+2 ଫେଲ ହେବା ପରେ ଝିଅକୁ ଘରୁ ବାହାର କରିଦେଲେ ବାପା, ତା’ ପରେ ଏମିତି କରି ଦେଖାଇଲେ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ !

0

କଥାରେ ଅଛି ଲକ୍ଷ୍ୟ ବିଭିନ ଜୀବନ, ଜୀବନ ନୁହେଁ। ଯଦି ଜୀବନରେ ସଫଳତା ପାଇବା ପାଇଁ ଚାହୁଛନ୍ତି, ତେବେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରନ୍ତୁ କଠିନ ପରିଶ୍ରମ ନିଶ୍ଚିତ ଭାବରେ ଜୀବନରେ ସଫଳତା ମିଳିଥାଏ। ସଫଳତା ମିଳିବା ପୂର୍ବରୁ ଅନେକ ବାଧାବିଗ୍ନ ଆସିଥାଏ। ଯେତେ ବାଧା ବିଗ୍ନ ଆସିଲେ ମଧ୍ୟ ସବୁ ସମସ୍ତ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ିବା ପାଇଁ ପଡ଼ିଥାଏ। ଯଦି ପଛ ଘୁଞ୍ଚା ଦିଆଯାଏ ତେବେ ସଫଳତା ମିଳି ନଥାଏ। ଆଜିକାଲି ତୋ ଝିଅ ମାନେ କୌଣସି ପୁଅଙ୍କ ଠାରୁ କମ ନୁହଁନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏମିତି ଜଣେ ଯୁବତୀ ବିଷୟରେ ଜଣେଇବୁ ଯିଏକି +୨ ଫେଲ ହେଇଥିଲେ ମଧ୍ୟ ଏଭଳି କିଛି କରି ଦେଖାଇଲେ ଆପଣ ଦେଖିଲେ ନିଶ୍ଚିତ ଅଭିପ୍ରେରିତ ହୋଇ ଯିବେ। ତେବେ ଆସନ୍ତୁ ଜାଣିବା ଏହି ଯୁବତୀର ଜୀବନ କାହାଣୀ ବିଷୟରେ;

ସୂଚନା ଅନୁସାରେ, ଐସ୍ୱର୍ଯ୍ୟା ପିୟାସା ନାମକ ଜଣେ ଝିଅ ସେ ବାଙ୍ଗାଲୋରରେ ରୁହନ୍ତି। ତାଙ୍କର ଛୋଟ ବେଳୁ ବାଇକ ଶାଣୀ ହେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ ସେ +୨ ରେ ପଢୁଥିଲେ, ସେତେବେଳେ ତାଙ୍କର ରେଜଲ୍ଟ ବାହାରି ଥିଲା ଓ ରେଜଲ୍ଟ ବାହାରିବା ପରେ ସେ +୨ ରେ ଫେଲ ହୋଇ ଯାଇ ଥିଲେ। ଆଉ ସେହି ସମୟରେ ତାଙ୍କ ବାପା ତାଙ୍କ ଉପରେ ଖୁବ ଜୋର ରାଗି ଯାଉ ତାଙ୍କ ଉପରେ ଗାଳି ଗୁଳଜ କରିଥିଲେ ଓ ଏହା ପରେ ତାଙ୍କୁ ଘରୁ ବାହାର କରି ଦେଇଥିଲେ।

ତେବେ ଏହା ପରେ ଝିଅଟି ତାଙ୍କ ମାଆଙ୍କ ସହିତ ରହିଥିଲେ ଓ ମାଆ ତାଙ୍କ ଝିଅକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରୁଥିଲେ। ଆଉ ତାଙ୍କ ବାଇକ ଶାଣୀ ହେବାକୁ ଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଲାଗି ପଡିଲେ। ସେ ଛୋଟ ମୋଟ କାମ କରି ଟଙ୍କା ରୋଜଗର କରିଲେ। କାମ କରିବା ସହିତ ପୁଣି ଥରେ ନିଜ ପଢା ମଧ୍ୟ ଜାରି ରଖିଲେ। ସେ କିଛି ଟଙ୍କା ରୋଜଗାର କରି ସ୍ପୋର୍ଟସ ବାଇକ କିଣିଥିଲେ। ଆଉ ଏହା ପରେ ସେ ନିଜ ଟଙ୍କାରୁ ୧୮ ବର୍ଷ ବୟସରେ ବାଇକ ଶିଖିବା ପାଇଁ ଟ୍ରେନିଙ୍ଗ ମଧ୍ୟ ନେଇଥିଲେ।

ତେବେ ଏହା ପରେ ଝିଅଟି ବିଭିନ୍ନ ବାଇକ ରେସିଙ୍ଗରେ ଭାଗ ନେଇଥିଲେ। ୨୦୧୭ ମସିହାରେ ହିମାଳୟ ହେଉଥିବା ରେସିଙ୍ଗ, ସାଉଥ ଡେରାଡ଼ି ଆଉ ଏଥି ସହିତ ଇଣ୍ଡିଆନ ନେସନାଲ ରେସିଙ୍ଗରେ ଚମ୍ପିଆନ ସିଭ ହୋଇ ବିଜେତା ହୋଇଥିଲେ। ସେ ବାଇକ ଶାଣୀ ହେବା ପର୍ଯ୍ୟନ୍ତ ତାଙ୍କ ଜୀବନ ସଂଘର୍ଷ ମୟ ଥିଲା। ସେ ନିଜର କଠିନ ପରିଶ୍ରମ ଓ ମନରେ ଦୃଢ଼ ବିଶ୍ୱାସ ରଖି ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ତାଙ୍କର ଏହି କାର୍ଯ୍ୟ ପାଇଁ ସାରା ଦେଶର ଲୋକ ମାନେ ତାଙ୍କୁ ବାଇକ ଶାଣୀ ନାମରେ ଜାଣିଛନ୍ତି। ସେ ଦେଶ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।