୧୩ ବର୍ଷର ପୁଅ ୧୯ ବର୍ଷର ଯୁବତୀଙ୍କୁ କଲା ୭ ମାସର ବର୍ଭବତୀ ଆଉ ତା ପରେ, ସେମାନଙ୍କ ସହ ଗାଁ ଲୋକେ ଯାହା କରିଲେ ଆପଣ ଜାଣିଲେ ଅବାକ ହୋଇଯିବେ…

0

କୁହାଯାଏ ଯେ ପ୍ରେମ ହେଉଛି ଶାଶ୍ୱତ,ପ୍ରେମ ଅମର, ପ୍ରେମ ପବିତ୍ର।ପ୍ରେମ କୌଣସି ଜାତି,ଗୋତ୍ର,ବର୍ଣ୍ଣ, ବୟସ କିଛି ଦେଖି ନଥାଏ।କିନ୍ତୁ ଆଜିର ପ୍ରେମି ଯୁଗଳ ମାନେ ପ୍ରେମ କୁ କଳଙ୍କିତ କରିବା ସହିତ ବିବାହର ଅର୍ଥ କୁ ଭୁଲି ସାରିଲେଣି।ସେମାନେ ପ୍ରେମ ର ପ୍ରକୃତ ଅର୍ଥ କୁ ଭୁଲି ଗଲେଣି।ଆଜିର ଏହି ପ୍ରେମି ଯୁଗଳ ମାନେ ପ୍ରେମ କୁ ଶାରିରୀକ ଆକର୍ଷଣର କେନ୍ଦ୍ରବିନ୍ଦୁ କରି ସାରିଲେଣି।ଯାହା ବାସ୍ତବରେ ଏକ ଭୁଲ ମାନସିକତା।

ଆଜି ଅଧିକାଂଶ ପ୍ରେମ ସ୍ଥାପନ ହେଉଛି କେବଳ ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ।ଆମେ ଅଧିକାଂଶ ସମୟରେ ଦେଖୁଛୁ କି ପୁଅ ମାନେ ଗୋଟିଏ ଝିଅ ସହ ସେକ୍ସ୍ କରି ପୁଣି ଆଉ ଜଣଙ୍କୁ ଭଲ ପାଉଛନ୍ତି ତ କେତେବେଳେ ପୁଣି ଝିଅ ମାନେ ଗୋଟିଏ ପୁଅକୁ ଭଲ ପାଇ,ତା ପାଖରୁ ସବୁ ଟଙ୍କା ଖୋଳ କରି ଦେବା ପରେ ପୁଣି ଆଉ ଗୋଟିଏ ପୁଅକୁ ଧରୁଛନ୍ତି।

ବେଳେବେଳେ ଏମିତି ମଧ୍ୟ ଦେଖିବା ପାଇଁ ମିଳୁଛି କି ଜଣେ ପୁଅର ଏକାଧିକ ପ୍ରେମିକା ଥିବା ବେଳେ, ଗୋଟିଏ ଝିଅର ମଧ୍ୟ ଏକାଧିକ ପ୍ରେମିକ ରହୁଛି।ଅର୍ଥାତ କଳିଯୁଗ ରେ ପ୍ରେମ ଆଉ ପବିତ୍ର ହୋଇ ରହି ନାହିଁ।

ଲଭ,ସେକ୍ସ୍ ଓ ଶେଷରେ ଧକ୍କା ପରି ଏକ ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ହେଉଛି।ଏହି ଘଟଣା ରେ ପ୍ରେମିକାକୁ ଧୋକା ଦେଇଛି ପ୍ରେମିକ।ଆଉ ପ୍ରେମିକ ର ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।କାରଣ ପ୍ରେମିକ ର ବୟସ ହେଉଛି ମାତ୍ର ୧୩ ବର୍ଷ।କେବଳ ଏତିକି ନୁହେଁ ଏହି ୧୩ ବର୍ଷୀୟ ରସିକ ପ୍ରେମିକ ୧୯ ବର୍ଷୀୟ ପ୍ରେମିକାକୁ ଗର୍ଭବତୀ ମଧ୍ୟ କରାଇଛନ୍ତି।

ତେବେ ଏହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଶ୍ୟାମ ସୁନ୍ଦର ପଞ୍ଚାୟତ ର ରୁଢ଼ିଙ୍ଗିଆ ଗ୍ରାମରେ।ଏହି ଗ୍ରାମର ହେମନ୍ତ କୁମାର ନାୟକ ଙ୍କ ୧୩ ବର୍ଷ ର ପୁଅ ମିହିର ସହିତ ସେହି ଗ୍ରାମରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିଲା।

ତେବେ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି ତାଙ୍କୁ ୭ ମାସର ଗର୍ଭବତୀ କରାଇ ଏହି ୧୩ ବର୍ଷୀୟ ପ୍ରେମିକ ଜଣଙ୍କ କୁଆଡ଼େ ଫେରାର ହୋଇ ଯାଇଛି।ତେବେ ଝିଅ ଠାରୁ ସବୁ କଥା ଶୁଣିବା ପରେ ଝିଅର ପରିବାର ଲୋକେ ଏହି କଥା ମହିଳା ସମିତି ସଦସ୍ୟଙ୍କୁ ଜଣାଇଥିଲେ।

ତେଣୁ ମହିଳା ସମିତି ସଂଘର ସଭାପତି ଓ ସମ୍ପାଦକ ଓ ଝିଅର ପରିବାର ଲୋକେ ଝିଅକୁ ନେଇ ପୁଅ ଘରକୁ ଯାଇଥିଲେ।ମାତ୍ର ମିହିର ସେହି ଯୁବତୀଙ୍କୁ ବାହା ହେବାକୁ ମନା କରି କୁଆଡ଼େ ଫେରାର ହୋଇ ଯାଇଛି।

ତେଣୁ ସେହି ଗାଁ ର ଭଦ୍ର ଲୋକ ଏକ ସଭା ଆୟୋଜନ କରିଥିଲେ ଓ ଏଥିରେ ପୁଅର ବାପା ଝିଅର ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ସେ ଯେମିତି ହେଲେ ତାଙ୍କ ପୁଅକୁ ଖୋଜି ଆଣିବେ ଓ ସେହି ଯୁବତୀଙ୍କ ସହିତ ତାଙ୍କ ପୁଅର ବାହାଘର କରିବେ।ପୁଅର ପିତା ସେହି ଝିଅକୁ ନିଜର ବୋହୁ ବୋଲି ସ୍ୱୀକାର କରିଛନ୍ତି।ଆଉ ତାକୁ ତାଙ୍କ ପୁଅ ସହ କୋର୍ଟ ମ୍ୟାରେଜ କରିବେ ବୋଲି ଲିଖିତ ଆକାରରେ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।