ପୁଣି ବିବାହ କଲେ ସାଉଥ ସୁପରଷ୍ଟାର ପ୍ରକାଶ ରାଜ , ସେ ପୁଣି ଥରେ ନେଲେ ସାତ ଫେରା । ବୈଦିକ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ସରିଛି , ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ପ୍ରକାଶ ରାଜ ପୁନି ବର୍ମାକୁ ବିବାହ କରିଥିଲେ , ଦୀର୍ଘ 11 ବର୍ଷ ଧରି ଦୁହେଁ ଏକାଠି ରହିଥିଲେ । ଗତ କାଲି ବିବାହ ବାର୍ଷିକି ଅବସରରେ ପ୍ରକାଶ ରାଜ ପୁଣିଥରେ ବିବାହ କରିଛନ୍ତି । ହେଲେ ସେ ଅନ୍ୟ କୌଣସି ଯୁବତୀଙ୍କୁ ନୁହେଁ , ପୂର୍ବରୁ ତାଙ୍କ ପତ୍ନୀ ଥିବା ପୁନି ବର୍ମାଙ୍କ ସହ ହିଁ ନେଇଛନ୍ତି ସାତ ଫେରା ।
ବିବାହର ଫୋଟ ପ୍ରକାଶ ରାଜ ନିଜେ ଇନଷ୍ଟାଗ୍ରାମ ହେଣ୍ଡେଲ ରେ ପୋଷ୍ଟ କରିଛନ୍ତି । ଫୋଟ ରେ ପ୍ରକାଶ ବର ସାଜିଥିବା ବେଳେ ପୁନି ମଧ୍ୟ ନବବଧୂ ଗେଟପରେ ଅଛନ୍ତି । ଏହାକୁ ପୋଷ୍ଟ କରି ସେ ଲେଖିଛନ୍ତି ଆଜି ଆମେ ପୁଣିଥରେ ବିବାହ କରି ନେଲୁ , କାରଣ ଆମର ପୁଅ ବେଦାନ୍ତ ଆମର ବିବାହ ଦେଖିବାକୁ ଚାହୁଁଥିଲା । ଏଥିସହ ପ୍ରକାଶ ନିଜ ପତ୍ନୀ ପୁନି ଙ୍କୁ ଧନ୍ୟବାଦ ଦେଇଛନ୍ତି , ମୋର ଭଲ ପତ୍ନୀ ହେବା ସହ ମୋର ଜଣେ ଭଲ ବନ୍ଧୁ ହୋଇ ମୋ ଜୀବନର ସାଥୀ ସାଜିଥିବା ଯୋଗୁଁ ଧନ୍ୟବାଦ ବୋଲି ପ୍ରକାଶ ରାଜ ଲେଖିଛନ୍ତି ।
45 ବର୍ଷ ବୟସରେ ପ୍ରକାଶ ରାଜ ନିଜର ନୂଆ ଜୀବନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ 2010 ରେ ନିଜର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁନିଙ୍କୁ ବିବାହ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ବିବାହ ଥିଲା , ସେ 2009 ରେ ତାଙ୍କର ପ୍ରଥମ ପତ୍ନୀ ଲଲିତା କୁମାରୀଙ୍କୁ ଛାଡପତ୍ର ଦେଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ତାଙ୍କର ଦ୍ୱିତୀୟ ପତ୍ନୀ ପୁନିଙ୍କ ସହ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଦୁହିଁଙ୍କ ବିବାହ ବାର୍ଷିକି ରେ ତାଙ୍କ ବେଦାନ୍ତ ବାପା ମାଙ୍କ ର ପୁଣିଥରେ ବିବାହ ଦେଖିବା ପାଇଁ ଜିତ ଧରିଥିଲେ।
ସେଥିପାଇଁ ପୁଅର ମନରେ ଖୁସୀ ଦେଖିବା ପାଇଁ ପୁଣିଥରେ ସେମାନେ ଏକାଠି ହୋଇ ନବବଧୂ ବେଶରେ ସଜିତ ହୋଇ ବିବାହ କରିଥିଲେ । ଆପଣ ମାନେ ମଧ୍ୟ ଏହି ଫୋଟରେ ଦେଖିବାକୁ ପାଉଥିବେ କି ସେ ଦୁହେଁ କିପରି ନବବଧୂ ବେଶରେ ସଜିତ ହୋଇଛନ୍ତି । ବର୍ତ୍ତମାନ ସମୟରେ ତାଙ୍କ ପରିବାର ବହୁତ ଖୁସୀରେ ରହୁଛନ୍ତି ଏବଂ ପ୍ରକାଶ ରାଜ ମଧ୍ୟ ଟୁଇଟ କରି ଲେଖିଛନ୍ତି ପୁନି ମୋର ଭଲ ପତ୍ନୀ ହେବା ସହ ଜଣେ ଭଲ ବନ୍ଧୁ ମଧ୍ୟ । ଏହାଛଡା ସେ ମୋର ପ୍ରତ୍ୟେକ ଦୁଃଖରେ ସୁଖରେ ନିଜକୁ ସାମିଲ କରିଥାନ୍ତି ଏବଂ ସେ ତାଙ୍କ ଜୀବନରେ ଆସିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।