୨୭ ବର୍ଷ ଧରି ଗାଁରେ ନାହାନ୍ତି ପୁରୁଷ, ତଥାପି ମା’ ହେଉଛନ୍ତି ମହିଳା, ପୁରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

0

ଦୁନିଆରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ଜନସଂଖ୍ୟାରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଖୁବ୍ ଅଧିକ । ପ୍ରାୟ 27 ବର୍ଷ ଧରି ଗୋଟିଏ ଗାଁ ରହିଛି , ଯେଉଁ ଗାଁରେ ମହିଳା ମାନେ ରହି ଆସୁଛନ୍ତି । କିନ୍ତୁ ସେହି ଗାଁରେ ପୁରୁଷ ମାନେ ହିଁ ନାହାନ୍ତି , ଆଉ ସେହି ଗାଁକୁ ପୁରୁଷ ମାନଙ୍କୁ ପ୍ରବେଶ କରିବା ପାଇଁ ଦିଆଯାଏ ନାହିଁ । ଏହା ଏଭଳି ଏକ ଗାଁ , ଯେଉଁଠିକୁ ଆସି ଆପଣ ମାନେ ଚିନ୍ତାରେ ପଡିଯିବେ କି ଏଠାରେ ଥିବା ପୁରୁଷ ମାନେ ଗଲେ କୁଆଡେଁ । ଏହି ଗାଁ ଟି ଅଛି କେନିଆରେ , ଆଉ ଗାଁର ନା ହେଉଛି ଅମୋଜା ଏଠାରେ କେବଳ ମହିଳା ମାନେ ରୁହନ୍ତି ।

27 ବର୍ଷ ଧରି ପୁରୁଷ ନଥିଲେ ବି ଏହି ଗାଁର ମହିଳା ମାନେ ଗର୍ଭବତୀ ହୁଅନ୍ତି । ଆପଣ ମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ବିନା ପୁରୁଷରେ ଏମାନେ କେମିତି ଗର୍ଭବତୀ ହେଉଛନ୍ତି । 1990 ମସିହାରେ ଏହି ଗାଁଟି ଗଢି ଉଠିଥିଲା , 1990 ମସିହାରେ ବ୍ରିଟିଶ ସୈନିକ ମାନେ କିଛି ମହିଳାହ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖିଥିଲେ । ଏହାପରେ ସେହି ସମାଜର ଲୋକମାନେ ଏହି ସମସ୍ତ ମହିଳା ମାନଙ୍କୁ ତାଙ୍କ ସମାଜରୁ ବାହାର କରି ଦେଇଥିଲେ । ସେମାନେ କୁଆଡେଁ ଯିବେ କଉଁଠି ରହିବେ , ସେଥିପାଇଁ ଏହି 15 ଜଣ ମହିଳା ସେହି ଜାଗାରେ ଆସି ରହିବାକୁ ଲାଗିଲେ ।

ବାଲ୍ୟ ବିବାହରୁ ବଞ୍ଚିତ ହୋଇ କିଛି କିଛି ଝିଅ ମାନେ ଏହି ଗାଁ ଆସିଲେ ଏବଂ ସମୟ କ୍ରମେ ସେଠାରେ ରହିବାକୁ ଲାଗିଲେ । ବର୍ତ୍ତମାନ 300 ରୁ ଉର୍ଦ୍ଧ ମହିଳା ନିଜ ସନ୍ତାନ ମାନଙ୍କ ସହ ଏହି ଗାଁ ରେ ରହୁଛନ୍ତି । ଏହି ଗାଁରେ ପିଲା ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଛି , ଏହାଛଡା ଏଠାରେ ସାମ୍ୱରୁ ନେସନାଲ ପାର୍କ ମଧ୍ୟ ରହିଛି । ସେହି ପାର୍କକୁ ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏହି ଗାଁ ର ମହିଳା ମାନେ ପାରମ୍ପାରିକ ଗହଣା ମାନ ପ୍ରସ୍ତୁତ କରି ପର୍ଯ୍ୟଟକ ମାନଙ୍କୁ ବିକ୍ରି କରନ୍ତି ।

ପ୍ରକୃତ କଥାଟି ହେଉଛି ଗାଁରେ କୌଣସି ପୁରୁଷ ପ୍ରବେଶ କରନ୍ତି ନାହିଁ , ହେଲେ ମହିଳା ମାନେ ଗାଁ ବାହାରକୁ ଯାଆନ୍ତି । ଶାରୀରିକ ସମ୍ୱନ୍ଧ ରଖିବା ପରେ ପୁଣି ସେହି ଗାଁକୁ ଫେରିଆସନ୍ତି ଏବଂ ନିଜ ବଂଶକୁ ଆଗକୁ ବଢାନ୍ତି । ତେବେ ଏହି ସ୍ଥାନକୁ ବୁଲିବା ପାଇଁ ବିଭିନ୍ନ ଦେଶର କୋଣ ଅନୁକୋଣରୁ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି । ଫ୍ରାସ , ବ୍ରାଜିଲ ପରି ଅନେକ ଦେଶ ମାନଙ୍କରେ ମହିଳାଙ୍କ ସଂଖ୍ୟା ଅଧିକ ନଜର ଆସିଥାଏ ଏବଂ ସେମାନେ ସେଠାରେ ନିଜର ମନ ଅନୁସାରେ କାର୍ଯ୍ୟ କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।