୨୪ ଘଣ୍ଟା ଗ୍ୟାରେଜ ରେ କାମ କରି ପରିବାର ଚଳାଉଛନ୍ତି ଏହି ମହିଳା।ସମାଜ ପାଇଁ ପାଲଟିଛନ୍ତି ଉଦାହରଣ । ଆପଣ କଣ ଏହି ମହିଳାଙ୍କ ପାଇଁ ଗୋଟିଏ ସେୟାର କରିପାରିବେନି

0

ଆମ ସମାଜ ରେ ମହିଳା ମାନଙ୍କୁ ଖୁବ୍ କମଜୋର ବୋଲି ମନା ଯାଇଥାଏ। ମହିଳା ମାନଙ୍କୁ ସବୁବେଳେ ତାଙ୍କ ଅଧିକାର ରୁ ବଞ୍ଚିତ ରଖାଯାଇ ଥାଏ । ଏହି ପୁରୁଷ ପ୍ରଧାନ ସମାଜ ରେ ନାରୀ ମାନଙ୍କୁ ପୁରୁଷ ମାନଙ୍କ ସହିତ ଛିଡ଼ା ହେବାର ଅନୁମତି ମଧ୍ୟ ମିଳି ନଥାଏ । ମହିଳା ମାନଙ୍କୁ କେବଳ ଚାରି କାନ୍ଥ ରେ ରହିବାକୁ କୁହାଯାଏ । ତେବେ ଯେତେବେଳେ ପରିସ୍ଥିତି ବିପରତି ଥାଏ ସେତେବେଳେ ମହିଳା ମାନେ ହିଁ ଆଗକୁ ଯାଇ ଘର ପରିବାର କୁ ଚଳାଇ ଥାଆନ୍ତି ।

ନାରୀ ମାନେ କେବେ ମା ହୋଇ ତ ଆଉ କେବେ ଭଉଣୀ ହୋଇ ଆଉ କେତେବେଳେ ଝିଅ ହୋଇ ନିଜ କର୍ତ୍ତବ୍ୟ କୁ ପୂରଣ କରି ଥାଆନ୍ତି।ଆଜି ଆମେ ଆପଣ ଙ୍କୁ ଏମିତି ଏକ ମା ଓ ପତ୍ନୀ ଙ୍କ କାହାଣୀ ବିଷୟ ରେ କହିବାକୁ ଯାଉଛୁ । ଆମେ କହୁ ଅଛୁ ତେଲେଙ୍ଗାନା ର ଆଦିଲକ୍ଷ୍ମି ଙ୍କ ବିଷୟ ରେ ।

ଆମ ଭିତରୁ ବହୁତ୍ ଜଣ ଆଜି କାଲି ସୋସିଆଲ ମିଡିଆରେ ଏକ ମହିଳା ଙ୍କ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁ ଫଟୋ ରେ ସେ ବଡ଼ ବଡ଼ ଗାଡି , ଟ୍ରକ୍ ଆଦି ର ଚକ ଖୋଲୁ ଥିବାର ଦେଖିବାକୁ ପାଇବେ। ଏହି ମହିଳା ଜଣଙ୍କ ନାମ ଆଦିଲକ୍ଷ୍ମୀ ଅଟେ। ସେ ନିଜ ସ୍ବାମୀ ଙ୍କ ଗ୍ୟାରେଜ ରେ ସ୍ବାମୀ ସହିତ ପ୍ରତିଦିନ କାମ କରନ୍ତି। ଆଦିଲକ୍ଷ୍ମୀ ତେଲେଙ୍ଗାନା ର କୋଥାଗୁଡ଼ାମ ଜିଲ୍ଲାର ସୁଜାତା ନଗର ରେ ରୁହନ୍ତି ।

ଟ୍ରକ ଚକା ରେ ପମ୍ପଚର୍ ଠାରୁ ଆରମ୍ଭ କରି ବୋଲ୍ଡିଂ ହେଉ କିମ୍ବା କୌଣସି ପ୍ରକାର ମରାମତି ହେଉ ସବୁ କାମ ସେ ନିଜ ସ୍ବାମୀ ସହିତ ଗ୍ୟାରେଜ ରେ କରି ଥାଆନ୍ତି।ଏହି ସବୁ କାମ ଅଦିଲକ୍ଷ୍ମି ନିଜେ କରନ୍ତି।

ଆଦିଲକ୍ଷ୍ମୀ ମଧ୍ୟ ଦୁଇ ଝିଅର ମାତା ଅଟନ୍ତି।ଟାୟାର ଫିକ୍ସିଂ କରିବା ସହିତ ଆଦିଲକ୍ଷ୍ମୀ ଜଣେ ଦକ୍ଷ ୱେଲଡର ମଧ୍ୟ ଅଟନ୍ତି।ଏକରୁ ଅଧିକ ଏକ୍ସିଏଲ ସଂଯୋଗ ଟ୍ରକର ଭାରୀ ଚକ ଖୋଲିବା ଏବଂ ଫିଟ୍ କରିବା ଆଦିଲକ୍ଷ୍ମୀ ପାଇଁ ସାମାନ୍ୟ କଥା।ଆଦିଲକ୍ଷ୍ମୀଙ୍କୁ ତାଙ୍କ କାର୍ଯ୍ୟ ବିଷୟରେ କହିଛନ୍ତି ଯେ, ତାଙ୍କ ଉପରେ ଋଣର ଭାର ଦିନକୁ ଦିନ ବଢ଼ିବାରେ ଲାଗି ଥିଲା ତେଣୁ ଏଭଳି ପରିସ୍ଥିତିରେ ସେ ତାଙ୍କ ସ୍ୱାମୀଙ୍କ ସହ କାମ କରିବାକୁ ନିଷ୍ପତ୍ତି ନେଇ ଥିଲେ।

ତାଙ୍କର ଦୁଇଟି ଝିଅ ଅଛନ୍ତି ତେଣୁ ସେ ଏଭଳି ପରିଶ୍ରମ କରି ସେମାନଙ୍କ ଭରଣ ପୋଷଣ କରନ୍ତି।ତେଣୁ ଯଦି ତାଙ୍କୁ ସରକାରଙ୍କ ଠାରୁ କୌଣସି ସାହାଯ୍ୟ ମିଳନ୍ତା ତାହେଲେ ଏହା ତାଙ୍କ ଝିଅଙ୍କ ଭବିଷ୍ୟତ ପାଇଁ ଅତ୍ୟନ୍ତ ମଙ୍ଗଳ ଦାୟକ ହୁଅନ୍ତା।ମିଳିଥିବା ସୂଚନା ଅନୁଯାୟୀ, ଆଦିଲକ୍ଷ୍ମୀ ତିନି ବର୍ଷ ପୂର୍ବେ ସ୍ୱାମୀଙ୍କ ସହ ଏହି ମରାମତି ଦୋକାନ ଖୋଲିଥିଲେ।ସେହି ସମୟରେ ତାଙ୍କର ଅର୍ଥ ଅଭାବ ଥିଲା ତେଣୁ ତାଙ୍କୁ ଏକ ଦୋକାନ ଖୋଲିବାକୁ ତାଙ୍କ ଘର ବନ୍ଧକ ରଖିବାକୁ ପଡିଲା।

ଯେତେବେଳେ କାମ ଆରମ୍ଭ ହେଲା, ଗ୍ରାହକମାନେ ଆଦିଲକ୍ଷ୍ମୀ ଙ୍କ ଦୋକାନକୁ ଆସିବା ପୂର୍ବରୁ ଅନେକ କଥା ଚିନ୍ତା କରୁଥିଲେ ଯେ ସେମାନେ ଟାୟାରକୁ ଠିକ୍ ଭାବରେ ଲଗାଇ ପାରିବେ କି ନାହିଁ।ଏହା ପରେ ମଧ୍ୟ ସେ ଦୃଢ଼ ଭାବରେ ଠିଆ ହୋଇଥିଲେ ଏବଂ ଧୀରେ ଧୀରେ ସମସ୍ତେ ତାଙ୍କ ଦକ୍ଷତା ବିଷୟରେ ଜାଣିବାକୁ ପାଇଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।