ଆଶ୍ଚର୍ଯ୍ୟ ! ୨ ବର୍ଷର କୁନି ପୁଅକୁ ଅନାଥ କରିଦେଲା ସରକାର ଙ୍କର କାଳିଆ ଟଙ୍କା, ପୁରା ଘଟଣା ଜାଣି ହେବେ ଦୁଖିତଃ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳୁଛି। ଲୋକେ ପ୍ରତିଦିନ ଏକ ଚାପ ଆଡକୁ ଗତି କରୁଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ତେବେ କିଛି ଲୋକ ଅଛନ୍ତି ଯେଉଁ ମାନେ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ି ଥାଆନ୍ତି।କିନ୍ତୁ ସମାଜରେ ଆଉ କିଛି ଲୋକ ଅଛନ୍ତି ଆସୁଥିବା ସମସ୍ୟାକୁ ସମାଧାନ ନ କରି ପରି ଚାପରେ ରୁହନ୍ତି।ସେତେବେଳେ ସେମାନେ ନିଜ ଜୀବନକୁ ତୁଚ୍ଛ ବୋଲି ଭାବିଥାନ୍ତି। ଏବଂ ଜୀବନକୁ ହରିବାକୁ ନିଷ୍ପତି ନେଇ ଥାଆନ୍ତି।ଆଜି କାଲିର ସମାଜରେ ଆତ୍ମ ହତ୍ୟାକୁ ସବୁ ସମସ୍ୟାର ସମାଧାନ ବୋଲି ଭାବୁଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ଜଣେ କୁନି ଝିଅକୁ ଏକା କରି ଛାଡି ଚାଲିଗଲେ ତାର ବାପା ଓ ମା, ଛାଡି ଯିବାର ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡା ପଂଚାୟତର ଫଳସୀ ଗାଁ ରୁ ଏକ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି। ସେହି ଗ୍ରାମର ପର୍ଶୁରାମ ନାମକ ଜଣେ ବ୍ୟକ୍ତି ହେଉଛନ୍ତି ଦିନ ମଜୁରିଆ। ସେ ଯାହା ରୋଜଗାର କରନ୍ତି ଦୁଇ ଝିଅ ଏବଂ ପତ୍ନୀ ବିକାର ଗ୍ରସ୍ତ ବାପାଙ୍କୁ ନେଇ ଚଳିଥାନ୍ତି। କରୋନା କଟକଣା ଯୋଗୁ ସବୁ କାମ ଧନ୍ଦା ବନ୍ଦ ହୋଇଗଲା। ଏହି କରୋନା କଟକଣାରେ ତାଙ୍କ ପତ୍ନୀ କବିତା ଗର୍ଭବତୀ ଥିଲେ, ଏବଂ ଏହି ପରିସ୍ଥିତିରେ କ’ଣ କରିବେ ଭାବି ପାରିଲେନି ପର୍ଶୁରାମ। ସେ ଭାବିଥିଲେ ଯେ କାଳିଆ ଯୋଜନାର ଟଙ୍କା ଉଠାଇ ସେ ତାଙ୍କ ସ୍ତ୍ରୀ କୁ ସୁସ୍ଥ କରିବେ।

ଦୁଃଖର ବିଷୟ ଏହିକି ଯେ ବ୍ୟାଙ୍କ ମ୍ୟାନେଜର ତାଙ୍କ କାଳିଆ ଯୋଜନା ଟଙ୍କାକୁ ହୋଲଡ଼ କରି ଦେଇଥିଲେ। କ’ଣ କରିବେ ଓ କେଉଁଠୁ ଏତେ ଟଙ୍କା ଯୋଗାଡ଼ କରିଵେ, ଏହି କଥା ଭାବି ଭାବି ବିଷ ପିଇ ଆତ୍ମ ହତ୍ୟା କରିଥିଲେ ପର୍ଶୁରାମ, ସେପଟେ ରୋଗ ଗ୍ରସ୍ତ ଅବସ୍ଥାରେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଝୁରି ଝୁରି ଚାଲିଗଲେ। ତାଙ୍କର ସେହି କୁନି ଝିଅଟିକୁ ଏକା କରି ଛାଡି ଚାଲିଗଲେ ତାର ବାପା ଓ ମା, ଗୋଟିଏ ଯୁଇରେ ଜଳିଲା ଦୁଇଟି ଶବ, ଏ ଦୁଃଖ ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ତେବେ ଏଭଳି ଖବର ଯିଏ ଶୁଣୁଛି ସିଏ ଦୁଃଖ ଅନୁଭବ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।