ଆଜିର ଦୁନିଆରେ ପ୍ରତିଦିନ କିଛି ଏମିତି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା ଲୋକ ମାନଙ୍କର ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।
କେତେବେଳେ ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ରେ ଅନ୍ଧ ହୋଇ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ଆଉ ସମୟକ୍ରମେ ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ମଧ୍ୟ ଅଟେ। ଆମେ କହୁଥିବା ଏହି ଘଟଣାଟି ଘଟିଛି ବିହାରର କଟିହାର ଜିଲ୍ଲାର ସେମାପୁର ଅଞ୍ଚଳରେ। ଏଠାରେ ଏହି ଅଞ୍ଚଳରେ ଥିବା ପିପରି ବହିୟାର ପ୍ରାଥମିକ ବିଦ୍ୟାଳୟରେ ଜଣେ ପ୍ରଧାନଶିକ୍ଷକ ୧୨ ବର୍ଷୀୟା ଛାତ୍ରୀଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ଗାଲକୁ କାମୁଡ଼ିବାର ଅଭିଯୋଗ ହୋଇଛି।
ଆଉ ଏହାପରେ ଶିକ୍ଷକ ଜଣଙ୍କ ଗିରଫ ହୋଇଛନ୍ତି। ଶିକ୍ଷକ ଜଣଙ୍କ ଛାତ୍ରୀଙ୍କ ସହ ଅସଦାଚରଣ କରିବା ପରେ ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ପାଖ ରାସ୍ତା ଦେଇ ଯାଉଥିବା ଲୋକେ ସ୍କୁଲ୍କୁ ଧାଇଁ ଆସି ପ୍ରଧାନଶିକ୍ଷକଙ୍କୁ ସେଠାରେ ଏକ ରୁମ୍ରେ ବନ୍ଦ କରି ପୁଲିସ୍କୁ ଖବର ଦେଇଥିଲେ। ପରେ ଗାଆଁ ଲୋକେ ଏବଂ ଝିଅଟିର ପରିବାର ଲୋକେ ସେଠାରେ ପହଞ୍ଚି ପୋଲିସ୍ କୁ ଖବର ଦେଇଥିଲେ।ପରେ ପୋଲିସ ଆସି ଅଭିଯୋଗ କ୍ରମେ ଶିକ୍ଷକ ଜଣଙ୍କୁ ଗିରଫ କରିଥିଲେ।ଏହି ଶିକ୍ଷକ ଜଣଙ୍କ ପୁର୍ବରୁ ଅନ୍ୟ ଛାତ୍ରୀ ମାନଙ୍କ ସହ ଅସଦାଚରଣ କରିଥିବା ର ଲୋକେ ଜାଣିବାକୁ ପାଇଥିଲେ।
ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ସମାଜ ଗଢ଼ିବା ଏବଂ ସମାଜର ବିକାଶ କରିବାର ଧାରା ଯାହା ହାତରେ ନ୍ୟସ୍ତ ରହିଛି, ଯାହାକୁ ସମାଜର ଏକ ମେରୁଦଣ୍ଡ ବୋଲି କୁହାଯାଇଥାଏ ସେ ଯଦି ଏଭଳି ଘୃଣ୍ୟ କାମ କରିବ ତେବେ ଆଉ କଣ କୁହାଯାଇ ପାରେ।ଧିରେ ଧିରେ ଆଜିର ସମାଜରେ ବଢ଼ି ଚାଲିଛି ଅମାନୁଷିକ କାର୍ଯ୍ୟ କଲାପ। ମଣିଷ ନିଜର ହିତାହିତ ଜ୍ଞାନ କୁ ଭୁଲି ବେଳେବେଳେ ଏମିତି କିଛି ଘଟଣା ଘଟାଉଛି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିବାରେ ଲାଗୁଛି। ତେବେ ଏଭଳି ଅମାନବୀୟ, ନିନ୍ଦନୀୟ ଘଟଣା କେତେ ଗ୍ରହଣୀୟ ଏକଥା ଆପଣ ବିଚାର କରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।