ହେ ଭଗବାନ ! ସବୁ ରାଗ ୫ ବର୍ଷ ଛୁଆ ଉପରେ ସାରିଦେଲା ଅଭିଯୁକ୍ତ, ପୁରା ଘଟଣା ଦେଖିଲେ ଆଖିରୁ ଲୁହ ଆସିଯିବ….ଦେଖନ୍ତୁ ଭିଡ଼ିଓ

0

ସମାଜରେ ଏମିତି ମଧ୍ୟ ଘଟିଥାଏ କି ଜଣକ ଭୁଲ ପାଇଁ ଅନ୍ୟ ଜଣଙ୍କୁ କଷ୍ଟ ଭୋଗିବାକୁ ପଡିଥାଏ । ବିନା ଦୋଷରେ ହେଉା କାହିଁକି ବିରୋଧୀ ପକ୍ଷ ତାଙ୍କୁ ଦଣ୍ଡ ଦେଇଥାଏ । ସେମିତି ଏକ ଘଟଣା ଘଟିଛି ଯେ ବାପା ଙ୍କ ଶତ୍ରୁତା ପାଇଁ ବଳି ପଡିଲା 5 ବର୍ଷୀୟ ନିଷ୍ପାପ ଶିଶୁ । ମାଲକାନାଗିରୀ ଏମ୍ୱି ନାଇଣ୍ଟିନ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । 5 ବର୍ଷର ନାବଳକ ଶିଶୁକୁ ଘରୁ ଅପହରଣ କରି ଶ୍ୱାସରୁଦ୍ଦ କରି ନିର୍ମମ ଭାବେ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟାକରିବା ପରେ ଶବକୁ ନିଜ ଘରେ ଲୁଚାଇ କରି ରଖିଥିଲା ଅଭିଯୁକ୍ତ ।

ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଏମ୍ୱି ନାଇଣ୍ଟିନ ଗ୍ରାମର ହରଧାନ ମଣ୍ଡଳ ଓ ବିକାଶ ରାୟଙ୍କ ମଧ୍ୟରେ ବହୁତ ଦିନ ଧରି ବିବାଦ ଲାଗି ରହିଥିଲା । ଯାହାକି ସମୟ ଆବସରରେ ବଢିବାରେ ଲାଗିଥିଲା , ଫଳରେ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ହରଧାନଙ୍କ 5 ବର୍ଷର ପୁଅଙ୍କୁ ଅପହରଣ କରି ନେଇଥିଲା । ବାହେରେ ଖେଳୁଥିବା ପୁଅ ହଠାତ୍ ଅନ୍ତଧ୍ୟାନ ହୋଇଯିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ବହୁ ଖୋଜାଖୋଜି କରିବା ପରେ ପୁଅ ନମିଳିବାରୁ ହରଧାନ ମାଲକାନଗିରି ଥାନାରେ ଏତେଲା ଦେଇଥିଲେ ।

ତେବେ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ବେଳେ ହତ୍ୟାକାରୀ ବିକାଶ ରାୟ ନିଜେ ଆସି ଆତ୍ମସମର୍ପଣ କରିଛି । ନାବାଳକକୁ ହତ୍ୟା କରି ବିକାଶ ରାୟ ନିଜ ଘରେ ମୃତଦେହକୁ କମ୍ୱଳ ଘୋଡାଇ ଲୁଚାଇ ରଖିଥିଲେ । ଅନ୍ୟପଟେ ପୋଲିସ ଶବକୁ ଉଦ୍ଦାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପରିବାରରେ ନାବାଳକ ଶିଶୁର ମୃତ୍ୟୁ ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି । ବାପା ମା ମୃତ ସନ୍ତାନକୁ ନେଇ ବହୁତ ଦୁଃଖ ପ୍ରକାଶ କରିବା ସହ ମାନସିକ ଭାବରେ ବହୁତ ଭାଙ୍ଗି ପଡିଛନ୍ତି । ପୋଲିସ ଶବର ବ୍ୟବଚ୍ଛେଦ୍ୟ ପାଇଁ ହସ୍ପିଟାଲ କୁ ପଠାଇଛି , ସେଠାରେ ବ୍ୟବଚ୍ଛେଦ୍ୟ କାର୍ଯ୍ୟ ସରିବା ପରେ ଘରକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ।

ତେବେ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଥିବାରୁ ସେମାନଙ୍କ ବିବାଦରେ 5 ବର୍ଷୀୟ ନାବାଳକ ଙ୍କ ଜୀବନ ବଳି ପଡିଛି । ଛୋଟ ଶିଶୁ ଟି ଦୁନିଆ ଦେଖିବା ଆଗରୁ ସବୁଦିନ ପାଇଁ ଦୁନିଆରୁ ଚାଲିଯାଇଛି । ନିଷ୍ପାପ ଶିଶୁର କୌଣସି ଭୁଲ ନଥାଇ ମଧ୍ୟ ଉଭୟଙ୍କ ଝଗଡା ମଧ୍ୟରେ ନିଜର ଶିଶୁଟିର ଜୀବନ ସବୁଦିନ ପାଇଁ ଚାଲିଯାଇଛି । ପରିବାର ଲୋକମାନେ କେବେହେଲେ ଚିନ୍ତା ମଧ୍ୟ କରି ନଥିଲେ କି ବିବାଦର ଏପରି ଏକ ପରିସ୍ଥିତି ସୃଷ୍ଟି ହେବ ବୋଲି । କିନ୍ତୁ ଏହା ସତ୍ୟ ଯେ ସେମାନେ ସବୁଦିନ ପାଇଁ ନିଜ କୁନି ଶିଶୁ କୁ ହରାଇଛନ୍ତି , ଏନେଇ ବହୁତ ଭାଙ୍ଗି ପଡିଛନ୍ତି ପରିବାର ଲୋକମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।