ବନ୍ଧୁଗଣ ଆପଣମାନେ ତ ସୂର୍ଯ୍ୟପରାଗ ବିଷୟରେ ଜାଣିଥିବେ ନିଶ୍ଚିତ, ହେଲେ ଆପଣ ଜାଣିଛନ୍ତି କି ଯେ ଆଗକୁ ଆସୁଥିବା ଅମାବାସ୍ୟା ଦିନ ବର୍ଷର ଅନ୍ତିମ ସୂର୍ଯ୍ୟପରାଗ ହେବ |ଏହି ସୂର୍ଯ୍ୟପରାଗ ଆସନ୍ତା ଅକ୍ଟୋବର ମାସ 25ତାରିଖ ମଙ୍ଗଳବାର ଦିନ ଅର୍ଥାତ ପବିତ୍ର ଦୀପାବଳି ଅମାବାସ୍ୟାରେ ହେବାପାଇଁ ଯାଉଛି |ଏହି ସୂର୍ଯ୍ୟପରାଗ ଏକ ଲମ୍ବା ସୂର୍ଯ୍ୟପରାଗ ଅଟେ, ଏହା କେବଳ ଓଡ଼ିଶାରେ ନୁହଁ ସମ୍ପୂର୍ଣ ଭାରତବର୍ଷରେ ଦେଖିବାକୁ ମିଳିବ | ସୂର୍ଯ୍ୟପରାଗର ସମୟ ସୀମା, ପାକ ନିଷେଧ ସମୟ, ଏହି ସମୟରେ ଗର୍ଭବତୀମାନେ କଣ କରିବେ ଏବଂ ଏହା କଉଁ ରାଶି ପାଇଁ ଶୁଭ ଓ ଅଶୁଭ ଅଟେ, ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |
ଏହି ଗ୍ରହଣ ଲାଗିବାର 9ଘଣ୍ଟା ବା 3ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ କରାଯାଇଥାଏ | ପରାଗ ଲାଗିବା ସମୟରେ କୌଣସି ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ,କାରଣ ଏହି ସମୟରେ ପେଟରେ କିଛି ଖାଦ୍ୟ ରହିବା ଉଚିତ ନୁହଁ |ଏହି ପରାଗର ପାକନିଷେଧର ସମୟ ହେଉଛି 24ଅକ୍ଟୋବର ସୋମବାର ରାତ୍ରି 9:25ମିନିଟ ରୁ 25ଅକ୍ଟୋବର ମଙ୍ଗଳବାର 2:31ମିନିଟ ପ୍ରଯ୍ୟନ୍ତ |ସର୍ବାଧିକ ସୂର୍ଯ୍ୟପରାଗ 25ଅକ୍ଟୋବର ମଙ୍ଗଳବାର ଦିନ 12:21ମିନିଟରେ ଆରମ୍ଭ ହୋଇ 1:21ମିନିଟ ରେ ଶେଷହେବ |ମାତ୍ର34ସେକେଣ୍ଡ ମହାକାଶରେ ଦୃଶ୍ୟମାନ ହେବ |
ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ଅନୁକୂଳ ନୁହଁ, ସେମାନଂକୁ ଏହି ସମୟରେ ବାହାରକୁ ନବାହାରିବ ପାଇଁ ବାରଣ କରାଯାଇଛି |ଏହି ପରାଗ ମଧ୍ୟ ସେମାନେ ଦେଖିବେ ନାହିଁ ଏହା ତାଙ୍କପାଇଁ ଶୁଭନୁହଁ, ଏହି ସମୟ ସେମାନେ କୌଣସି ଜିନିଷ କଟାକଟି କରିବେ ନାହିଁ କି ସିଲେଇ ମଧ୍ୟ କରିବେ ନାହିଁ |କାରଣ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିବ |ଏସମୟରେ ଆପଣ କଳାବସ୍ତ୍ର ପରିଧାନ କରନ୍ତୁ ନାହିଁ |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟରେ କୌଣସି କାର୍ଯ୍ୟକରିବାପାଇଁ ବାରଣ କରାଯାଇଥାଏ |ଏହି ସମୟରେ କୌଣସି ଖାଦ୍ୟ ପ୍ରସ୍ତୁତ କରାଯାଏ ନାହିଁ ଏହାକୁ ଅଶୁଦ୍ଧ ବୋଲି କୁହାଯାଏ |ଏହି ସମୟରେ ରାନ୍ଧହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀରରେ କୁପ୍ରଭାବ ପକାଇଥାଏ |ତେଣୁ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ସମୟରେ ଶୁଖିଲା ଖାଦ୍ୟ କିମ୍ବା ଫଳମୂଳ ଆଦି ଖାଇବା ଉଚିତ |
ଏହି ସମୟରେ କୌଣସି ଶୁଭ କାର୍ଯ୍ୟ ବା ଠାକୁର ପୂଜା କରନ୍ତୁ ନାହିଁ, କିମ୍ବା ଆପଣଙ୍କ ଠାକୁର ଘର ଏହି ସମୟରେ ଖୋଲା ରଖନ୍ତୁ ନାହିଁ |ପରାଗ ଶେଷ ହେବାପରେ ଆପଣ ସ୍ନାନସାରି ବସ୍ତ୍ର ଧୋଇନେବା ଉଚିତ |ଏବଂ ସମ୍ପୂର୍ଣ ଘରକୁ ଗଙ୍ଗା ପାଣି ଛିଚନ୍ନ କରି ପବିତ୍ର କରିନେବା ଉଚିତ |ଏହି ସମୟରେ କଥାବାର୍ତା ନକରି ଭଗବାନଙ୍କ ଆରାଧନା କରିବା ଉଚିତ |ଗ୍ରହଣ ସମୟରେ ସୂର୍ଯ୍ୟାଙ୍କ କିରଣ ଖରାପ ହୋଇଥାଏ ତେଣୁ ଏହି କିରଣକୁ ଆପଣଙ୍କ ଗୃହରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ, ଏହି ସମୟରେ ଘରର ସବୁ କବାଟ ଝରକା ବନ୍ଦ କରିଦିଅନ୍ତୁ |ଏହି ପରାଗ ସମୟରେ କେବେହେଲେ ଶରୀରିକ ସମ୍ବନ୍ଧ ରଖନ୍ତୁନାହିଁ କାରଣ ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକଥାଏ ତେଣୁ ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟିକରିବା ସହିତ ଆପଣଙ୍କ ସନ୍ତାନ ଉପରେ କୁପ୍ରଭାବ ପକାଇଥାଏ |
ଏହି ସମୟରେ କେତେକ ଗ୍ରହ ନକ୍ଷତ୍ର ଚଳନ କାରଣରୁ ଏହାର ପ୍ରଭାବ କେତେକ ରାଶିମାନଙ୍କ ଉପରେ ପଡିଥାଏ | ମେଷ, ମିଥୁନ,ସିଂହ,ବିଛା, ମକର, କୁମ୍ଭ ଓ କର୍କଟରାଶି ମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡ଼ିଥିବା ସମୟରେ ଅନ୍ୟ ରାଶିମାନଙ୍କ ଉପରେ ଏହାର କୁପ୍ରଭାବ ପଡିଥାଏ |ପରାଗ ସମୟରେ ଆପଣ ସାବଧାନ ରହିବା ସହିତ ଭଗବାନଙ୍କ ନାମ ସ୍ମରଣ କଲେ ଆପଣଙ୍କ ଉପରକୁ ଆସୁଥିବା ବିପଦ ଟଳିଯିବ, ଆପଣ ଖୁସିରେ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।