୧୬୩ ବର୍ଷର ଏହି ବୌଦ୍ଧ ଭିକ୍ଷୁଙ୍କ ଭିଡିଓ ଖୁବ୍ ଭାଇରାଲ୍, ଲୋକେ କହୁଛନ୍ତି ଜୀଅନ୍ତା ମମି… ଦେଖନ୍ତୁ Video

0

ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତଙ୍କ ପାଖରେ ଗୋଟିଏ ନା ଗୋଟିଏ ସ୍ମାର୍ଟ ଫୋନ ରହିଛି । ସେଥିରେ ବିତେଇଥିବା ମୁହୂର୍ତ୍ତର କିଛି ଫୋଟ ମଧ୍ୟ ସୋଟ୍ କରିଥାନ୍ତି , ତାହାକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ସେଥିମଧ୍ୟରୁ କିଛି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସିବା ସହିତ ଆଉ କେତେକ ଭିଡିଓ ଆଶ୍ଚର୍ଯ୍ୟ ମଧ୍ୟ କରାଇଥାଏ । ଏମିତି ଅନେକ ଭିଡିଓ ରହିଛି ଯାହାକୁ ଦେଖିବା ମାତ୍ରେ ବିଶ୍ୱାସ କରିବା ବହୁତ କଷ଼୍ଟକର ହୋଇଥାଏ । ସେହିପରି ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଭିଡିଓ ଦେଖେଇବୁ , ଯାହାକୁ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବା ସହିତ ବୟସ କଳନା କରିବାରେ ବ୍ୟସ୍ତ ହୋଇପଡିବେ ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦୁନିଆର ଅଦ୍ଭୁତ ଖବର ଦେଖିବାକୁ ମିଳିଥାଏ , କିଛି ଖବର ଉପରେ ବିଶ୍ୱାସ ତ କରାଯାଇ ପାରେ ଆଉ କିଛି ଅବିଶ୍ୱସନୀୟ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏଭଳି କ୍ଲିପ ଦେଖାଇବୁ ,ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ଯାହାକୁ ଦେଖି ୟୁଜର୍ସ ଚକିତ ହୋଇଯାଇଛନ୍ତି , ଭିଡିଓଟିକୁ ଅନୁମାନ କରିବା ୟୁଜର୍ସଙ୍କ ପକ୍ଷେ କଷ୍ଟକର ହୋଇ ପଡିଛି । ସେମାନେ ଦେଖୁଥିବା ଏହି ଭିଡିଓଟି ସତ କି ମିଛ ତାହା ଜାଣି ପାରୁନାହାନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ରେ ବ୍ୟକ୍ତି ଜଣକ ଜୀଅନ୍ତା ମମି ଭଳି ଦେଖାଯାଉଛନ୍ତି । ଥାଇଲାଣ୍ଡର ଏକ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି ଏବଂ ଖୁବ୍ ଦୁର୍ବଳ ଏବଂ ଅସୁସ୍ଥ ଅଛନ୍ତି । ଏଭଳି ସ୍ଥିତିରେ ୟୁଜର୍ସ ତାଙ୍କର ବୟସ ଆକଳନ କରିବା ଆରମ୍ଭ କରିଦେଇଛନ୍ତି । କ୍ଲିପ କୁ ଦେଖିବା ପରେ କିଛି ଲୋକ ଦାବି କରିଛନ୍ତି ଯେ ତାଙ୍କ ବୟସ 163 ବର୍ଷ । ଏହି ବୌଦ୍ଧ ଭିକ୍ଷୁ ଜଣକ ଜାପାନି ଟେକ୍ନୋଲୋଜି ସେକୁସିନଗ୍ୟସ୍ତ ଅଭ୍ୟାସ କରନ୍ତି ବୋଲି କୁହାଯାଉଛି । ବୟସ୍କ ଏହି ଭିକ୍ଷୁକଙ୍କର ଭାଇରାଲ ଫୋଟ ଇଣ୍ଟରନେଟ ରେ ଖୁବ୍ ଆକର୍ଷିତ କରାଉଛି ।

ଆପଣ ମାନେ ଦେଖୁଥିବା ଏହି ଭିଡିଓଟି ତାଙ୍କ ନାତୁଣୀ ସୁଟ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଇଣ୍ଟରନେଟ ରେ ଭିଡିଓ ଭାଇରାଲ ହେବା ପରେ ତାଙ୍କ ବୟସର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ । ଟିକଟକ ରେ 163 ବର୍ଷୀୟ ଭିକ୍ଷୁକଙ୍କ ବିଷୟରେ ଯେଉଁ ଗୁଜବ୍ ସାମ୍ନାକୁ ଆସିଛି ତାହା ବାସ୍ତବରେ ଠିକ୍ ନୁହେଁ । ଫ୍ୟାକ ଚେକର ସ୍ନୁସ୍ ଙ୍କ ଅନୁସାରେ କ୍ଲିପରେ ବୟସ୍କ ବ୍ୟକ୍ତି ଜଣକ 163 ବର୍ଷ ନୁହେଁ , ତାଙ୍କର ନା ଲୁଆଙ୍କା ଫୋ ଭ୍ୟାଇ ଏବଂ ତାଙ୍କର ବୟସ 109 ବର୍ଷ । ତେବେ ବର୍ତ୍ତମାନ ଏହି ଭିଡିଓଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ମାନେ ମଧ୍ୟ ନିଜ ନିଜର ମତ ପରିପ୍ରକାଶ କରୁଛନ୍ତି । ପ୍ରକୃତରେ ସେହି ବୌଦ୍ଧ ଭିକ୍ଷୁକଙ୍କ ବୟସ 109 ବର୍ଷ ର ଅଟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।