ଦେଖନ୍ତୁ ମୃତ୍ୟୁର Live ଭିଡ଼ିଓ : ୨ ଜଣ ଶାଳୀ ଙ୍କ ସହ ଭିଣେଇ ନଦୀରେ କରୁଥିଲା ମସ୍ତି, ଆଉ ତା’ ପରେ….୨ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ବିପଦ ବା ଅଘଟଣ କେତେବେଳେ କାହା ନିକଟରେ ଆସି ଦଣ୍ଡାୟମାନ ହେବ ତାହା କହିବା ସମ୍ଭବ ନୁହଁ। ଏହାର ପୂର୍ବାନୁମାନ କେହି କରି ପାରିବେ ନାହିଁ। ଯାହା ଅଚାନକ ଭାବରେ ଆସିଥାଏ ଏବଂ ମଣିଷକୁ ଗଭୀର ଦୁଃଖ ଭିତରକୁ ଠେଲି ଦେଇଥାଏ। ନିଜର ସାମାନ୍ୟ ଅସାବଧାନତା ସଦୃଶ ଛୋଟ ଭୁଲ ପାଇଁ ବେଳେ ବେଳେ ଏହି ଭଳି କିଛି ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଥାଏ ତ ପୁଣି କେତେବେଳେ ଜୀବନ ସହିତ ସଂଗ୍ରାମ କରିଥାଏ ଆଉ ଶେଷରେ ଜୀବନ ବି ଚାଲି ଯାଇଥାଏ।ସାମାନ୍ୟ ଅସାବଧାନତା ବେଳେବେଳେ ମଣିଷ ଉପରେ ଭାରି ପଡ଼ିଥାଏ। ଯେଉଁ କାରଣରୁ ଭୟଙ୍କର ବିପଦ ସବୁ ମଣିଷ ଉପରକୁ ମାଡି ଆସିଥାଏ।

ଏଥିପାଇଁ ଯେଉଁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥାଏ ତାହା ବା କଷ୍ଟ ଦାୟକ ହୋଇପଡେ। ବେଳେବେଳେ କେମିତି ଅତିରୁ ଇତି ହୋଇ ଯାଇଥାଏ ତାହା ଆପଣ ଅନେକ ଘଟଣାରୁ ଜାଣି ପାରୁଥିବେ। କିଛି ବ୍ୟକ୍ତି ମାନେ ସେମାନଙ୍କ ଅସ୍ବାଭାବିକ କାର୍ଯ୍ୟ କଲାପ କାରଣରୁ ଏମିତି ଘଟଣାକୁ ଅନେକାଂଶରେ ନିମନ୍ତ୍ରଣ କରିଥାନ୍ତି। ସେହିପରି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ସ୍ପଷ୍ଟ ହୋଇଯିବେ ବେଳେ ବେଳେ ସାମାନ୍ୟ ଅସାବଧାନତା କିପରି ବଡ଼ ବିପଦକୁ ଆମନ୍ତ୍ରଣ କରିଥାଏ। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ହସ ଖୁସିର ପରିବେଶ କିପରି କାନ୍ଦ ବୋବାଳି ରେ ପରିଣତ ହୋଇ ଯାଉଛି ତାହା ଆପଣ ଏହି ଘଟଣାରେ ଦେଖି ପାରିବେ।ଯେଉଁ ଘଟଣାଟି ଘଟିଛି ହାଇଦ୍ରାବାଦ ରେ। ଯାହା ଦେଖିବାକୁ ମିଳିଛି ଏହି ଭିଡିଓ ରେ, ଖରା ଦିନେ ଗରମ ରୁ ଆଶ୍ୱସ୍ତି ପାଇବା ପାଇଁ ପାଣିରେ ଖେଳୁଥିଲେ ଦୁଇ ଶାଳୀ ଏବଂ ଭିଣୋଇ। ସେମାନେ ପରସ୍ପରକୁ ପାଣି ଛଟା ଛଟି ହେଉଥିଲେ। ମଜା ମସ୍ତି କରୁଥିଲେ। ଆଉ କୂଳରେ ଛିଡା ହୋଇ ଏ ଦୃଶ୍ୟକୁ, ମନୋରଂଜନ ର ମାହଲ କୁ ରେକର୍ଡ କରୁଥିଲେ ପତ୍ନୀ। ସ୍ଵାମୀ ପାଣିରେ ମଉଜ ମସ୍ତି କରୁଥିବା ବେଳେ ସ୍ତ୍ରୀ ଭିଡିଓ ରେକର୍ଡ କରୁଥିଲେ। ପାଖାପାଖି ୨୬ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିବା ଏହି ମଉଜ ମସ୍ତି କିନ୍ତୁ ଏକ ଦୁଃଖଦ ଘଟଣାରେ ପରିଣତ ହୋଇଥିଲା।

ଶାଳୀ ମାନେ ଭିଣୋଇର ଗୋଡ଼କୁ ଧରି ପାଣିରେ ବୁଡ଼ାଇବାକୁ ଯାଉଥିବା ବେଳେ ଭିଣୋଇ ମଧ୍ୟ ସେମାନଂକୁ ବୁଡ଼ାଇବା ପାଇଁ ଦେଉ ନଥିଲେ। ଆଉ ଏହି ସମୟରେ ଏହିଭଳି ମସ୍ତି କରୁ କରୁ ସେମାନେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଆଉ ସେଠାରେ ସେମାନଂକୁ ସାହାଯ୍ୟ କରିବାକୁ କେହି ନଥିଲେ। ଚାହୁଁ ଚାହୁଁ ଅକାରଣ ରେ ଚାଲିଗଲା ୩ ଜଣଙ୍କ ଜୀବନ। ଆଉ ସ୍ତ୍ରୀ ଆଗରେ ଆର ପାରିକୁ ଚାଲିଗଲେ ତାଙ୍କର ସ୍ଵାମୀ ଆଉ ଭଉଣୀ।ଏହି ହୃଦୟ ବିଦାରକ ଘଟଣା ହାଇଦ୍ରାବାଦ ର ଜନଗାଉଁ ର ବୋଲି ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।