ଦେଖନ୍ତୁ ଭିଡିଓ – ୪ବର୍ଷର କୁନି ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଦୟାକରି ଆପଣଙ୍କ ଗୋଟିଏ ସେୟାର ପିଲାଟିର ଜୀବନ ବଞ୍ଚାଇ ପାରିବ

0

ବିପଦ ଯେତେବେଳେ ଆସେ କିଏ ଧନୀ ଏବଂ କିଏ ଗରିବ କିଛି ଦେଖି ନଥାଏ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଆମ ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଦିଅଳି ଦିମୁଠା ଖାଇବା ପାଇଁ ପାଉନାହାନ୍ତି ଏବଂ ସେମାନେ ଅଭାବ ଅନଟନ ଭିତରେ ଦିନ କଟିଥାନ୍ତି। ଯଦି ସେମାନଙ୍କ ଜୀବନରେ କୌଣସି ବିପଦ ଆସେ ସେମାନେ ମୁକାବିଲା କରିପାରନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ଅର୍ଥ ହିଁ ବାଧକ ସାଧିଥାଏ ଏବଂ ଅର୍ଥ ଅଭାବରେ କଲବଲ ହୋଇଥାନ୍ତି।

ଆଜି ଆମେ ଆପଣଙ୍କୁ ଏହିପରି ଦୁଇଜଣ ଅସହାୟ ରୋଗୀଙ୍କ ବିଷୟରେ ଜଣେଇବାକୁ ଯାଉଛୁ। ଦୁଇ ଜଣଙ୍କର ଆର୍ଥିକ ଅବସ୍ଥା ବହୁତ ଖରାପ। ଅର୍ଥ ଅଭାବରୁ ସେମାନେ ଚିକିତ୍ସା ହେଇପାରୁନାହାନ୍ତି ଏବଂ ରୋଗ ଯନ୍ତ୍ରଣାରେ ଅନେକ କଷ୍ଟ ପାଉଛନ୍ତ, ତା’ସହିତ ପରିବାର ଲୋକ ମଧ୍ୟ ହଇରାଣ ହରକତ ହେଉଛନ୍ତି।

ଘଟ ଗାଁ ବ୍ଲକ୍ ବାଲ୍ଲୀ ଚଡି ଗାଆଁର ଜଣେ ୪ ବର୍ଷର କୁନି ଝିଅ ଦୁନିଆ କଣ ଠିକ ଭାବେ ଜାଣିବା ପୂର୍ବରୁ, ସେ ଯେତେବେଳେ ଦେଢ ବର୍ଷର ହୋଇଥିଲେ ଏକ ଦୁର୍ଘଟଣା ନିଆଁରେ ହାତର ଆଙ୍ଗୁଳି ପୋଡ଼ି ହୋଇଯାଇଥିଲା। ସେଥିପାଇଁ ଅପରେସନ କରିବା ପାଇଁ ପଡିବ ବୋଲି ଡାକ୍ତର କହିଛନ୍ତି। ତାଙ୍କର ବିଧବା ମାଇଁଙ୍କ ପାଖରେ ଚିକିତ୍ସା କରିବା ପାଇଁ ସମ୍ବଳ ନାହିଁ।

ଝିଅଟି ପାଠ ପଢିବା ପାଇଁ ଚାହୁଁଛି କିନ୍ତୁ ସେ ଲେଖିବାରେ ଅସମର୍ଥ। କୁନି ଝିଅଟି ସରକାରଙ୍କୁ ଅନୁରୋଧ କରିଥିଲେ ହାତର ଚିକିତ୍ସା ପାଇଁ। ଘଟ ଗାଁ ବ୍ଲକ୍ ବିଡ଼ିଓ ଝିଅଟିକୁ ଦେଖିବା ପାଇଁ ଆସିଥିଲେ। ସେହି କୁନି ଝିଅଟିର ହାତର ଫୋଟୋ ଉଠେଇ ନେଇଯାଇଛନ୍ତି। ଖୁବ ଶୀଘ୍ର ଚିକିତ୍ସା କିପରି ହେବ ସେ ନେଇ ପ୍ରୟାସ ଜାରୀରହିବ ବୋଲି ସେ ପ୍ରତିକ୍ରିୟା ଦେଇଥିଲେ।

ସେହିପରି ବୋଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ୍ କୁର୍ଲି ଗାଆଁର ଜଣେ ଯୁବକ କୃପାସିନ୍ଧୁ ରଣା ୨ବର୍ଷ ହେଲାଣି କେଉଁ ଅଜଣା ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇଯାଇଛନ୍ତି। ସବୁବେଳେ ବିଛଣାରେ ଶୋଇରହି ବହୁତ କଷ୍ଟ ପାଉଛନ୍ତି। ଡାକ୍ତରଙ୍କ ପାଖକୁ ଗଲେ ଡାକ୍ତର କହୁଛନ୍ତି ରୋଗ ଭଲ କରିବା ପାଇଁ ହେଲେ ତାଙ୍କୁ ବହୁତ ଅର୍ଥ ଲାଗିବ।

ଘରେ ଯାହାଥିଲା ସବୁ ସାରିଗଲାଣି। ବୁଢ଼ୀ ମାଆ ଜଣଙ୍କ ଭାରି ହଇରାଣ ହେଉଛନ୍ତି। ଘରେ ଚାଉଳ ନାହିଁ କି ଲୁଣ ନାହିଁ ଦିନେ ଖାଇଲେ ଦୁଇ ଦିନ ଭୁକିଲା। ଯେଉଁ ବୟସରେ କାମ କରି ମଆଙ୍କର ପେଟ ପୋଷିବା କଥା ସେହି ବୟସରେ ଶଯ୍ୟାରେ ସୋଇ ଛଟପଟ ହେଉଛନ୍ତି। ଏହିପରି ପୁଅର ଅବସ୍ଥା ଦେଖି ମାଆ ତାଙ୍କର ବହୁତ ହଇରାଣ ହେଉଛନ୍ତି। ବର୍ତମାନ ସରକାର ହାତକୁ ଚାହିଁରହିଛନ୍ତି।

ସରକାର ଯଦି ଚାହିଁବେ ତାହାଲେ ସେମାନେ ପୁଣି ଏକ ନୂତନ ଜୀବନ ପାଇ ପାରିବେ। ଆମର ସରକାରଙ୍କ ପାଖରେ ଏତିକି ନିବେଦନ ଯେ, ଖୁବଶୀଘ୍ର ସେମାନଙ୍କ ଚିକିତ୍ସା କରାଯାଉ। ଏହା ସେମାନେ ଏକ ନୂତନ ଜୀବନ ପାଇ ପାରିବେ। ଆମର ଭଗବାନଙ୍କ ପାଖରେ ପ୍ରାଥନା ସେମାନେ ଶୀଘ୍ର ସୁସ୍ଥ ହୋଇଯାଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।