ମାଳିକା ଭବିଷ୍ୟବାଣୀ ! 2022 ରେ ଆସିବ ଏମିତି ଏକ ଘାତକ ମହାମାରୀ, ଯେଉଁଥିରେ ମାତ୍ର ୩ ମିନିଟରେ ଚାଲିଯିବ ଲୋକଙ୍କ ଜୀବନ…

0

ବନ୍ଧୁଗଣ ଆମେ ପୁଣି ଆଜି ସେହି ମାଳିକା ଶାସ୍ତ୍ର ବିଷୟରେ ଆଲୋଚନା କରିବା। ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ସେହିପରି ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ। ସେହିସବୁ ଆଧ୍ୟାତ୍ମିକ ସ୍ଥାନ ର ମହାତ୍ମ୍ୟ ଜାଣିବା ପାଇଁ ମଧ୍ୟ ମାଳିକା ଭକ୍ତ ମାନଙ୍କର ଏକ ଭିନ୍ନ ଆଗ୍ରହ ରହିଥାଏ।ସେହିଭଳି ଏକ ମାଳିକା ବର୍ଣ୍ଣିତ ପୀଠ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁଠି ରହିଛି କିଛି ସେହିଭଳି ମାହାତ୍ମ୍ୟ।ତାହା ହେଉଛି ମାଳିକା ବର୍ଣ୍ଣିତ ଚର୍ଚ୍ଚିତ ସ୍ଥାନ ବ୍ରହ୍ମ ଗାଦି ପୀଠ ର ମଠାଦଶ।ମାଳିକା ରେ ଆଗତ ଭବିଷ୍ୟତ ଏବଂ ମାଳିକା ର ସେହି ଠାର ଗାର ଏବଂ ବର୍ଣ୍ଣନା କୁ ଆମେ ପୁଣି ଆପଣଙ୍କ ସମ୍ମୁଖରେ ରଖିବାକୁ ଯାଉଛୁ ଯାହାକୁ ସତ୍ୟ ଭଞ୍ଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପାଗଳା ବାବା ବର୍ଣ୍ଣନା କରିଛନ୍ତି।

ସେ ଅନେକ ମାଳିକା ବର୍ଣ୍ଣିତ ଦିବ୍ୟ ତଥ୍ଯ ଉପରେ ଆଲୋଚନା କରିଥାନ୍ତି। କିପରି ଭାବରେ ମଣିଷ ନିଜ ମନରୁ ଅହଂ ଭାବ ଦୂର କରି ସତ୍ୟତା କୁ ଆପଣେଇବ ଏବଂ ଏକ ମହତ୍ ମାର୍ଗରେ ନିଜକୁ ପରିଚାଳିତ କରିବ ସେ ବିଷୟରେ ବାବା କହିଛନ୍ତି। ଦୁନିଆରେ ଯେମିତି ଦିନକୁ ଦିନ ଅନ୍ୟାୟ ଅନୀତି ବଢି ବଢି ଚାଲିଛି ତାହା ସମାଜକୁ ଅତି ତଳକୁ ନେଇ ଯାଉଛି ଆଉ ଏଥିପାଇଁ ଲୋକେ ସେହିଭଳି ଦଣ୍ଡ ପାଉଛନ୍ତି। ତେଣୁ ଏଥିପାଇଁ ମଣିଷକୁ ସଚେତନ ହେବାକୁ ପଡିବ। ଏହାସହ ଏହି ବାବା ଜଣଙ୍କ ଆଗାମୀ ଭବିଷ୍ୟତ ରେ ଘଟିବାକୁ ଯାଉଥିବା କିଛି ଗୁରୁତ୍ବପୂର୍ଣ୍ଣ କଥା ବିଷୟରେ କହିଛନ୍ତି।

ସେ ଆହୁରି ଏମିତି ଚେତାବନୀ ଦେଇ କହିଛନ୍ତି ଯେ ୨୦୨୨ ମସିହାରେ କରନା ମହାମାରୀ ଭଳି ଆଉ ଏକ ଭୟାନକ ମହାମାରି ଜନ ସମାଜକୁ କଲବଲ କରିବ। ଏହା ଏଭଳି ଏକ ଘାତକ ମହାମାରୀର ରୂପ ନେବ ଯେ ମଣିଷ କୁ ଏଥିପାଇଁ ଅନେକ କଷ୍ଟ ସହିବାକୁ ପଡ଼ିବ। ଅକାରଣରେ ଅନେକ ଜୀବନ ସବୁ ଚାଲିଯିବ। ଏମିତି ସ୍ଥିତି ଆସିବ ଯେ ଏହି ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୩ ମିନିଟ୍ ରେ ଚାଲିଯିବ ମଣିଷର ଜୀବନ। ଏହିଭଳି ଏକ ବିପଦପୂର୍ଣ୍ଣ ସ୍ଥିତି କୁ ଆମକୁ ଆଗାମୀ ସମୟ ରେ ସମ୍ମୁଖୀନ ହେବାକୁ ପଡିବ। ତେଣୁ ଏଥିପ୍ରତି ମଣିଷକୁ ସଚେତନତା ପୂର୍ବକ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ନିଜ ଭିତରେ ଉଦାରତା ଏବଂ ଦୟାଭାବ ସୃଷ୍ଟି କରିବାକୁ ପଡ଼ିବ। ନହେଲେ ଏମିତି ଅନେକ ବିପତ୍ତି ମଣିଷ ସମାଜକୁ ସମ୍ମୁଖୀନ କରିବାକୁ ପଡିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।