ଦେଖନ୍ତୁ Shocking ଭିଡ଼ିଓ : ୪ ବର୍ଷର ଝିଅକୁ ଝୁଣି ଖାଇଗଲେ ବୁଲା କୁକୁର…

0

ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ଓ ଦୁର୍ଘଟଣା ଦେଖିବା ପାଇଁ ମିଳିଥାଏ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରି ବାକୁ ପଡି ଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ହେଲେ ବି କହି ପାରିବେ ନାହିଁ। ମଣିଷ ଜୀବନରେ ବହୁତ ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଦେଇ ଗତି କରିଥାଏ। ବେଳେ ବେଳେ ପଶୁ ଜନ୍ତୁ ମାନେ ମଧ୍ୟ ମଣିଷ ମାନଙ୍କୁ ଆଘାତ ଦେଇ ଥାଆନ୍ତି। ତେବେ ଏଭଳି କିଛି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଗୋଟିଏ ୪ ବର୍ଷର କୁନି ଝିଅକୁ କିଛି ବୁଲା କୁକୁର କାମୁଡି ଦେଇଗଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଭୋପାଳର ଏକ ଅଞ୍ଚଳରୁ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଗୋଟିଏ ୪ ବର୍ଷର କୁନି ଝିଅଟି ଘରକୁ ଦୋୖଡି ଦୋୖଡି ଯାଉଥିଲା, ଠିକ ସେହି ସମୟରେ ୫ ଟି ବୁଲା କୁକୁର କୁନି ଝିଅଟିକୁ ଚାରିପଟରୁ ଘେରି ଯାଇ ଥିଲେ। ପିଲାଟି ଏହା ଦେଖି ବହୁତ ଡରି ଯାଇ ଥିଲା। ପିଲାଟି ଜୀବନ ବିକଳରେ ଘରକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ କୁକୁର ଗୁଡିକ ପିଲାଟିର ଡ୍ରେସକୁ କାମୁଡି ଦେଲେ ଓ ଏହା ପରେ ପିଲାଟି ତଳେ ପଡି ଯାଇଥିଲା। ତେବେ ଏହା ପରେ ଗୋଡ଼, ହାତ, ମୁଣ୍ଡ ଓ ମୁହଁକୁ କୁକୁର ଗୁଡିକ ପିଲାଟିକୁ କାମୁଡି ଚାଲି ଥିଲେ। ପିଲାଟି ଖୁବ ଜୋରରେ ଚିତ୍କାର କରୁଥିଲା କିନ୍ତୁ କୁକୁର ଗୁଡିକ ତାକୁ ଛାଡୁ ନଥିଲେ।


ତେବେ କିଛି ସମୟ ଧରି କାମୁଡ଼ା କାମୁଡି କରି ଚାଲି ଥିଲେ। ଏହା ପରେ ସେହି ବାଟ ଦେଇ ଜଣେ ପଥିକ ଏହା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇ ଥିଲେ। ଏହି ଦୃଶ୍ୟକୁ ଦେଖି ସେ କୁକୁର ଗୁଡିକ ଉପରେ ଟେକା ମାଡ଼ ମାରିଥିଲେ ଓ ଏହା ପରେ କୁକୁର ଗୁଡିକ ସେଠାରୁ ଚାଲି ଯାଇଥିଲେ। ତେବେ ସେତେବେଳକୁ କୁନି ଝିଅଟିର ଅବସ୍ଥା ବହୁତ ଗୁରୁତ୍ବର ହୋଇ ପଡି ଥିଲା। ପିଲାଟିର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବାରୁ ଅତିରିକ୍ତ ଭାବରେ ଆହତ ହୋଇ ଥିବାରୁ ସଙ୍ଗେ ସଙ୍ଗେ ପିଲାଟିକୁ ନେଇ ମେଡିକାଲରେ ଭର୍ତ୍ତି କରା ଯାଇ ଥିଲା। ଏହି ଦୃଶ୍ୟ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜରେ କଏଦ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।