୧୦୯ ବର୍ଷ ବୟସର ବୃଦ୍ଧା ଙ୍କ ପନିପରିବା ଚାଷ,ଏତେ ବୟ ପଛରେ ଥିବା ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

0

ବର୍ତ୍ତମାନ ସମୟ ଚାଲିଛି ଆଧୁନିକ ଯୁଗ। ଏହି ସମୟରେ ବିଜ୍ଞାନ ଏତେ ଆଗକୁ ଗଲାଣି ଯେ ମଣିଷ ଚନ୍ଦ୍ରପୃଷ୍ଠ ରେ ପହଂଚି ପାରିଛି। ଏବେ ମଣିଷ କୁ କିଛି କରିବାକୁ ପଡୁନି ସବୁ ମେସିନ କିମ୍ବା କମ୍ପ୍ୟୁଟର କାମ କରୁଛି। ଆଉ ବିଭିନ୍ନ ପ୍ରକାର ଗଛରେ ଭିନ୍ନ ଭିନ୍ନ ରାସାୟନିକ ବ୍ୟବହାର କରି ସଂଗେ ସଂଗେ ଫଳ, ପନିପରିବା କୁ ପାଚିଲା କରି ଦେଉଛନ୍ତି ଏବଂ ସବୁ ଖାଦ୍ୟ, ଜିନିଷ ରେ ଅନେକ ଭେଜାଲ ମିଶାଇ କରି ଲୋକଙ୍କୁ ଦିଆ ଯାଉଛି ଏହି ସବୁ ହେବା ଦ୍ୱାରା ଲୋକ ଙ୍କ ଶରୀର ରେ ଅନେକ ପ୍ରକାର ରୋଗ ଜନ୍ମ ନେଉଛି।ଏହା କାରଣରୁ ଲୋକ ବେଶୀ ଦିନ ମଧ୍ୟ ରହୁ ନାହାନ୍ତି।କିନ୍ତୁ ଆଗରୁ ଲୋକ ମାନେ ବହୁତ ଦିନ ପର୍ଯ୍ୟନ୍ତ ବଂଚି ରହୁଥିଲେ।

ଏବେ ସମୟରେ ଲୋକସବୁ ବିଭିନ୍ନ ପ୍ରକାର ଖାଦ୍ୟ ଏବଂ ପରିବେଶ କୁ ନେଇ ଭିନ୍ନ ଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି।କିନ୍ତୁ ଆଜି ଆମେ ଏମିତି ଏକ ଲୋକ ବିଷୟରେ କହିବୁ ଯାହା ଆପଣ ମାନଙ୍କୁ ବେହୋସ କରିଦେବ। ଜଣେ ବୃଦ୍ଧା ଯାହାର ବୟସ ୧୦୦ ବର୍ଷ ରୁ ଉର୍ଦ୍ଧ୍ବ ରେ ହେଲେ ତାଙ୍କର ଶରୀର ଫିଟ ଏବଂ ଫାଇନ ରହିଛି। ବୟସର ଶେଷ ରେ ହେଲେ ସେ ଏବେ ବି ଚଳଚଞ୍ଚଳ।

ସେ ଦୁହେଁ ବୃଦ୍ଧା ହେଲେ ବୈଷ୍ଣବ ମଉସା ଏବଂ ସମ୍ଭାରୀ ମାଉସୀ। ଏତେ ବୟସରେ ପହଁଚିଲା ପରେ ମଧ୍ୟ ହରି ଯାଇ ନାହାନ୍ତି ଏବଂ ସେ ଭିତରୁ ଦମ୍ଭିଲା ଅଛନ୍ତି।ପରେ ତାଙ୍କୁ ପଚରା ଯିବାରୁ ସେ କହୁଛନ୍ତି,“ ମୋର ବୟସ ୧୦୯ , ଆଉ ଚଳୁଛୁ ଭତ୍ତା ପଇସା , ଚାଉଳ ୧୦ କିଲୋଗ୍ରାମ ମିଳୁଛି ଓ ଶାଗ ମୁଗ କରୁଛୁ.. ଖତ ଏବଂ ପାଣି ଦେଉଛି। ଲୁଣ,ତେଲ ଦୋକାନରୁ ଆଣି ଖାଉଛୁ। ସେ ମାଣ୍ଡିଆ ଯାଉ, ମଦନ ଶାଗ, ନହନା ଶାଗ ଆଦି ସବୁ ଆଣିକି ଖାଇକରି ପିଣ୍ଡ ଭରା ହୋଇଛି।

ଆଉ ମଧ୍ୟ ମଉସା କହିଛନ୍ତି ସେ ଗଞ୍ଜା କୁକୁଡ଼ା କୁ ପାଳିଛନ୍ତି। ଆମେ ମଧ୍ୟ ମେଡିକାଲ ଏ ବୟସରେ ଯାଉନାହୁଁ, ସବୁ ସେହି ଭାଗବନଙ୍କର ଆଶୀର୍ବାଦ। ତାଙ୍କୁ ପଚରା ଯାଇଥିଲା ତୁମ ବୟସର କିଏ ଆଉ ଲୋକ ଅଛନ୍ତି,“ ସେ କହିଥିଲେ ଆମ ଗାଆଁରେ, ଵଂଶ ରେ ଏବଂ ୩/୪ ଖଣ୍ଡ ଗାଁରେ ମଧ୍ୟ କେହି ନାହାନ୍ତି”।

ସେ ମଉସା ଆଉ ମାଉସୀ ହେଲେ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ର ଖଜାପଲି ଗାଁ ର ବୈଷ୍ଣବ ପ୍ରଧାନ ଏବଂ ସ୍ତ୍ରୀ ସମ୍ବାରି ପ୍ରଧାନ।ତାଙ୍କର ୨ ପୁତ୍ର ବାପା ମା ଙ୍କୁ ଛାଡି ବେସାହାରା କରି ଦେଇଛନ୍ତି ଏବଂ ସେ ସରକାର ଜାଗାରେ ଛୋଟ ଘର କରି ରହୁଛନ୍ତି। ସେ ମାଉସୀ କହୁଛନ୍ତି ବାଇଗଣ,ଆଳୁ,ଟମାଟୋ କରୁଛୁ କିନ୍ତୁ ଆଗରୁ ତମାନିକା ,ଅମୃତଭଣ୍ଡା ଗଛ କରିଥିଲୁ।ସେ ପିଡ଼ିଆ ମଧ୍ୟ କରନ୍ତି ନାହିଁ। ତାଙ୍କର ଅବସ୍ଥା ବହୁତ ଶୋଚନୀୟ।

ସେ ଏବେ ପିଡ଼ିଆ ବିହୀନ ଖାଦ୍ୟ,ଦେଶୀ ଖାଦ୍ୟ ତାଙ୍କର ଶରୀର କୁ ପୁରା ସୁସ୍ଥ ରଖିଛି। ବର୍ତ୍ତମାନ ସମୟରେ ୭୦ ବର୍ଷ ବଂଚିବା ବହୁତ କଷ୍ଟସାଧ୍ୟ ହେଲେ ଏଠାରେ ମଉସା ଆଉ ମାଉସୀ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।