ମାଳିକା ଭବିଷ୍ୟବାଣୀ ! ତୃତୀୟ ବିଶ୍ୱଯୁଦ୍ଧ ର ସଂକେତ ? ୧୩ ଟି ଦେଶ ମଧ୍ୟରେ ହେବ ଭୟଙ୍କର ଯୁଦ୍ଧ ଜାଣନ୍ତୁ କେଉଁ କେଉଁ ଦେଶ ?

0

ମହାପୁରୁଷ ଅଚ୍ୟୁତାନନ୍ଦ ଜଣେ ଯୁଗ ଜନ୍ମା ପୁରୁଷ। ତାଙ୍କର ମାଳିକା ଏକ ବିଚିତ୍ର ରହସ୍ୟ ପୂର୍ଣ୍ଣ ଏବଂ ତର୍କ ପୂର୍ଣ୍ଣ ଅଟେ। ତାଙ୍କ ବର୍ଣ୍ଣନାରେ ଏକ ଅନୁଭବ ର ବିଚାର ଦେଖିବାକୁ ମିଳିଥାଏ।ତେବେ ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।

ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ। ତେବେ ବର୍ତ୍ତମାନ ଯାହା ଜଣା ପଡୁଛି ଆପଣ ମାନେ ଦେଖିବକୁ ପାଉଥିବେ ଯେ ଭାରତ ସହିତ ପାକିସ୍ତାନ ଏବଂ ଚୀନ ବାରମ୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛନ୍ତି। ଭାରତ ସହିତ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି।

କିନ୍ତୁ ଭାରତ ଭଳି ଏକ ପୂଣ୍ୟ ଭୂମି ରେ ସେମିତି କିଛି ଘଟିବ ନାହିଁ କିମ୍ବା କେହି କ୍ଷୟ କ୍ଷତି ଘଟାଇ ପାରିବେ ନାହିଁ। ମାଳିକା ରେ ଯୁଦ୍ଧ କଥାକୁ ନେଇ ଏହା ବର୍ଣ୍ଣିତ ରହିଛି ଯେ ବଡ଼ ବଡ଼ ୧୩ ଟି ଦେଶ କଳି ଲାଗିବେ। ପରସ୍ପର ସହ ଝଗଡ଼ା ଲାଗି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ଚୀନ ଯେମିତି ତାର ପରାକ୍ରମ ଭାରତ ଉପରେ ଦେଖାଉଛି ତାହାକୁ ଉଚିତ୍ ଜବାବ ଦେଉଛି ଭାରତ। ଭାରତ କୌଣସି କ୍ଷେତ୍ରରେ କମ୍ ନାହିଁ। ଦେବଭୂମି ଭାରତରେ ଯେତେବେଳେ ଯୁଦ୍ଧ ସମୟରେ ମାନବ ଶରୀରରେ ଦେବତା ଚାଲିଯିବେ ସେତେବେଳେ ପାକିସ୍ଥାନ କଣ କରିବ ନା ଚୀନ କଣ କରି ପାରିବ।

ମହାପୁରୁଷ ମାନେ କହି ଯାଉଛନ୍ତି ଯେ ପୃଥିବୀ ରେ ଭାରତ ବର୍ଷ ଏକ ବିରାଟ ଆଧ୍ୟାତ୍ମିକ ଦେଶ ହେବ। ଯେଉଁଠି ଆଧ୍ୟାତ୍ମିକତା ଭରି ରହିଛି। ଏଠାରେ ଜ୍ଞାନୀ ଗୁଣି ମାନେ ରହିଛନ୍ତି। ଭାରତର ଆଧ୍ୟାତ୍ମିକ ଶକ୍ତି ଆଗରେ ହାର ମାନିବ ଅନ୍ୟ ଦେଶର ବୈଜ୍ଞାନିକ କୌଶଳ ଏବଂ ପାରଦର୍ଶିତା। ଋଷିଆ ର ସମର୍ଥନ ମିଳିଲେ ଭାରତକୁ ଆଉ କେହି ହରାଇ ପାରିବେ ନାହିଁ।ଆଉ ଭାରତ ସହ ଯେଉଁ ବଡ଼ ଧରଣର ଯୁଦ୍ଧ ପାକିସ୍ଥାନ କରିବ, ସେଥିରେ ଭାରତର ଅଳ୍ପ କ୍ଷୟକ୍ଷତି ହେବ କିନ୍ତୁ ଭାରତ ହିଁ ବିଜୟୀ ହେବ ବୋଲି ମାଳିକା ର ବିଚାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।