୨୬ରେ ଭାରତ ବନ୍ଦ ଡ଼ାକରା : ଆନ୍ଦୋଳନରେ ସାମିଲ ହେବେ ୪୦ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟିକ ସଂସ୍ଥା

0

ସାମଗ୍ରୀ ଓ ସେବା ଟିକସ (ଜିଏସ୍ ଟି)ର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବିରୋଧରେ ଆସନ୍ତା 26 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ମହାସଂଘ (ସିଏଆଇଟି)।ବନ୍ଦକୁ ସଫଳ କରିବା ପାଇଁ 40,000 ରୁ ଊର୍ଦ୍ଧ୍ୱ ବ୍ୟବସାୟିକ ସଂସ୍ଥା ଆନ୍ଦୋଳନରେ ଅଂଶଗ୍ରହଣ କରିବେ ବୋଲି ସିଏଆଇଟି ପକ୍ଷରୁ ସୂଚନା ଦିଆଯାଇଛି ।ଜିଏସ୍ ଟି ସହିତ ଦେଶର ଅର୍ଥନିତୀ ଜଡିତ । ସମସ୍ତ ଚାକିରୀ କରିଥିବା ଲୋକ ଏବଂ ବ୍ୟବସାୟୀ ମାନଙ୍କ ଠାରୁ ସରକାର ଟିକସ୍ ଆଦାୟ କରିଥାନ୍ତି ।

ସଂଘ ପକ୍ଷରୁ କୁହାଯଆଇଛି ଯେ,ବନ୍ଦକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଓ ସମଗ୍ର ଦେଶରେ ଥିବା ସିଏଆଇଟି ପ୍ରତିନିଧିମାନେ ବନ୍ଦକୁ ସଫଳ କରିବା ପାଇଁ ସୂଚୀ ପ୍ରସ୍ତୁତ କରୁଛନ୍ତି ।ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେୱାଲ୍ କହିଛନ୍ତି ଯେ ,ଏହାକୁ ସଫଳ କରିବା ପାଇଁ ଟିକସ୍ ପେସାଦାର ମାନଙ୍କ ଜାତୀୟ ଏବଂ ରାଜ୍ୟ ସ୍ତରୀୟ

ସଂଗଠନ,ଚାଟାର୍ଡ ଏକାଉଣ୍ଟାଟ୍ ,ଟିକସ ଉପଦେଷ୍ଟା ,କମ୍ପାନୀ ସେଂକ୍ରେଟାରୀ, କ୍ଷୁଦ୍ର ଉଦ୍ୟୋଗ,ପେଟ୍ରୋଲ ପମ୍ପ ,ପ୍ରତ୍ୟେକ୍ଷ ବିକ୍ରି କମ୍ପାନୀ ,ମହିଳା ସଂଗଠନ ,ଖାଉଟି ,ହକର,ଚଳଚ୍ଚିତ୍ର ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ମୋବାଇଲ୍ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନ କାରୀଙ୍କ ନିକଟରେ ଆମେ ପହଞ୍ଚିବୁ ।

ବନ୍ଦ ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ ।ଅନଲାଇନ୍ ବିକ୍ରେତା ଏବଂ ଅର୍ଥନିତୀ ସହ ଜଡିତ ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଗୁଡିକୁ ବନ୍ଦରେ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଛି ।ଜିଏସଟି ରେ ବ୍ୟାପକ ସୁଧାର ପାଇଁ ବ୍ୟବସାୟୀମାନେ ଏହି ନିଷ୍ପତି ନେଇଛନ୍ତି ।ଏହା ବ୍ୟତୀତ ସ୍କୁଲ,କଲେଜ ,କୋଚିଙ୍ଗ ସେଣ୍ଟର ସମସ୍ତ ବନ୍ଦ ରହିବ ।ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।

ଆନ୍ଦୋଳନ ସମୟରେ ଯେଉଁମାନେ ନିୟମର ଉଲଘଂନ କରିବେ ,ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହ କରାଯିବ ବୋଲି କୁହାଯାଇଛି ।ସିଏଆଇଟି କହିବାର କଥା ଯେ , ଜିଏସଟି ରେ ବ୍ୟାପକ ସୁଧାର ଆଣିବା ଉଚିତ୍ ।କିନ୍ତୁ ସରକାର ସେ କଥା ପ୍ରତି ଧ୍ୟାନ ଦେଉନାହାନ୍ତି ।ଏହି କାରଣରୁ ବ୍ୟବସାୟୀ ସଂଗଠନ 26 ଫେବୃଆରୀ ରେ ବାରତ ବନ୍ଦ ର ଡାକରା ଦେଇଛନ୍ତି ।

ଗତଥର ନାଗପୁରରେ ଆନ୍ଦୋଳନ ହେଇଥିଲା । ଏଥିରେ 200 ରୁ ଅଧିକ ଲୋକ ଭାଗ ନେଇଥିଲେ ।ଏହି ଆନ୍ଦୋଳନରେ ଜିଏସଟି ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଇଥିଲା ।ଏଥିରେ ବ୍ୟସାୟ ର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ ।ଏହି 26 ଫେବୃଆରୀରେ ହେବାକୁ ଥିବା ଆନ୍ଦୋଳନକୁ ପରିବହନ ସଂସ୍ଥା ବହୁ ମାତ୍ରାରେ ସିଏଆଇଟି କୁ ସମର୍ଥନ କରିଛନ୍ତି ।ଏହା ସହିତ ଦେଶ ରେ ଚକା ଜାମ ସ୍ଲୋଗାନ ର ଆହ୍ୱାନ କରିଛନ୍ତି ।

ସିଏଆଇଟି ଜିଏସଟି କୁ ଏକ ଅସଫଳ ବ୍ୟବସ୍ଥା ବୋଲି ଘୋଷଣା କରିଛନ୍ତି ।ଭାରତରେ ଜିଏସଟି ଲାଗୁ ହେବା ପର ଠାରୁ ପ୍ରାୟ 900-950 ଥର ଜିଏସଟି ର ଶଂସୋଧନ କରାଯାଇଛି । ଯାହା ଫଳରେ ମଧ୍ୟବିତ ପରିବାର ର ଲୋକମାନେ ଏବଂ ବ୍ୟବସାୟୀମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି ।ଏହା ଦେଖି ସିଏଆଇଟି ତରଫରୁ ଭାରତ ବନ୍ଦ ନିଷ୍ପତ୍ତି ନିଆଯାଇଛି ।