ଲକ୍‌ଡାଉନ୍‌ ଆଶିଂକ ଉଠିଲା : ୧୭ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫, ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା, ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ରାତ୍ରି କର୍ଫ୍ୟୁ

0

କରନାର ଦ୍ୱିତୀୟ ଲହରୀର ଭୟାବହତାକୁ ଲକ୍ଷ୍ୟ କରି ଭାରତର କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ଦାୟିତ୍ୱ ଦେଇଛନ୍ତି। ତେବେ ରାଜ୍ୟର ସଂକ୍ରମଣକୁ ଲକ୍ଷ୍ୟ କରି ରାଜ୍ୟ ସରକାର ହିଁ ଲକଡାଉନ ଏବଂ ସଟଡାଉନର ବ୍ୟବସ୍ଥା କରିଛନ୍ତି। ତେବେ ଯଦି ଆମ ଓଡ଼ିଶା କଥା ଦେଖିବା ତାହାଲେ ଓଡ଼ିଶା ସରକାର ରାଜ୍ୟର ସଂକ୍ରମଣ ହାର ଦ୍ରୁତ ବେଗରେ ବଢୁଥିବା ଦେଖି ଲକଡାଉନ ଏବଂ ସଟଡାଉନ କରାଯାଇଛି। ଯଥାକ୍ରମେ – ପ୍ରଥମ ଲକଡାଉନ ପରେ ଏହାର ପ୍ରକପ କମ ନ ହେବାରୁ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ହୋଇଥିଲା। ତେବେ କାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ସରିବା ପରେ , ସାରା ଓଡିଶା ବାସୀ ଚାହିଁ ରହିଛନ୍ତି ଅନଲୋକ ପ୍ରକ୍ରିୟା କେବେ ହେବ।

ତେବେ ସୂଚନା ଅନୁସାରେ ଵର୍ତମାନ ସମୟରେ ରାଜ୍ୟରେ ଅନଲୋକ ହେବା ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତେବେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ସରିବା ପରେ , ଆଂଶିକ ଭାବରେ ଲକଡାଉନ ରହିବ ଜୁଲାଇ ୧ ପର୍ଯ୍ୟନ୍ତ ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଗାଇଡ଼ ଲାଇନ ରେ ଟିକିଏ ଅଲଗା ଦେଖିବା ପାଇଁ ମିଳିବ, ତେବେ ରେଡ଼ ଜୋନରେ ଯେଉଁ ଜିଲ୍ଲା ଏବଂ ଗ୍ରୀନ ଜୋନ ଜିଲ୍ଲା ଗୁଡିକ ପାଇଁ ସାଧାରଣତ ନିୟମ ଭିନ୍ନତା ଦେଖିବା ପାଇଁ ମିଳିବ। ତେବେ ଆସନ୍ତୁ ଜାଣିବା ଏହାର ଗାଇଡ଼ ବିଷୟରେ;

ତେବେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମ ରହିଛି, ଜୁନ ୧୭ ତାରିଖ ସକାଳୁ ୬ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ଦୋକାନ ବଜାର ଖୋଲା ରହିବ। ସେହିପରି ଯେଉଁ ଜିଲ୍ଲାର ସଂକ୍ରମଣ ହାର ଅଧିକ ରହିଛି। ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଜିନିଷ ପତ୍ର ଦୋକାନ ଖୋଲା ରହିବ। କିନ୍ତୁ ସ୍ୱାସ୍ଥ୍ୟସେବା ପାଇଁ କୌଣସି କଟକଣା ଜାରି କରାଯାଇନାହିଁ, ଯେପରି ଟୀକା କରଣ, ଟେଷ୍ଟିଂ ବଳବତ୍ତର ରହିବ।

ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲା ଗୁଡିକ ସକାଳ ୬ ରୁ ଦିନ ୧ ଏବଂ ସକାଳ ୬ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ନିୟମ ରହିଛି। ତେବେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ସକାଳ ୬ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା ରହିବ ଏବଂ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ରେ ସଂକ୍ରମଣ ହାର ବେଶୀ ଥିବରୁ ୬ ରୁ ଦିନ ୧ ଟା ପର୍ଯ୍ୟନ୍ତ କଟକଣା ରହିବ। ତେବେ ପୂର୍ବ ପରି ସାପ୍ତାହିକ ସଟଡାଉନ ଯେମିତି ଥିଲା ସେମିତି ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।