ିଶା ସରକାର ଲୋକ ମାନଙ୍କ ସେବା ପାଇଁ ଆରମ୍ଭ କରିଛନ୍ତି।

ଏହି ସେବା କେବଳ ସ୍ଵାସ୍ଥ୍ୟ ଖରାପ ଥିବା ସମୟରେ ମେଡିକାଲ ନ ଯାଇପାରି ଚିକିତ୍ସା ରୁ ବଂଚିତ ହେଉଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ସେବା ରାଜ୍ୟର ଚାରିଆଡେ ରହିଛି ଏବଂ ଏହାର ସେଣ୍ଟର ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ ଖବର।

ଯଦି ଜଣେ ଲୋକର ଦେହ ବହୁତ ଖରାପ ଅଛି ସେ ଗରିବ ଶ୍ରେଣୀର ଏବଂ ସେମିତି କିଛି ସୁବିଧା ପାଇ ପାରୁ ନାହାନ୍ତି ତେବେ ସେ ଏହି ସେବା ସମ୍ପୁର୍ଣ ମାଗଣାରେ ପାଇପାରିବେ। ଏହି ସେବା ପାଇଁ ନିର୍ଦିଷ୍ଟ ନମ୍ବର ଅଛି, ସେହି ନମ୍ବର ରେ କଲ କରିବା ଯଦି ତାଙ୍କ ସେଣ୍ଟର ରୁ ଜଣେ କେହି ଫୋନ ଉଠେଇବେ ଏବଂ ତମେ ତମର ଅସୁବିଧା ଆଉ ଠିକଣା ସମ୍ପର୍କରେ କହିବେ।

ଏହି କଲ ପାଇଁ ସମ୍ପୁର୍ଣ ମାଗଣା ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ମାଗଣାରେ ପାଇପାରିବେ,ଏହି ସେବାରେ ଆସୁଥିବା କଲକୁ ଉଠେଇବା ପାଇଁ ଅନେକ ମହିଳା ଏବଂ ପୂରୁଷ ମଧ୍ୟକାମ କରନ୍ତି। କିନ୍ତୁ ଆଜି ଆପଣଂକୁ ଏମିତି ଏକ ଘଟଣା କହିବୁ ଯାହା ଜାଣିଲେ ଚମକି ପଡିବେ ଆଉ କହିବେ ଏମିଟି ମଣିଷ ଅଛନ୍ତି ନା।

୧୦୮ ଆମ୍ବୁଲାନ୍ସ ସେବା କେବଳ ଜରୁରୀ କାଳୀନ ସେବା ପାଇଁ ଉଦ୍ଦିଷ୍ଟ।କିନ୍ତୁ କେତେକ ଅସାମାଜିକ ଲୋକ ଙ୍କ ପାଇଁ ଏହା ଏବେ ମଜ୍ଜା ଏବଂ ଟାଇମ ପାସ ର ସମୟ। ଏହି କଲରେ ବରଂବାର କଲ କରି ମହିଳା ମାନଙ୍କ ବିଭିନ୍ନ ପ୍ରକାର ଖରାପ କଥା, ପ୍ରେମ ନିବେଦନ କରି କର୍ମଚାରୀଙ୍କୁ ବହୁତ ହଇରାଣ କରୁଛନ୍ତି। ଆଉ କହିଥାନ୍ତି,” ଆଇ ଲାଭ ୟୁ, ଆଉ କେହି କହୁଛନ୍ତି ବାରିପଦାରେ ଝିଅ କୁ ଆସଡ଼ଚରଣ,ବାଲାନ୍ସ ପକେଇଦେଵ ଏହି ପରି କହିଥିବାର ସେମାନେ ଅଭିଯୁକ୍ତ କରିଛନ୍ତି।

ଜରୁରୀ କାଳୀନ ସେବାର କିଛି ଅମାନ୍ୟ ବ୍ୟକ୍ତି ଏହି ପରି ଅସୁବିଧା କରୁଥିବାର ଦେଖିବାକୁ ମିଳିଛି।ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କିଛି ନ ହେଉଥିବାରୁ ଏହି ଭଳି କଲ ବଢି ଚାଲିଛି।ଏହି ପରି ଅନାବଶ୍ୟକ କଲ ଆସୁଥିବା ଦ୍ୱାରା ଜରୁରୀକାଳୀନ ସମୟରେ ଆସୁଥିବା କଲ କୁ ଉଠାଇ ନ ଥିବା ବେଳେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକେ ଦୋଷ ଦେଉଛନ୍ତି।

ଆଉ ଗୋଟିଏ କଲ ରେ ଜଣେ ବ୍ୟକ୍ତି କହୁଛନ୍ତି ଶୁଣନ୍ତୁ,”୧୦୮ କର୍ମଚାରୀ କହୁଛନ୍ତି ମୁ ଆପଣଙ୍କ କି ସହାୟତା କରିପାରେ ତା ପରେ ସେ ବ୍ୟକ୍ତି କହୁଛନ୍ତି ଗଛରୁ ପଡି ଗୋଡ଼ ଭାଙ୍ଗି ଯାଇଛି,ସେ କର୍ମଚାରୀ କହିଲେ କାଉ ଜିଲ୍ଲାରୁ କହୁଛ- ସେ କହୁଛନ୍ତି ବରଗଡ଼ ଜିଲ୍ଲା ରି ଆଉ ଚିହ୍ନି ପାରୁଛ,ପରେ ଗାଁ ର ନାମ ପଚାରିବାରୁ କିଂବାଲି କହିଲେ ଏବଂ ପଂଚାୟତ ପଚାରିଲେ ଅଭଦ୍ର ଭାଷାରେ ଗାଳି କରୁଛନ୍ତି ଆଉ କିଏ କହୁଛନ୍ତି କଲ ରେ ଜଣେ କେହି ପ୍ରଗନେଟ ହୋଇଯାଇଛି କଣ ପାଇଁ ଏବେ କଲ କରିଛନ୍ତି ପଚାରିବାରୁ କହୁଛନ୍ତି ଦୁଃଖ ଲାଗୁଛି।

ଯାହାଦ୍ୱାରା ପ୍ରକୃତ ରୋଗୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହିପରି ଫେକ କଲ ପ୍ରତିଦିନ ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।