ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ଲୀଳା ରଚୁଛି।ପ୍ରଥମ ଲହରୀ ରେ ଲୋକ ମାନେ ବହୁତ ଦୁଃଖ ଓ ଯନ୍ତ୍ରଣା ସହିଛନ୍ତି ଓ ଏଥି ସହିତ ଆର୍ଥିକ ଅବସ୍ଥା ମଧ୍ୟ ବହୁତ ଶୋଚନୀୟ ହେଇ ପଡି ଥିଲା। ପ୍ରଥମ ଲହରୀ ପରେ, ଦ୍ୱିତୀୟ ଲହରୀ ମଧ୍ୟ ସେମିତି ସହ୍ୟ କରିବାକୁ ପଡି ଥାଏ। ଏହି ଦୁଇଟି ରୋଗ ପରେ ଏମିତି ରୋଗ ଦେଖା ଯାଇଛି, ଯାହାକି ବୋଝ ଉପରେ ନଳିତା ବିଡା ପରିମାଣ,
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ରୋଗ ଦେଖିବା ପାଇଁ ମିଳିଛି,ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ବର୍ତ୍ତମାନ ମଂକିପକ୍ସ ନାମକ ଏକ ରୋଗ ଦେଖା ଯାଇଛି ବୋଲି ସୂଚନା ମିଳିଛି। ତେବେ ଏହି ମାରାତ୍ମକ ରୋଗଟି ସାରା ବିଶ୍ୱରେ ଖୁବ ଜୋରରେ ବଢ଼ି ଚାଲିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ମକ୍ସି ପସ ରୋଗ କ’ଣ ?
ଆମେରିକାର ଟେକ୍ସାସେ ସହରରେ ‘ମଂକିପକ୍ସ ‘ନାମକ ଏକ ରୋଗ ଦେଖା ଯାଇଛି। 2003 ମସିହାରେ ଆମେରିକାର ସହରରେ ‘ମଂକିପକ୍ସ’ରୋଗ ଚି଼ହ୍ନଟ ହେଇଥିଲେ। ଏହି ରୋଗ ଯେଉଁ ମନୁଷ୍ୟଙ୍କ ଠାରେ ଦେଖା ଦେଇଥାଏ, ତାକୁ ବହୁତ ଯନ୍ତ୍ରଣା ଓ କଷ୍ଟ ଦେଇଥାଏ। ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଯେଉଁ ଲୋକ ମାନେ ଆସିବେ, ସେମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି।
ଏହା କିପରି ବ୍ୟାପିଲା ?
ଏହି ମାରାତ୍ମକ ରୋଗଟି ୧୮ ବର୍ଷ ପରେ ପୁଣି ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ,ମାଙ୍କିପକ୍ସ ସଂକ୍ରମିତ ହେଇଥିବା ବ୍ୟକ୍ତି ନିକଟ କୁ ନାଇଜେରିଆରୁ ଆମେରିକା ଯାଇଥିଲେ। ଏହି ରୋଗଟି ଅଧିକ ମାତ୍ରାରେ ବଢ଼ି ବାର କାରଣ କ’ଣ ଏବଂ ଏହାର ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣିବା।
ଲକ୍ଷଣ :-
ଏହି ରୋଗର ଲକ୍ଷଣ ହେଉଛି ସାଧାରଣ ଭାବେ ହାତର ଲସିକା ଗ୍ରନ୍ଥି ଫୁଲି ଯିବା। ଏହି ରୋଗଟିରେ ଯେଉଁ ମାନେ ସଂକ୍ରମିତ ହୋଇ ଥାନ୍ତି, ପ୍ରଥମେ ସେମାନଙ୍କୁ ଜ୍ୱର, ଜୋର ମୁଣ୍ଡ ବିନ୍ଧା, ପିଠି ଏବଂ ମାଂସ ପେଶୀ ଯନ୍ତ୍ରଣା ସହିତ ଶରୀରରେ ଅଧିକ ପରିମାଣରେ କ୍ଲାନ୍ତ ଅନୁଭବ କରିବେ। ଆକ୍ରାନ୍ତ ରୋଗୀଙ୍କ ଶରୀରରେ ଫୋଟକା ପରି ବାହାରି ଯିବ।
ପ୍ରତିକାର :-
ଗବେଷଣା କରି ଜଣା ପଡିଛି ଯେ ଏହି ରୋଗଟି ମାଙ୍କଡ଼ ମାନଙ୍କ ଦ୍ୱାରା ବ୍ୟାପି ଥାଏ। ଏହି ରୋଗରେ ମାଙ୍କଡ ମାନେ ସଂକ୍ରମଣ ହେବା ପରେ ୬ ରୁ ୧୩ ଦିନ ଲାଗିଥାଏ। ଛୋଟ ପୋକ ଟୀକା ମଂକିପକ୍ସ ରୁ ରକ୍ଷା ହେବ ବୋଲି ସୂଚନା ମିଳିଛି।ବର୍ତ୍ତମାନ ସୁଦ୍ଧା ଏହି ରୋଗର କୌଣସି ଟୀକା କିମ୍ବା ଔଷଧ ବାହାରି ନାହିଁ, ସେଥିପାଇଁ ସମସ୍ତଙ୍କ ସତର୍କ ଓ ଦୂରତା ରକ୍ଷା କରିବାକୁ ପଡିବ। ସୂଚନା ଅନୁସାରେ ଏହି ରୋଗଟି ହାଡଫୁଟିର ଅନ୍ୟ ଏକ ଅଂଶ ହୋଇ ଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।