ମାଳିକା ବଡ ଭବିଷ୍ୟବାଣୀ ! 2021 ରୁ 2025 ଭିତରେ କଣ ସବୁ ଘଟିବ ଦେଖନ୍ତୁ ଏବଂ ଖାତାରେ ଲେଖି ରଖନ୍ତୁ

0

ବନ୍ଧୁଗଣ ଅନେକ ଥର ଭଳି ପୁଣିଥରେ ମାଳିକା ବିଶାରଦ ବାବା ଦିବାକର ଏକ ବିଶେଷ କଥା ଉପରେ ଗୁରୁତ୍ବ ଆରୋପ କରି ଜନସାଧାରଣ ଙ୍କ ସଚେତନତା ନିମନ୍ତେ ମାଳିକା ବର୍ଣ୍ଣିତ ତଥ୍ୟ କୁ ବର୍ଣ୍ଣନା କରିଛନ୍ତି। ଯାହା ବାସ୍ତବରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ମହତ୍ କଥା। ମାଳିକା ରେ ରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।

ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ଜାଣିବା। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ପ୍ରମାଣ ଆମେ ଏବେ ପାଉଛୁ।ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ ଅଟେ।

ତେବେ ୨୦୨୧ ରୁ ୨୦୨୫ ଭିତରେ କଣ ସବୁ ଘଟିବାକୁ ଯାଉଛି ତାହା ଆମେ ଜାଣିବା ଯାହା ମହାପୁରୁଷ କହି ଯାଇଛନ୍ତି।ଏହି ସମୟ ଭିତରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେବେ। ଖାଦ୍ୟ ପଦାର୍ଥ ର ଅଭାବ ପରିଲକ୍ଷିତ ହେବ। ଫସଲ ହାନି ଘଟିବ।ଲୋକଙ୍କ ପାଖରେ ପଇସା ଥିବ କିନ୍ତୁ ଖାଦ୍ୟ ପଦାର୍ଥ ଅଭାବ ପରିଲକ୍ଷିତ ହେବ।୫୦୦ ଟଙ୍କା ନେଇ ପରିବା ଆଣିବା ପାଇଁ ଗଲେ ମଧ୍ୟ ଲୋକଙ୍କ ବେଗ ପୂରଣ ହେବ ନାହିଁ।ଲୋକେ ଖାଦ୍ୟ ଅଭାବରୁ ଆତଙ୍କିତ ହୋଇଯିବେ। ଏହାଛଡ଼ା ମହାପୁରୁଷ ଏହା ମଧ୍ୟ କହିଛନ୍ତି ଯେ ଅନେକ ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡ଼ିବ ମଣିଷ ସମାଜକୁ। ବଡ ବଡ କୋଠା ବାଡି ସବୁ ଭୁଶୁଡ଼ି ପଡ଼ିବ ଏହି ବିପର୍ଯ୍ୟୟରେ।

ଏହାସହ ଏହି ସମୟ ମଧ୍ୟରେ ଦୁନିଆରେ ଲୁଟ୍, ହତ୍ୟା ଏବଂ ଆତଙ୍କରାଜ, ଗୁଣ୍ଡା, ଗର୍ଦି ଆଦି ଏହି ସମୟରେ ବୃଦ୍ଧି ପାଇବ।କେହି କାହାକୁ ମାନିବେ ନାହିଁ। ନିଜ ନିଜ ଭିତରେ ହଣା ହାଣି ହୋଇ ପରସ୍ପରର ମୃତ୍ୟୁର କାରଣ ପାଲଟିବେ।୨୦୨୪ ରେ ପୁଣି କରନା ପରି ଅଜଣା ରୋଗରେ ଲୋକେ ସମ୍ମୁଖିନ ହେବେ। ଏଥିରେ ଅନେକ ଲୋକ ଶିକାର ହେବେ ଏବଂ ମୃତ୍ୟୁ ବରଣ ମଧ୍ୟ କରିବେ। ତେଣୁ ଏହି ସମୟ ଆମ ମଣିଷ ସମାଜ ପାଇଁ ଏକ ବିପଦପୂର୍ଣ୍ଣ ରହିଛି। ତେଣୁ ମଣିଷ ବେଳୁ ହିଁ ସାବଧାନ ହେଲେ ନିଜକୁ ଏହି ସବୁ ବିପତ୍ତି ରୁ ରକ୍ଷା କରି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।