୩୪ ବର୍ଷ ହେଲା ଖାଇନାହାନ୍ତି ଅନ୍ନ, କଞ୍ଚା କ୍ଷୀର ଓ ଜଙ୍ଗଲର ଫଳମୂଳ ହିଁ ତାଙ୍କ ଆହାର, କିନ୍ତୁ ଗାଉଛନ୍ତି ଅନର୍ଗଳ ସଂସ୍କୃତ ଶ୍ଳୋକ…ଦେଖନ୍ତୁ ଭିଡ଼ିଓ

0

ବୃଦ୍ଧାବସ୍ଥା ସମୟରେ ବି ଧୁକୁଧୁକୁ ଚାଲି ଏବଂ ଧୁଡୁଧୁଡୁ ଚର୍ମରେ ଦିଶୁଥିବା ତେଜ ହେଉଛି ସକାରାତ୍ମକ ଉର୍ଜା। ଯାହା ଅନେକଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯାହାଙ୍କୁ ଦେଖିବା ପରେ ଆପଣଙ୍କ ମନରେ ଖୁସି ପଲାଇ ଆସିବ।ଏହା ହେଉଛି ସକାରାତ୍ମକ ପ୍ରଭାବ। ତେବେ ଆମେ ଆଜି ଯାହା କଥା କହୁଛୁ ସେ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ ର ଝାଡ଼ଖଣ୍ଡ ସୀମାନ୍ତ ବର୍ତ୍ତି ଗାଆଁ ମାନବିର।ଏହି ଗ୍ରାମରେ ରୁହନ୍ତି, ଆଦିବାସୀ ବ୍ରହ୍ମ ଚାରିନି, ଧର୍ମ ପରାୟଣ ଫୁଲ ମଣି ବାଦେହି ଙ୍କୁ। ତାଙ୍କୁ ଦେଖିବା ପରେ ଆପଣ ଅନୁଭଵ କରି ପାରିବେ ଏକ ଶିବ ସକାଳ ଅର୍ଥାତ୍ ସତେଜ ସୂର୍ଯ୍ୟାଲୋକ। ତେବେ ଫୁଲମଣି ଯାହା କହିଛନ୍ତି ୩୪ ବର୍ଷ ପୂର୍ବେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା।

ଯେତେ ଚିକିତ୍ସା କଲେ ମଧ୍ୟ ତାଙ୍କ ଦେହ ଭଲ ହେଉ ନଥିଲା।ସେହି ସମୟରେ ଭଗବାନ ଶିବ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲେ। ଶିବ କହିଥିଲେ ଯେ ରୋଷେଇ ଜିନିଷ ସବୁ ବର୍ଜନ କରି ଫଳମୂଳ ସବୁ ଖାଇ ବ୍ରହ୍ମ ଚାରିନୀ ହୋଇ ରହିବାକୁ କହିଥିଲେ।ଆଉ ସେହଦିନ ଠାରୁ ଠାକୁରଙ୍କ ପାଖରେ ନିଜକୁ ସମର୍ପଣ କରି ଦେଇଥିଲେ ଫୁଲ ମଣି। ଆଉ ସେ ସୁସ୍ଥ ବି ହୋଇ ଯାଇଥିଲେ। ଆଉ ତା ପରଠାରୁ ଆରମ୍ଭ ହୋଇଥିଲା ଫୁଲ ମଣି ଙ୍କ ଆଧ୍ୟାତ୍ମିକ ଜୀବନ। ସବୁକିଛି କୁ ପଛରେ ପକାଇ ନିଜ ଜୀବନକୁ ଭଗବାନଙ୍କ ପାଖରେ ନୀମଗ୍ନ କଲେ ଫୁଲମନି।

ତେବେ ତାପର ଠାରୁ ସେ ତାଙ୍କ ଛୋଟ କୁଡିଆ ଘରେ ଶିବ ଲିଙ୍ଗ, ମା କିଚକେଶ୍ୱରି, ମାଆ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ରଖି ପୂର୍ଣ୍ଣ ସମର୍ଥନ ଭାବରେ ବର୍ଷ ବର୍ଷ ଧରି ପୂଜାର୍ଚ୍ଚନା କରୁଛନ୍ତି।ସବୁବେଳେ ଦେବାଦେବୀ ଙ୍କ ପୂଜାର୍ଚ୍ଚନା କରି ଆସୁଥିବାରୁ ସେ ରୋଗଗ୍ରସ୍ତ ହୋଇ ନାହାଁନ୍ତି। ତେବେ ୩୪ ବର୍ଷ ହେଲା ଫୁଲମନୀ ଅନ୍ଯ କିଛି ଆହାର ଖାଇ ନାହାଁନ୍ତି। କେବଳ ଜଙ୍ଗଲର ଫଳମୂଳ ଖାଇ, କଞ୍ଚା କ୍ଷୀର ପିଇ ସେ ତାଙ୍କର ଜୀବନ ବଞ୍ଚିଛନ୍ତି। ସବୁଠାରୁ ଆଶ୍ଚର୍ୟ୍ଯ ର କଥା ହେଲା ଯେ ଏହି ବୃଦ୍ଧ ମହିଳା ଜଣଙ୍କ ପାଠ ଦୁଇ ଅକ୍ଷର ପଢ଼ି ନାହାଁନ୍ତି କିନ୍ତୁ ଅନର୍ଗଳ ଭାବରେ ପଢୁଛନ୍ତି ସଂସ୍କୃତ ଶ୍ଲୋକ ଏବଂ ଆଧ୍ୟାତ୍ମିକ ସଙ୍ଗୀତ।

ଆପଣ ବି ଥରେ ଏହି ବୃଦ୍ଧ ମହିଳାଙ୍କ କାର୍ଯ୍ୟ କଳାପ ଏବଂ ଶ୍ଲୋକ, ସଙ୍ଗୀତ କୁ ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣ ଚକିତ ହେବେ ଏବଂ ଖୁସି ମଧ୍ଯ ହେବେ। ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଖି ଆପଣ ଜାଣି ପାରିବେ ଯେ କେଉଁଭଳି ଭାବରେ ସେ ନିଜକୁ ଦୃଢ଼ କରି ରଖିଛନ୍ତି ଏବଂ ଠାକୁର ସେବାରେ ନିଜକୁ ବ୍ରତୀ କରିଛନ୍ତି ଏହି ବ୍ରହ୍ମ ଚାରିଣୀ, ଆଧ୍ୟାତ୍ମିକ ଭାବନାରେ ବ୍ରତୀ ଏବଂ ଧର୍ମ ପରାୟଣୀ ମହିଳା ଫୁଲମଣୀ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।